ବ୍ୟାପକ ରନ୍ଧା ଦେଶୀ ମଦ ଜବତ କରି ତିନି ଅଭିଯୁକ୍ତ ଙ୍କୁ କୋଟ ଚାଲାଣ କରିଛି ଅବକାରୀ ବିଭାଗ


ବୀରମହାରାଜପୁର : ( ସୌମିତ୍ରି ମେହେର ) ବୀରମହାରାଜପୁର ବ୍ଲକ ସୁବଳୟା ଥାନl ଅନ୍ତର୍ଗତ ଟେଭାପଦର ଓ ପିତାମହୁଲ ରାସ୍ତା ରୁ ୮୦ ଲିଟର ବେଆଇନ ଦେଶି ରନ୍ଧା ମଦ ଜବତ ହୋଇଥିବା ବେଳେ ତିନି ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ବୀରମହାରାଜପୁର ଓ ସୋନପୁର ଅବକାରୀ ବିଭାଗ ପକ୍ଷରୁ ରାତ୍ରୀ ସମୟରେ ପାଟ୍ରଲିଂ କରୁଥିବା ବେଳେ ବେଆଇନ ମଦ ଚୋରାଚାଲାଣ ହେଉଥିବା ନେଇ କୈାଣସି ସୂତ୍ରରୁ ଖବର ପାଇ ଥିଲେ I ସୁବଳୟା ଥାନା ଅଞ୍ଚଳର ଟେଭାପଦର ଓ ପିତାମହୁଲ ରାସ୍ତା ରେ ଚଢାଉ କରିଥିଲେ । ପିତାମହୁଲ ଗ୍ରାମର ଗୋବିନ୍ଦ ସାହୁ ପାଖରୁ ୧୫ ଲିଟର , ସାହେବ ସାହୁ ୨୦ ଲିଟର ଓ ଟେଭାପଦର ଗ୍ରାମର ପଦ୍ମନ ସାହୁ ପାଖରୁ ୪୫ ଲିଟର ଦେଶି ରନ୍ଧା ମଦ ଜବତ କରିଥିଲା । ଉକ୍ତ ତିନି ଜଣଙ୍କୁ ଗିରଫ କରିବା ସହ ଅବକାରୀ ଥାନା ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି । ଏହି ଚଢାଉ ସମୟରେ ଅବକାରୀ ବିଭାଗର ପ୍ରକାଶ ସା , ହର ପ୍ରସାଦ ରଣା , ସୁମିତ୍ରା ହେମ୍ବର , ପ୍ରଶାନ୍ତ ପରିଡ଼ା , ପିଣ୍ଟୁ ସାହୁ, ପୃଥିରାଜ କହଁର , ଆସିତ ପଧାନ ଓ କନେଷ୍ଟବଳ ସାମିଲ ହୋଇଥିଲେ ।