ଭାରତ ବିପକ୍ଷ ୨ୟ ଟେଷ୍ଟ ପାଇଁ ଇଂଲଣ୍ଡ ଦଳ ଘୋଷିତ, ଦଳକୁ ଫେରିଲେ ଜେମ୍ସ ଆଣ୍ଡରସନ


ବିଶାଖାପଟନମ: ଇଂଲଣ୍ଡ ଘରୋଇ ଭାରତ ବିପକ୍ଷରେ ଫେବୃଆରୀ ୨ରୁ ଆରମ୍ଭ ହେଉଥିବା ଦ୍ୱିତୀୟ ଟେଷ୍ଟ ପାଇଁ ନିଜର ଚୂଡାନ୍ତ ଏକାଦଶ ଘୋଷଣା କରିଛି। ଭ୍ରମଣକାରୀ ଦଳ ଦ୍ୱିତୀୟ ଟେଷ୍ଟ ପାଇଁ ନିଜ ଦଳରେ ଦୁଇଟି ପରିବର୍ତନ କରିଛି । ଅନୁଭବୀ ଦ୍ରୁତ ବୋଲର ଜେମ୍ସ ଆଣ୍ଡରସନଙ୍କ ଦଳକୁ ପ୍ରତ୍ୟାବର୍ତନ ଘଟିଛି । ସ୍ପିନର ଶୋଏବ ବସିରଙ୍କୁ ଟେଷ୍ଟରେ ପଦାର୍ପଣ କରିବାର ସୁଯୋଗ ମିଳିଛି ।

ଆଣ୍ଡରସନଙ୍କୁ ମାର୍କ ଉଡଙ୍କ ବଦଳରେ ସ୍ଥାନ ମିଳିଛି । ଦଳ ତିନି ସ୍ପିନର ସହ ମଇଦାନକକୁ ଓହ୍ଲାଇବ । ହାଇଦ୍ରାବାଦ ଟେଷ୍ଟରେ ଆହତ ସ୍ପିନର ଜ୍ୟାକ ଲିଚ୍ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡିଛନ୍ତି । ସୂଚନାଯୋଗ୍ୟ, ହାଇଦ୍ରାବାଦରେ ଖେଳା ଯାଇଥିବା ପ୍ରଥମ ଟେଷ୍ଟରେ ଇଂଲଣ୍ଡ ହାରୁଥିବା ମ୍ୟାଚକୁ ୨୮ ରନରେ ଜିତି ନେଇଥିଲା । ଦଳ ପାଂଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ରହିଛି । ଓଲି ପପ୍ ୧୯୬ ରନର ଇନିଂସ ଓ ଟମ୍ ହାର୍ଟଲି ଦ୍ୱିତୀୟ ଇନିଂସରେ ୭ ୱିକେଟ୍ ନେଇ ଦଳ ବିଜୟରେ ମୁଖ୍ୟ ବିନ୍ଧାଣି ସାଜିଥିଲେ ।

୨ୟ ଟେଷ୍ଟ ପାଇଁ ଇଂଲଣ୍ଡର ଚୂଡାନ୍ତ ଏକାଦଶ

ଜ୍ୟାକ କ୍ରାଉଲି, ବେନ ଡକେଟ, ଓଲି ପପ୍‌, ଜୋ ରୁଟ୍‌, ଜୋନି ବେୟାରଷ୍ଟୋ, ବେନ ଷ୍ଟୋକ୍ସ(ଅଧିନାୟକ), ବେନ ଫୋକ୍ସ(ୱିକେଟ୍ କିପର), ରେହାନ ଅହମ୍ମଦ, ଟମ ହାର୍ଟଲୀ, ଶୋଏବ ବସିର ଓ ଜେମ୍ସ ଆଣ୍ଡରସନ ।