Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗଂଜାମ ଜିଲ୍ଲା ପରିଷଦ ର ନୂତନ ମୁଖ୍ୟ ଉନୟନ ଅଧିକାରିଣୀ ଭାବେ ମଧୁମିତାଙ୍କ ଦାୟିତ୍ୱ ଗ୍ରହଣ

ବେଲଗୁଣ୍ଠା, 31/01,ଗଞ୍ଜାମ ଜିଲ୍ଲାପରିଷଦ ର ନୂତନ ମୁଖ୍ୟ ଉନ୍ନୟନ ଅଧିକାରିଣୀ ଭାବେ ମଧୁମିତା ଦାୟିତ୍ୱ ଗ୍ରହଣ କରିଛନ୍ତି । ଗଞ୍ଜାମ ଜିଲ୍ଲାପରିଷଦ ର ନୂତନ ମୁଖ୍ୟ ଉନ୍ନୟନ ଅଧିକାରୀଣି ଭାବେ ମଧୁମିତା ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିଛନ୍ତି, ୨୦୨୦ ବ୍ୟାଚର ଆଇଏଏସ ମଧୁମିତା ଏହା ପୂର୍ବରୁ କନ୍ଧମାଳ ଜିଲ୍ଲା ର ବାଲିଗୁଡା ଉପଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ, ଦାୟିତ୍ୱ ଗ୍ରହଣ ଅବସର ରେ ଗଣ ମାଧ୍ୟମକୁ ସୌଜନ୍ୟ ମୂଳକ ସାକ୍ଷାତ ରେ କହିଛନ୍ତି, ମନେରେଗା ଓ ଗ୍ରାମ୍ୟ ଗୃହ ନିର୍ମାଣ ସମେତ ବିଭିନ୍ନ ଉନ୍ନୟନ ଯୋଜନା ର ସଫଳ କାର୍ଯ୍ୟ କାରିତାକୁ ଗୁରୁତ୍ୱ ଦିଆଯିବ, ଏଥି ଲାଗି ସମସ୍ତ ପ୍ରୟାସ ଜାରି ରହିବ, ସେହିପରି ରୋଲ ମୋଡେଲ ଭାବେ ଗଞ୍ଜାମ ଜିଲ୍ଲାର ସୁନାମ କୁ ବଜାଇ ରଖିବା ତାଙ୍କର ପ୍ରଥମ ଲକ୍ଷ୍ୟ ବୋଲି ସେ କହିଛନ୍ତି, ନୂତନ ଭାବେ ସେ ମୁଖ୍ୟ ଉନ୍ନୟନ ଅଧିକାରିଣୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ କାର୍ଯ୍ୟାଳୟ ର ସମସ୍ତ ଅଧିକାରୀ ଓ କର୍ମଚାରୀ ତାଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ, ସୂଚନା ଥାଉକି ପୂର୍ବରୁ ଗଞ୍ଜାମ ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଭାବେ ଭି. କୀର୍ତ୍ତି ଭାସନ ଙ୍କୁ କୋରାପୁଟ ଜିଲ୍ଲାପାଳ ଭାବେ ବଦଳି ହୋଇଛି ।