Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଣି ହାଇଦ୍ରାବାଦ ରେ ଦାଦନ ମୃତ୍ୟୁଗାଁ କୁ ଫେରିଲା ଶବ-ଶୋକାକୁଳ ଭିତରେ ସତ୍କାର।

କୋକସରା:୩୧/୦୧
ଦଣ୍ଡପାଟ ଅଞ୍ଚଳ ରେ ଦାଦନ ଶ୍ରମିକଙ୍କ ଦୁର୍ଦ୍ଦଶା ଦିନ କୁ ଦିନ ବୃଦ୍ଧି ପାଉଛି।ସମସ୍ୟା ଥମିବାର ନା ନେଉନି।ହେଲେ ଜାଣି କି ବି ପ୍ରଶାସନ କିମ୍ପା ସରକାରୀ ବାବୁ ଙ୍କ ନିଘା ରହୁନି।ଗତ କିଛି ମାସ ଭିତରେ ଦଣ୍ଡପାଟ ଅଞ୍ଚଳ ରେ ଦାଦନ ମୃତ୍ୟୁ ୪କୁ ଛୁଇଁଥିବା ବେଳେ ସୋମବାର ଦିନ ପୁଣି ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ହାଇଦ୍ରାବାଦ ରେ ହୋଇଥିବା ଜଣାପଡିଛି।ଦାଦନ ଶ୍ରମିକ ଜଣକ ଧର୍ମଗଡ ବ୍ଲକ ଟେଣ୍ଡାପାଲି ଗ୍ରାମର ଅର୍ଜୁନ ଖମାରି(୪୨) ବୋଲି ଜଣାପଡିଛି।ସେ କିଛି ମାସ ତଳେ ହାଇଦ୍ରାବାଦ କୁ ଯାଇ ଜଣେ ଠିକାଦାର ପାଖରେ ଇଟାଭାଟିରେ କାମ କରୁଥିଲେ।ପରିବାର ଙ୍କ କହିବା କଥା-ଗତ ସୋମବାର ଦିନ ହଠାତ ସେ ଅସୁସ୍ଥ ହୋଇପଡିଥିଲେ।ଏପରିକି ଇଟା ଭାଟି କାମ କୁ ମଧ୍ୟ ଯାଇ ନ ଥିବା ବେଳେ ନିଜ ରହିବା କୋଠରୀ ରହିଥିଲେ।କିଛି ସମୟପରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇ ସେହିଠି ମୃତ୍ୟୁ ବରଣ କରିଥିବା ସାଥି ମାନେ ପ୍ରକାଶ କରିଛନ୍ତି।ଏହାପରେ ଘରକୁ ମୃତ୍ୟୁ ହୋଇଥିବା ଖବର ଜଣାଇ ଦିଆ ଯାଇଥିଲା।ତେବେ ଇଟାଭାଟି ମାଲିକ ମୃତଶବ କୁ ଗାଁ କୁ ପଠେଇବା ବ୍ୟବସ୍ଥା କରିଥିବା ବେଳେ ମଙ୍ଗଳବାର ଦିନ ମୃତ ଶବ ଗାଁ କୁ ପହଞ୍ଚିଛି। ଶବ ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ଖେଳି ଯାଇଛି।ତେବେ ସମ୍ପର୍କୀୟ ମାନଙ୍କ କହିବା ଅନୁଯାୟୀ -ମୃତକ ଦାଦନ ଶ୍ରମିକ ଜଣକ ଏକ ଗ୍ରୁପ ଋଣ କରିଥିବା ବେଳେ ତାକୁ ପରିଶୋଧ କରିବା ପାଇଁ ହାଇଦ୍ରାବାଦ ଦାଦନ ଯାଇଥିଲେ। ହେଲେ ମଙ୍ଗଳବାର ଦିନ ନିଜ ଗାଁ କୁ ଶବ ହୋଇ ଫେରିଥିବା ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚା ର ବିଷୟ ପାଲଟିଛି।ବର୍ତ୍ତମାନ ବିଧବା ସ୍ତ୍ରୀ ରାଜପତି ଖମାରି(୩୮) ପୁଅ-ସନ୍ତୋଷ ଖମାରି (୧୭) ଓ ସୁରୁଜ ଖମାରି (୧୫)ଏବେ ନିଃସହାୟ ହୋଇପଡିଛନ୍ତି।ଅତି ଗରିବ ଶ୍ରେଣୀର ଲୋକ ହୋଇଥିବା ବେଳେ ସରକାରୀ ସହାୟତା କହିଲେ ପଞ୍ଚାୟତ ତରଫରୁ ୨୦କିଲୋ ଚାଉଳ ପାଉଥିବା କୁହାଯାଏ।ପ୍ରଶାସନ ତୁରନ୍ତ ଏହି ପରିବାର କୁ ସହାୟତା ଯୋଗାଇ ଦେବା ସହ ସ୍ତ୍ରୀ ର ବିଧବା ଭତ୍ତା,ପରିବାର ସୁରକ୍ଷା ସହାୟତା ଓ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେବାକୁ ଗ୍ରାମବାସୀଙ୍କ ଦାବୀ ହେଉଛି।ଏନେଇ ସ୍ଥାନୀୟ ସରପଞ୍ଚ ଗୌଲୋଚନ ଗୋପାଳ ଘଟଣା କୁ ଗଭୀର ଶୋକ ପ୍ରକାଶ କରିଥିବା ବେଳେ ହରିଶ୍ଚନ୍ଦ୍ର ଯୋଜନା ଆର୍ଥିକ ସହାୟତା ଓ ପଞ୍ଚାୟତ ମାଧ୍ୟମରେ ଯାହା ସବୁ ସୁବିଧା ମିଳିବ ଯୋଗାଇ ଦେବାକୁ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories