Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଘରୋଇ କଳହରୁ ପୁଅ ଝିଅ କୁ ଆକ୍ରମଣ କଲା ନିଷ୍ଠୁର ପିତା

ବେଲଗୁଣ୍ଠା -୧୦/୪-ବେଲଗୁଣ୍ଠା ଥାନା ଅନ୍ତର୍ଗତ ଆମ୍ବପୁଆ ଗ୍ରାମରେ ଘରୋଇ କଳହରୁ କେନ୍ଦ୍ର କରି ବାପା ନିଜ ଔରସରୁ ଜାତ ପୁଅ ଝିଅକୁ ଆକ୍ରମଣ କରି ଜେଲ୍ ଯିବା ପରି ଏକ ଅଭାବନୀୟ ଘଟଣା ଘଟିଛି । ପୋଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆମ୍ବପୁଆ ଗ୍ରାମର ଭଗବାନ ସାହୁ ଗତକାଲି ରବିବାର ସଂଧ୍ୟା ସମୟରେ ସ୍ତ୍ରୀ ସରସ୍ଵତୀ ସାହୁଙ୍କ ସହିତ ଝଗଡ଼ା ଲାଗିଥିଲା ।ଏହି ସମୟରେ ଘରକୁ ଆସିଥିବା ବିବାହିତ ଝିଅ କସ୍ତୁରୀ ସାହୁ(୨୬) ଓ ପୁଅ କର୍ପୁର ସାହୁ (୨୪) ଉଭୟେ ଭଗବାନକୁ ପ୍ରତିବାଦ କରିଥିଲେ । ଏଥିରେ ଭଗବାନ ଉତ୍ୟକ୍ତ ହୋଇ ଏକ ଚାକୁରେ ପୁଅ ଓ ଝିଅକୁ ଆକ୍ରମଣ କରିଥିଲା ।ଏ ନେଇ ସ୍ତ୍ରୀ ସରସ୍ଵତୀ ଆଜି ବେଲଗୁଣ୍ଠା ଥାନାରେ ଭଗବାନ ଙ୍କ ବିରୋଧରେ ଲିଖିତ ଅଭିଯୋଗ ଦେଲା ପରେ ବେଲଗୁଣ୍ଠା ପୋଲିସ ୧୫୧/୨୩ରେ ଏକ ମାମଲା ରୁଜୁ କରି ଭଗବାନକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ପ୍ରକାଶ କୁମାର ସାହୁ ଜଣାଇଛନ୍ତି । ବେଲଗୁଣ୍ଠା ଥାନା ଏସ୍.ଆଇ ନିରଞ୍ଜନ ନାୟକ ଘଟଣାର ତଦନ୍ତ କରୁଛନ୍ତି ।