Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜ୍ୟ କୃଷକ ସଂଗଠନର ନିର୍ବାଚନ

ଅତାବିରା- ଅତାବିରା ଏନଏସି ଅଧିନ ରେଂଗାଲିକେମ୍ପ ଶ୍ୟାମ ବଗିଚାରେ ରବିବାର ଦିନ ବ୍ଲକସ୍ତରୀୟ ଓଡିଶା ରାଜ୍ଯ କୂଷକ ସଂଗଠନର ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ବିରେନ୍ଦ୍ର କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତାବିରା ଏନଏସି ସମେତ ବ୍ଲକର ୨୪ଟି ପଂଚାୟତର ଚାଷୀମାନେ ଯୋଗଦାନ କରିଥିଲେ । ଏହି ବୈଠକରେ ଆଗାମୀ ୩ ବର୍ଷ ପାଇଁ ବ୍ଲକସ୍ତରୀୟ ନୂତନ ଚାଷୀ କମିଟି ଗଠନ କରାଯାଇଥିଲା । ସର୍ବସମ୍ମତି କ୍ରମେ ସଭାପତି ବୀରେନ୍ଦ୍ର କର, ସଂପାଦକ ସୁରେଶ କର୍ଣ୍ଣ, ବିଭିନ୍ନ ଜୋନର ଉପସଭାପତି ଭାବେ ୧ରେ ଭୁବନ ପଧାନ, ୨ ନଂ ଜୋନରେ ନରେନ୍ଦ୍ର ପଧାନ, ୩ ନଂ ଜୋନରେ କେ ଅରୁଣ ପଧାନ,୪ ନଂ ଜୋନରେ କେ ରାମବାବୁ ଓ ଅତାବିରା ଏନଏସି ପାଇଁ ଅଶ୍ବିନୀ ତ୍ରିପାଠୀ ମନୋନୀତ ହୋଇଥିବା ବେଳେ ଅଫିସ ସଂପାଦକ ଭାବେ କୀର୍ତ୍ତନ ବିଶ୍ବାଲ, ମିଡିଆ ପ୍ରଭାରୀ ସୁରେନ୍ଦ୍ର କଠାର, କୋଷାଧ୍ୟକ୍ଷ ସମୀର ପଧାନ, ଉପଦେଷ୍ଟା ମଣ୍ଡଲୀରେ ବୁଦ୍ଧଦେବ ନନ୍ଦ, ଜୟ ବାବୁ, ପାପା ରାଓ, ଟିକେଲାଲ ମିଶ୍ର, ସୁରେନ୍ଦ୍ର ସ୍ବାଇଁ, ସୁଜିତ ପଧାନ, ଅମୀୟ ଦାସ, ସତ ବାବୁ ପ୍ରମୁଖ ମନୋନୀତ ହୋଇଥିଲେ ାଆଗାମୀ ଏପ୍ରିଲ ୩୦ ତାରିଖରେ ସଂଗଠନର ବାର୍ଷିକ ଉତ୍ସବ ପାଳନ କରାଯିବା ପାଇଁ ସ୍ଥିର କରାଯିବା ସହ ସଂଗଠନକୁ ମଜବୁତ କରିବା ପାଇଁ ସମସ୍ତ ଚାଷୀ ଏକଜୁଟ ହେବାକୁ ପଡିବ ବୋଲି ମତପ୍ରକାଶ କରାଯାଇଥିଲା । ଶେଷରେ ବୁଦ୍ଧଦେବ ନନ୍ଦ ଧନ୍ଯବାଦ ଅର୍ପଣ କରିଥିଲେ ।