Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଟେକ୍ସି ଷ୍ଟାଣ୍ତ ଅଭାବିକୁ ନେଇ ମାଲିକମାନେ ଚିନ୍ତାରେ

ବରପାଲି:ବରପାଲି ଟେକ୍ସି ମାଲିକ ସଂଘ ବର୍ତ୍ତମାନ ଗାଡି ମାନ ରଖିବା ଷ୍ଟାଣ୍ତର ଅଭାବ ଜନିତ ବ୍ଯବସ୍ଥାକୁ ନେଇ ହରଡଘଣାରେ ପଡିଯାଇଛି। ସୋମବାର ପୂର୍ବାହ୍ନରେ ସଂଘ କର୍ମକର୍ତ୍ତା ଓ ସଦସ୍ଯ ମାନେ ବୟନଶିଳ୍ପ ମନ୍ର୍ତୀଙ୍କ ପ୍ରତିନିଧି ସୌରଭ ସାହୁଙ୍କ ସମେତ ବିଜେଡି ବରିଷ୍ଠ ଯୁବନେତା କାଉନଶିଲର ଦିନେଶ ବିଶି ସ୍ଥାନିୟ ଏନଏସି ନିର୍ବାହି ଅଧିକାରୀ ଭୁବନ କୁମାର ସତପଥିଙ୍କ ନିକଟରେ ଅଭିଯୋଗ ମାଧ୍ଯମରେ ସ୍ଥାୟୀ ସମାଧାନ ପାଇଁ ଦାବୀ ଜଣାଇଥିଲେ। ସଂଘ କର୍ମକର୍ତ୍ତା ମାନଙ୍କ କହିବାକଥା ବିଞାପିତ ଅଚଂଳ ପରିଷଦ ପ୍ରସାସନ ଉନ୍ନୟନ ଦିଗରେ ଦିନକୁ ଦିନ ସହରର ଅଗ୍ରଗତି ନେଉଥିବା ବେଳେ ଆଜି ପର୍ଯ୍ଯନ୍ତ ସ୍ଥାୟୀ ଟେକ୍ସି ଷ୍ଟାଣ୍ଡଟିଏ ସ୍ଥାପନ ହୋଇପାରିଲା ନାହିଁ। ବର୍ତ୍ତମାନ ସମୟରେ ଷ୍ଟାଣ୍ଡର ଅବ୍ଯବସ୍ଥାକୁ ନେଇ ଆମେମାନେ ବିଭିନ୍ନ ବହୁ ହଇରାଣ ହରକତର ସମ୍ମୁଖିନ ହେଉଛୁ। ବରଗଡରୁ ବରପାଲି ପର୍ଯ୍ଯନ୍ତ ୨୬ନମ୍ବର ଯାତିୟ ରାଜପଥକୁ ଚାରିଥାକିଆ ରାସ୍ତା ନିର୍ମାଣ କାର୍ଯ୍ଯ ଯୋରସୋରରେ ଆଗେଇ ଚାଲୁଥିବା ବେଳେ ଟେକ୍ସି ମାନ ରଖିବା ପାଇଁ ସ୍ଥାନର ଅଭାବି ଦେଖାଯାଇଛି।ଆମ ଗାଡି ମାନ ରଖିବାକୁ ସ୍ଥାନ ଖୋଜୁଖୋଜୁ ମାନଶିକରେ ଘୋର ଚାପ ପଡୁଥିବା ଦର୍ଶାଇଥିଲେ। ସମସ୍ଯାର ସ୍ଥାୟୀ ସମାଧାନ ବାଟ ଖୋଲାଯାଉ ଏବଂ ଗୁରୁତର ସହ ଚିନ୍ତାକୁ ନେଇ ଉଚିତ ସହାୟତା ଯୋଗାଇ ଦେବାକୁ ଗୁହାରି କରିଥିଲେ। ନିର୍ବାହୀ ଅଧିକାରୀ ସତପଥି ସମସ୍ଯାର ଗୁରୁତ୍ବକୁ ବୁଝିବା ସହ ସମାଧାନ ପାଇଁ ଚେଷ୍ଟା କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ