Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦାୟୀ ନିର୍ବାହୀ ଅଧିକାରୀଙ୍କୁ ବେଲଗୁଣ୍ଠା ପ୍ରେସ କ୍ଲବ ର ବିଦାୟ ସମ୍ବର୍ଦ୍ଧନା

ବେଲଗୁଣ୍ଠା-୭/୨-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ବିଦାୟୀ ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କୁ ବେଲଗୁଣ୍ଠା ପ୍ରେସ୍ କ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ରଙ୍କ ନେତୃତ୍ବରେ ସମସ୍ତ ସଦସ୍ୟ ଭୁବନେଶ୍ଵରର ମହାନଗର ନିଗମରେ ସୌଜନ୍ୟମୂଳକ ସାକ୍ଷାତ କରି ଉପଢୌକନ ପ୍ରଦାନ ପୁର୍ବକ ସମ୍ବର୍ଦ୍ଧନା ଜଣାଇବା ସହିତ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ବିଦାୟୀ ଅଧିକାରୀଙ୍କ କାର୍ଯ୍ୟକାଳ ସମୟରେ ବେଲଗୁଣ୍ଠା ଅଞ୍ଚଳରେ ବିଭିନ୍ନ ପ୍ରକାରର ବିକାଶମୂଳକ କାର୍ଯ୍ୟ ହୋଇଥିବା ବେଳେ କୋଭିଡ୍ ମହାମାରୀ ସମୟରେ ନୂତନ ଭାବେ ଯୋଗ ଦେଇଥିଲେ ଶ୍ରୀ ପାତ୍ର । ସେତେବେଳକୁ ବେଲଗୁଣ୍ଠାକୁ ମଧ୍ୟ କୋଭିଡ୍ ଗ୍ରାସ କରିଥିବାବେଳେ ନିଜର ସୁଚିନ୍ତିତ ରଣକୌଶଳ ଓ ସୁପରିଚାଳନାରେ ବେଲଗୁଣ୍ଠା ସହରକୁ କୋଭିଡ୍ ମୁକ୍ତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।ଏ ନେଇ ବେଲଗୁଣ୍ଠା ପ୍ରେସ୍ କ୍ଳବ ତାଙ୍କୁ ଧନ୍ୟବାଦ ଜଣାଇଥିଲେ ।ଖୁବ୍ କମ୍ ସମୟ ମଧ୍ୟରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦକୁ ଦୁଇ ଥର ସ୍ୱଚ୍ଛ ସର୍ବେକ୍ଷଣରେ ଜାତୀୟ ସ୍ତରରେ ପ୍ରଶଂସିତ ହୋଇ ପୁରସ୍କୃତ କରାଇଥିଲେ ।ନିଜର ଦକ୍ଷତା ଓ କର୍ମଠ ଗୁଣ ପାଇଁ ଖୁବ୍ କମ୍ ସମୟରେ ବେଲଗୁଣ୍ଠା ସହରରେ ଆଦରଣୀୟ ହୋଇପାରିଥିଲେ। ।ନିଜର କାର୍ଯ୍ୟଦକ୍ଷତା ପାଇଁ ଆଜି ଶ୍ରୀ ପାତ୍ର ଭୁବନେଶ୍ଵର ମହାନଗର ନିଗମରେ ଆସିଷ୍ଟାଣ୍ଟ କମିସନର ଭାବେ ଅବସ୍ଥାପିତ ହୋଇଛନ୍ତି ।ଏ ନେଇ ବେଲଗୁଣ୍ଠା ପ୍ରେସ୍ କ୍ଳବର ସଭାପତି ପ୍ରଦ୍ୟୁମ୍ନ ପାତ୍ର, ଉପସଭାପତି ପ୍ରଭାତ କୁମାର ସାହୁ, ସମ୍ପାଦକ ଅଶ୍ୱିନୀ କୁମାର ମହାନ୍ତି, ପ୍ରଦୀପ କୁମାର ଚୌଧୁରୀ, ସଦାଶିବ ପାଣିଗ୍ରାହୀ ଓ ସଚିଦାନନ୍ଦ ପାତ୍ର
ତାଙ୍କୁ ଶୁଭକାମନା ଜଣାଇଛନ୍ତି ।