ଧନସରା କ୍ରିକେଟ ଟୁର୍ଣ୍ଣାମେଣ୍ଟ, କପୁରମାଲ ଦଲ ଚାମ୍ପିୟାନ।

କୋକସରା:୩୧/୦୧
କୋକସରା ବ୍ଲକ କାଶିବାହଲ ପଞ୍ଚାୟତ ଧନସରା ଗ୍ରାମ ରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳ କପୁରମାଲ ଓ ଧନସରା ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଉଦଯାପନି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସମାଜସେବୀ ରୁଦ୍ର ପ୍ରସାଦ ନାଏକ, ସମିତି ସଭ୍ୟ ଗଜାନନ ନିଆଲ, ମାର୍କଣ୍ଡ ବେମାଲ, ଜଗତ ରାମ ସତନାମୀ, କୁରୁକ୍ଷେତ୍ର ବେହେରା, ଅର୍ଜୁନ ଶବର, ତନୁକ ଲାଲ ନାଗ ଉପସ୍ଥିତ ରହି ଉଭୟ ଦଳ ର ଖେଳାଳି ଙ୍କ ସହ ପରିଚୟ ପର୍ବ ରେ ସାମିଲ ହୋଇଥିଲେ। ଫାଇନାଲ ସଂଘର୍ଷ ପୁର୍ଣ୍ଣ ମ୍ୟାଚ ରେ ଧନସରା ଟିମ କୁ ୫୦ ରନ ରେ ହରାଇ କପୁରମାଲ ଟିମ ଚାମ୍ପିୟାନ ଟ୍ରଫି ଦାବେଦାର ହୋଇଛି। ବିଜେତା ଓ ଉପ ବିଜେତା ଟିମ କୁ ଉପସ୍ଥିତ ଅତିଥିମାନେ ଟ୍ରଫି ସହ ପୁରସ୍କାର ପ୍ରଦାନ କରିଥିଲେ। ଧନସରା ଗ୍ରାମ ର ୟଙ୍ଗ ଷ୍ଟାର ଯୁବକ ସଙ୍ଘ ର ସ୍ବେଛାସେବୀ ମାନେ କ୍ରିକେଟ ମ୍ୟାଚ ପରିଚାଳନା ରେ ସହଯୋଗ କରିଥିଲେ।