Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗୋପାଳପୁର ଏନ ଏ ସି ଅକ୍ଟୋବର ପରଠାରୁ ଆଉ ମାସିକ ବୈଠକ ବସୁନାହିଁ ।ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକ ବିନା କାଉନସିଲ ଅନୁମୋଦନ ରେ ହେଉଛି -କାଉନସିଲର ଗଣ।

ଗୋପାଳପୁର,୧୧/୦୧
ଗୋପାଳପୁର ଏନ ଏ ସି ର କାଉନସିଲ ବୈଠକ ଗତ ଅକ୍ଟୋବର ମାସ ପର ଠାରୁ ଆଜି ଯାଏଁ ୪ ମାସ ହେଲା ହୋଇ ପାରୁନଥିବା ସହ ବିନା କାଉନସିଲ ର ଅନୁମୋଦନ ରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଗୁଡ଼ିକ ହେଉଥିବାରୁ ସେଗୁଡ଼ିକ ର ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ବିଭିନ୍ନ ଓ୍ବାର୍ଡ ରେ ରହିଥିବା ଅସୁବିଧା ଗୁଡିକର ସଠିକ ସମାଧାନ ହୋଇ ପାରୁନଥିବା ଅନେକ କାଉନସିଲର ଅଭିଯୋଗ କରିଛନ୍ତି। ଅନ୍ୟ ପଟେ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ମନ ଇଚ୍ଛା ଅନେକ ଗୁଡ଼ିଏ ନୂଆ ପ୍ରକଳ୍ପ କୁ ବିନା କାଉନସିଲ ବୈଠକ ଅନୁମୋଦନ ରେ କରୁଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।ଏହା ସହ ଗତ ୨୦୨୩ ଅକ୍ଟୋବର ୬ ତାରିଖରେ ହୋଇଥିବା ଶେଷ କାଉନସିଲ ବୈଠକର ନିର୍ଦ୍ଧାରଣ କୁ ଆଜି ଯାଏଁ କାଉନସିଲର ମାନଙ୍କୁ ପ୍ରଦାନ କରା ଯାଇନଥିବା ୧୦ ନଂ ଓ୍ବାର୍ଡ ର କାଉନସିଲର ଜି ମୋହନ ପ୍ରକାଶ କରିଛନ୍ତି। ଗତ ୧ ବର୍ଷ ର ଏନ ଏ ସି ର ଆୟବ୍ୟୟ ର ହିସାବ ମଧ୍ୟ ନିର୍ବାହୀ ଅଧିକାରୀଙ୍କ ପକ୍ଷରୁ କାଉନସିଲର ମାନଙ୍କୁ ଅବଗତ କରା ଯାଉନାହିଁ। ଅନୁଷ୍ଠିତ ହେଉଥିବା ମାସିକ କାଉନସିଲ ବୈଠକରେ ନିର୍ବାହୀ ଅଧିକାରୀଙ୍କୁ ଆୟବ୍ୟୟ ର ହିସାବ ମାଗିଲେ ଆସନ୍ତା ବୈଠକରେ ଏହା ଦେବେ ବୋଲି କହି ଏଡାଇ ଦେଉଥିବା ମଧ୍ୟ ଅଭିଯୋଗ ହେଉଛି।ଏହି କ୍ରମରେ ଗତ ନଭେମ୍ବର ମାସରେ କାଉନସିଲର ଓ ଅଧ୍ୟକ୍ଷ ଙ୍କ ପକ୍ଷରୁ କାର୍ଯ୍ୟରତ ନିର୍ବାହୀ ଅଧିକାରୀ ମାନସ ରଞ୍ଜନ ମଲ୍ଲିକ ଙ୍କୁ ଏଠାରୁ ସ୍ଥାନାନ୍ତରିତ ନିମନ୍ତେ ଜିଲ୍ଲାପାଳ ସମେତ ନଗର ଉନ୍ନୟନ ବିଭାଗକୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଆଜିଯାଏଁ ଏହା କାର୍ଯକାରୀ ହେଉନଥିବାରୁ କାଉନସିଲର ମାନଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ଓ୍ବାର୍ଡ ନଂ ୮ ର କାଉନସିଲର ଜି ମୋହନ ରାଓଙ୍କ ଅଭିଯୋଗ ଅନୁଯାୟୀ ୮ ନଂ ଓ୍ବାର୍ଡ ରେ ଥିବା ଏକ ପୁରୁଣା ନାଳ ର ପୁନରୁଦ୍ଧାର ନିମନ୍ତେ ଅନେକ ଥର ନିର୍ବାହୀ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ ଆଜିଯାଏଁ ଏହାର ନିର୍ମାଣ କାମ ଆରମ୍ଭ କରାଯାଇ ନାହିଁ। କିନ୍ତୁ କେତେକ ଓ୍ବାର୍ଡ ରେ ସମ୍ପୂର୍ଣ ଭଲ ଥିବା ନାଳ ଗୁଡିକ ର ମରାମତି ପାଇଁ କାର୍ଯ୍ୟାଦେଶ ଦିଆ ଯାଇଥିବା ତଦନ୍ତ ସାପେକ୍ଷ ବୋଲି ମତପୋଷଣ କରିଛନ୍ତି।ଘଟଣା ନେଇ ଅଧ୍ୟକ୍ଷ ଏ ଜାନକୀ ରାମ ଙ୍କ ଯୋଗାଯୋଗ ବେଳେ ମଧ୍ୟ ସେ କାଉନସିଲର ମାନେ କରିଥିବା ଅଭିଯୋଗ ରେ ସତ୍ୟତା ରହିଥିବା ସହ ସେ ମଧ୍ୟ ଅନେକ ସମୟରେ ଉନ୍ନୟନ ମୂଳକ କାର୍ଯ୍ୟର ଫାଇଲ କିମ୍ବା କୌଣସି ଅଫିସ ଫାଇଲ ମାଗିଲେ ମଧ୍ୟ ଠିକ୍ ଭାବେ ତାଙ୍କୁ ମଧ୍ୟ ଦେଉନଥିବା ଅଭିଯୋଗ କରିଛନ୍ତି।ଘଟଣା ନେଇ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ମଲ୍ଲିକ ଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରିନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ