Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହନୁମାନ ଓ ଡ. ଆମ୍ବେଦକର ଜୟନ୍ତୀ ପାଳନ ପାଇଁ ଶାନ୍ତି କମିଟି ଗଠିତ

ଅତାବିରା:- ଅତାବିରାରେ ଆଗାମୀ ଏପ୍ରିଲ ୧୪ରେ ହେବାକୁ ଥିବା ହନୁମାନ ଜୟନ୍ତୀ ଓ ଡ. ଆମ୍ବେଦକର ଜୟନ୍ତୀ ପାଳନ ପାଇଁ ଅତାବିରା ପୁଲିସ ପ୍ରଶାସନ ଉଦ୍ୟମକ୍ରମେ ଶାନ୍ତି କମିଟି ଗଠିତ ହୋଇଛି। ବରଗଡ଼ ଏସ୍‌ଡିପିଓ ଅମ୍ରିତ ପଣ୍ଡାଙ୍କ ସମେତ ବଜରଂଗ ଦଳ, ଭୀମ ଆର୍ମି ତଥା ଅତାବିରା ଓ ଗୋଡ଼ଭଗାର ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଶାନ୍ତି କମିଟି ଅନୁଷ୍ଠିତ ହୋଇଥିଲା। ଥାନା ଆଇଆଇସି ଅନିଲ କୁମାର ପ୍ରଧାନଙ୍କ ସଂଯୋଜନାରେ ଏହି ଶାନ୍ତି କମିଟି ଅନୁଷ୍ଠିତ ହୋଇଥିଲା।

ଉଭୟ ଜୟନ୍ତୀ ଓ ଉତ୍ସବକୁ ଶାନ୍ତିପୂର୍ଣ୍ଣ, ସୌହାର୍ଦ୍ଧ୍ବପୂର୍ଣ୍ଣ ବାତାବରଣରେ ପାଳନ କରିବା ପାଇଁ ୧୮ ଜଣିଆ ଏକ ଶାନ୍ତି କମିଟି ଗଠନ କରାଯାଇଛି । ଏଥିରେ ବଜରଂଗ ଦଳର ପ୍ରଶାନ୍ତ ଭୋଇ, ଅଶ୍ବିନୀ ମେହେର, ପରମେଶ୍ବର ପଟେଲ, ପ୍ରେମରାଜ ଛନ୍ଦ, ପି ଶ୍ରୀହରି, ଭୀମ ଆର୍ମିର ପୁରନ୍ଦର ଉଗର(ଟିଙ୍କୁ), ସଂଜୟ ମହାନନ୍ଦ, ମନୋଜ ସୁନା, ବାବଲୁ ଭେସ୍ରା, ଶଂକର ନାଗ, ଓକିଲ ସଂଘର ଦୁର୍ଯ୍ୟୋଧନ ଛତର, ଉନ୍ନୀ ନାୟର ରାଜା ପାଣ୍ଡେ, ଗୋଡ଼ଭଗା ଓ ଅତାବିରା ନାଗରିକଙ୍କ ମଧ୍ୟରୁ କୁଳମଣି ପ୍ରଧାନ, ଅଭିନାଶ ପ୍ରଧାନ, ମଧୁ ଶର୍ମା, ଦିବାକର ପ୍ରଧାନ, କେପି ଶ୍ରୀନିବାସ, ସୁରେନ୍ଦ୍ର ସ୍ବାଇଁ, ଦେବବ୍ରତ ରଥ ରହିଛନ୍ତି ।

ପ୍ରକାଶ ଥାଉ କି, ଗତ ବର୍ଷ ଏପ୍ରିଲ ୧୪ ତାରିଖ ହନୁମାନ ଜୟନ୍ତୀ ଓ ଡ. ଆମ୍ବେଦକର ଜୟନ୍ତୀ ପାଳନ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଚଳିତ ବର୍ଷ ଏଭଳି ପରିସ୍ଥିତି ଉପୁଜିବା ଆଶଙ୍କା ପୂର୍ବରୁ ପୁଲିସ ପ୍ରଶାସନ ପକ୍ଷରୁ ଏହି ଶାନ୍ତି କମିଟି ଗଠନ କରାଯାଇଛି । ଏହି ମହାନ ପର୍ବ, ଉତ୍ସବ ପାଳନ କରିବା ପାଇଁ ଉଭୟ ସକାରତ୍ମକ ପ୍ରସ୍ତାବ ଦେଇଥିଲେ। ପୁଲିସ ପ୍ରଶାସନ ପକ୍ଷରୁ ଗୋଡ଼ଭଗା ଫାଣ୍ଡି ଅଧିକାରୀ ବିପିନ ବାଘ, ଏସ୍‌ଆଇ କୈଳାସ ଚନ୍ଦ୍ର ପ୍ରଧାନ, ରବୀନ୍ଦ୍ର ହେମ୍ବ୍ରମ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ