ବେଲଗୁଣ୍ଠା ବିଜ୍ଞାପିତ ଅଂଚଳ ପରିଷଦର ନୂତନ କଯ୍ୟ ନିର୍ବାହୀ ଅଧିକାରୀଙ୍କ ଯୋଗଦାନ


ବେଲଗୁଣ୍ଠା, 08/02,ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟରେ ନୂତନ କାର୍ଯ୍ୟ ନିର୍ବାହି ଅଧିକାରୀ ଭାବେ ସାମନ୍ତ ବିଶ୍ୱମ୍ବର ମହାପାତ୍ର ଯୋଗ ଦେଇଛନ୍ତି I ସେ ପୂର୍ବରୁ ନୟାଗଡ଼ ଜିଲ୍ଳା ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦରେ କାର୍ଯ୍ୟ ନିର୍ବାହି ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ I ସେ ଆଜି ଯୋଗ ଦେବା ପରେ ତାଙ୍କୁ ନଗରପାଳ, ସମସ୍ତ କାଉନସିଲର୍ ଏବଂ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ I ଏଠାରେ ପୂର୍ବରୁ ଥିବା କାର୍ଯ୍ୟ ନିର୍ବାହି ଅଧିକାରୀ ଏସ୍ ରାକେଶ କୁମାର ପାତ୍ରଙ୍କ ଭୁବନେଶ୍ୱର କମିଶନର୍ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଟ କମିଶନର୍ ଭାବେ ବଦଳି ହୋଇଥିଲା I ଶ୍ରୀ ପାତ୍ରଙ୍କ ବଦଳି ପରେ ସେ ଏହି ଦାୟିତ୍ୱ ଭଞ୍ଜନଗର ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କୁ ହସ୍ତାନ୍ତର କରିଥିଲେ I ଆଜି ଶ୍ରୀ ମହାପାତ୍ର ଭଞ୍ଜନଗର ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ I ଶ୍ରୀ ମହାପାତ୍ର ଦାୟିତ୍ୱ ଗ୍ରହଣ କରିବା ପରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦର ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଜାରି ରଖିବା ସହ ଏହାକୁ ରାଜ୍ୟର ଏକା ଅଗ୍ରଣୀ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାବେ ଗଢି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ I