Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଶ୍ବ ଓଡ଼ିଆ ଦିବସ ପାଳନ ଅବସରରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ।

ଗୋପାଳପୁର,୦୩/୦୨
ଆଜି ଠାରୁ ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ଠାରେ ବିଶ୍ବ ଓଡ଼ିଆ ଦିବସ ପାଳନ ହେଉଥିବା ବେଳେ ଏହି କ୍ରମରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପକ୍ଷରୁ ମଧ୍ୟ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଶ୍ବବିଦ୍ୟାଳୟ ପକ୍ଷରୁ ସ୍ଥାନୀୟ ସମ୍ମିଳନୀ କକ୍ଷ ପରିସରରେ
ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଓଡ଼ିଶାର ଅନ୍ୟାନ୍ୟ ଉଚ୍ଚ ଶିକ୍ଷାନୁଷ୍ଠାନ ପରି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ମଧ୍ୟ ଏହି କାର୍ଯ୍ୟକ୍ରମକୁ ଅIଭIସି ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ସରକାରଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାରମ୍ଭରେ ଓଡ଼ିଶାର ବରପୁତ୍ରଙ୍କ ଠାରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାସ , କୁଳସଚିବ ସଚ୍ଚିଦାନନ୍ଦ ନାୟକ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ସୁଶାନ୍ତ କୁମାର ବରାଳ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଦିବା ୧୧ ଟା ସମୟରେ ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷ ଠାରେ ସମୂହ ଭାବେ ଉତ୍କଳର ସଙ୍ଗୀତ ବନ୍ଦେ ଉତ୍କଳଜନନୀ ଗାନ କରା ଯାଇଥିଲା । କାର୍ଯ୍ୟକ୍ରମ ରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ , କୁଳସଚିବ ଶ୍ରୀଯୁକ୍ତ ସଚ୍ଚିଦାନନ୍ଦ ନାୟକ , ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ , ନୋଡାଲ ଅଧିକାରୀ ଡକ୍ଟର ସଦାନନ୍ଦ ନାୟକ, ବିତ୍ତ ନିୟନ୍ତ୍ରକ , ପରୀକ୍ଷା ନିୟନ୍ତ୍ରକ , ସହିତ ବରିଷ୍ଠ ପ୍ରଫେସର , ଶିକ୍ଷକ ଶିକ୍ଷୟତ୍ରୀ , ଅଣଶିକ୍ଷକ କର୍ମଚIରୀ, ଶତାଧିକ ଛାତ୍ର ଛାତ୍ରୀ ପ୍ରଭୃତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ । ପରବର୍ତ୍ତୀ ସମୟରେ ଭୁବନେଶ୍ୱର ରେ ରାଜ୍ୟ , ଦେଶ ତଥା ବିଦେଶ ରୁ ଆସିଥିବା ବିଦ୍ୱାନ ମାନଙ୍କର ଓଡ଼ିଆ ଭାଷା ସମ୍ପର୍କିତ ଜ୍ଞାନ ଗର୍ଭକ ଆଲୋଚନାକୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସମେତ ଛାତ୍ର ଛାତ୍ରୀ ମାନେ ମଧ୍ୟ ଅIଭIସି ମାଧ୍ୟମରେ ଦେଖିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories