Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨ୟ ଟେଷ୍ଟ ପାଇଁ ଏହି ୪ ବଡ ଖେଳାଳିଙ୍କ ବିନା ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ, କେମିତି ନିଆଯିବ ପ୍ରତିଶୋଧ ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳ ଗତ ୧୪ ବର୍ଷ ଧରି ଘରୋଇ ମାଟିରେ ଟେଷ୍ଟ ସିରିଜ୍ ହାରି ନାହିଁ । ଶେଷ ଥର ଟିମ୍ ଇଣ୍ଡିଆକୁ ଇଂଲଣ୍ଡ ଟେଷ୍ଟରେ ହରାଇଥିଲା । ଏବେ ଇଂଲଣ୍ଡ ପ୍ରଥମ ଟେଷ୍ଟ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିଛି । ଏବେ ଭାରତ ପାଇଁ ବଡ ସମସ୍ୟା ଦ୍ୱିତୀୟ ଟେଷ୍ଟରେ ଦଳ ୪ ବଡ ଖେଳାଳିଙ୍କ ବିନା ପଡିଆକୁ ଓହ୍ଲାଇବ । ଏମିତିରେ ଇଂଲଣ୍ଡ ବିପକ୍ଷରେ ରୋହିତ ବାହିନୀଙ୍କ ପାଇଁ ବିଜୟ ସେତେଟା ସହଜ ହେବ ନାହିଁ ।

ହାଇଦ୍ରାବାଦରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଭ୍ରମଣକାରୀ ଇଂଲଣ୍ଡ ହାରିଥିବା ମ୍ୟାଚକୁ ଜିତି ନେଇଥିଲା । ଭାରତ ଏହି ଟେଷ୍ଟରେ ପ୍ରଥମ ଇନିଂସରେ ୧୯୦ ରନର ଅଗ୍ରଣୀ ହାସଲ କରିଥିଲା । ଏହା ସତ୍ୱେ ଇଂଲଣ୍ଡ ମ୍ୟାଚକୁ ୨୮ ରନରେ ଜିତି ନେଇଥିଲା । ଏହି ବିଜୟରେ ଇଂଲଣ୍ଡ ଦଳର ଉତ୍ସାହ ଦ୍ୱିଗୁଣିତ ରହିଛି ।

ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ବିରାଟ କୋହଲି, ରବୀନ୍ଦ୍ର ଜାଡେଜା, କେଏଲ ରାହୁଲ ଓ ମହମ୍ମଦ ଶାମିଙ୍କ ପରି ଷ୍ଟା ଖେଳାଳିଙ୍କ ବିନା ପଡିଆକୁ ଓହ୍ଲାଇବ। ଶାମି ଆରମ୍ଭରୁ ଏହି ଟେଷ୍ଟ ସିରିଜ ଖେଳୁ ନାହାନ୍ତି । ଅନ୍ୟପଟେ ଜାଡେଜା ଓ କେଏଲ ରାହୁଲ ଆତହ କାରଣରୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡିଛନ୍ତି । କୋହଲି ପ୍ରଥମ ଦୁଇଟି ଟେଷ୍ଟରୁ ନିଜର ନାଁ ଫେରାଇ ନେଇଛନ୍ତି । ଏମିତିରେ ରୋହିତ ବାହିନୀଙ୍କୁ ହାଇଦ୍ରାବାଦ ଟେଷ୍ଟ ପରାଜୟର ପ୍ରତିଶୋଧ ନେବା ସହଜ ହେବ ନାହିଁ ।

ଜାଡେଜା ଓ ରାହୁଲ ବାଦ୍ ପଡିବା ପରେ ଦ୍ୱିତୀୟ ଟେଷ୍ଟ ପାଇଁ ସରଫରାଜ ଖାନ, ୱାଶିଂଟନ ସୁନ୍ଦର ଓ ସୌରଭ କୁମାରଙ୍କୁ ଦଳରେ ସାମିଲ୍ କରିଛି । ଯଦି ଭାରତୀୟ ଦଳ ଚାରି ସ୍ପିନରଙ୍କ ସହ ପଡିଆକୁ ଓହ୍ଲାଏ ତେବେ ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ ଓ ୱାଶିଂଟନ ସୁନ୍ଦରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ୍ କରାଯାଇପାରେ । ଦ୍ରୁତ ବୋଲର ହିସାବରେ ଉପଅଧିନାୟକ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜ ଖେଳିବେ ।

ଦ୍ୱିତୀୟ ଟେଷ୍ଟ ପାଇଁ ଭାରତୀୟ ଦଳ

ରୋହିତ ଶର୍ମା(ଅଧିନାୟକ), ଶୁଭମନ ଗିଲ୍‌, ଯଶସ୍ୱୀ ଜୟସ୍ୱାଲ, ଶ୍ରେୟସ ଆୟର, କେଏସ ଭରତ(ୱିକେଟ୍ କିପର), ଧ୍ରୁବ ଜୁରେଲ(ୱିକେଟ୍ କିପର), ରବିଚନ୍ଦ୍ରନ ଅଶ୍ୱିନ, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପ୍ରୀତ ବୁମରା(ଉପ ଅଧିନାୟକ), ଅଭେଶ ଖାନ, ରଜତ ପାଟିଦାର, ସରଫରାଜ ଖାନ, ୱାଶିଂଟନ ସୁନ୍ଦର ଓ ସୌରଭ କୁମାର ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ