Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯାତ୍ରାଟିକିରା ହାଇସ୍କୁଲ ରଜତ ଜୟନ୍ତୀ ଉଦଯାପିତ

ବରପାଲି:ବରପାଲି ବ୍ଳକ ଖେମେଶରା ଯାତ୍ରଟିକିରା ଉଚ୍ଚ ବିଦ୍ୟାଳୟ ତ୍ରିଦିବସିୟ ରଜତ ଜୟନ୍ତୀ ପ୍ରତିଷ୍ଠା ଉତ୍ସବ ଉଦଯାପିତ ହୋଇଯାଇଛି। ବିଦ୍ଯାଳୟ ପ୍ରଧାନଶିକ୍ଷକ ଉଜ୍ବଳ କୁମାର ପଧାନଙ୍କ ଅଧ୍ୟକ୍ଷତାରେ କାର୍ଯ୍ଯକ୍ରମ ପରିଚାଳିତ ହୋଇଥିଲା। ଉଦଯାପନୀ ଉତ୍ସବରେ ମୂଖ୍ଯଅତିଥି ଭାବରେ ପୂର୍ବତନ ଶ୍ରମମନ୍ର୍ତୀ ତଥା ବିଧାୟକ ସୁଶାନ୍ତ ସିଂ ଗଣପତି ଦେବଙ୍କ ସମ୍ମୁଖରେ ଦ୍ବିପ ପ୍ରଜ୍ବଳନ ମାଧ୍ଯମରେ କାର୍ଯ୍ଯକ୍ରମ ସୂଭାରମ୍ଭ କରିଥିଲେ। ମୂଖ୍ଯବକ୍ତା ଭାବେ ଡଃ.ସୂଜିତ କୁମାର ପ୍ରୁଷେଠ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ପର୍ଶୁରାମ ମୁଣ୍ତା, ଆଗଲପୁର ସମବାୟ ସମିତି ସଭାପତି ବିରୋସନ ସାହୁ, ପ୍ରମୁଖ ମଚାଂଶିନ ହୋଇଥିଲେ। ଅତିଥି ମାନେ ଶିକ୍ଷାର ମାନଦଣ୍ତ ଓ ଅଭିଭାବକ ମାନଙ୍କ କର୍ତ୍ତବ୍ଯ ସହ ଛାତ୍ରଛାତ୍ରି ମାନଙ୍କ ଆଗ୍ରହକୁ ନେଇ ବହୁ ସତଶିକ୍ଷା ମୂଳକ ବିଷୟ ଉପରେ ଆଲୋଚନା କରିଥିଲେ। ପୁର୍ବରୁ ସ୍କୁଲ ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର ବିଜୟୀ ଛାତ୍ରଛାତ୍ରି ମାନଙ୍କୁ ଅତିଥି ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ ସ୍କୁଲର ଶିକ୍ଷକଶିକ୍ଷୟତ୍ରି ମାନଙ୍କ ସହ ବିଭିନ୍ନ କାର୍ଯ୍ଯରେ ସୂନାମ ଅର୍ଜନ କରିଥିବା ବ୍ଯକ୍ତି ବିଶେଷ ମାନଙ୍କୁ ମାନପତ୍ର ଓ ଉତ୍ତରିୟ ପ୍ରଦାନ ମାଧ୍ଯମରେ ସମ୍ମାନିତ କରାଯାଇଥିଲା। ପରିଚାଳନାରେ ବିଦ୍ଯାଳୟ କମିଟି ସହ ସ୍କୁଲର ସହକର୍ମୀ ମାନେ ସହଯୋଗ କରିଥିଲେ। ପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଭିନ୍ନଭିନ୍ନ ଶୈଳିର ମନଲୋଭା ରଙ୍ଗାରଙ୍ଗ କାର୍ଯ୍ଯକ୍ରମ ମାନ ପ୍ରସ୍ତୁତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ