Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଖୁଲମଖୁଲା ରାଜନୀତି କରୁଛନ୍ତି ଶିକ୍ଷକ…ବିଦ୍ୟାଳୟ ଛାଡି ଶାସକ ଦଳ ରେ ବୁଲୁଛନ୍ତି…

ଲକ୍ଷ୍ମୀପୁର ୧୦/୦୨…. ଲକ୍ଷ୍ମୀପୁର ବ୍ଲକ ବଡନେରକା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶଙ୍କର ସାଉଁତା ବର୍ତ୍ତମାନ ଖୁଲମଖୁଲା ଶାସକ ଦଳ ତରଫରୁ ରାଜନୀତି କରୁଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ରେ ସେ ନିଜ ସମ୍ପର୍କୀୟ ମାନଙ୍କୁ ବିଜେଡ଼ି ସମର୍ଥିତ ସମିତି ସଭ୍ୟ ଓ ସରପଞ୍ଚ ଭାବେ ପ୍ରାର୍ଥୀ କରାଇ ବିଜୟୀ କରାଇବାରେ ସକ୍ଷମ ହୋଇଥିଲେ, ଶେଷ ମୁହୂର୍ତ ରେ କିନ୍ତୁ ପଂଚାୟତ ସମିତି ଅଧ୍ୟକ୍ଷା ପଦବୀ ହାତେଇ ବାରେ ଅସମର୍ଥ ହୋଇଥିଲେ, ଏପରିକି ବର୍ତ୍ତମାନ ର ଅଧ୍ୟକ୍ଷା ବିରୋଧରେ ନିର୍ବାଚନୀ ମାମଲା ମଧ୍ୟ ଅନ୍ୟ ଜଣେ ବିଜୟୀ ସମିତିସଭ୍ୟ ଙ୍କ ଜରିଆରେ ସେତେବେଳେ କରାଯାଇଥିଲା। ବର୍ତ୍ତମାନ କିଛି ଦିନ ତଳେ ପୂର୍ବ ମାମଲା ଗୁଡିକ ଆପୋଷ ବୁଝାମଣା ରେ ସମାଧାନ ହୋଇଛି, କିନ୍ତୁ ଶିକ୍ଷକ ଙ୍କ ରାଜନୀତି ମୋହ ଏବେବି ଘାରିଛି। ବର୍ତ୍ତମାନ ସେ ପ୍ରତ୍ୟକ୍ଷ ରାଜନୀତି ରେ ସାମିଲ ହୋଇ ପ୍ରତ୍ୟକ ବିଜେଡି ବୈଠକ ରେ ଯୋଗଦେଉଛନ୍ତି, କିଛିଦିନ ତଳେ ସଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ ଲକ୍ଷ୍ମୀପୁର ଗସ୍ତ ଓ ୫ଟି ଅଧକ୍ଷ ଭିକେ ପାଣ୍ଡିଆନ ଙ୍କ ଗସ୍ତ ସମୟରେ ମଧ୍ୟ ସେ ଉପସ୍ଥିତ ରହି ଦଳୀୟ କାର୍ଯ୍ୟକ୍ରମ ଉପରେ ବୁଝା ସୁଝା କରିଥିଲେ। ବର୍ତ୍ତମାନ ସେ ସକ୍ରିୟ ରାଜନୀତି ରେ ରହି ଲୋକ ଙ୍କ ଆସ୍ତା ଭାଜନ ହେବା ସକାଶେ ପ୍ରୟାସ ଜାରି ରଖିବା ସହ ୪ଟି ଯାକ ବ୍ଲକ ରେ ସମର୍ଥକ ଙ୍କ ସହ ବୁଲି ଭଲ ମନ୍ଦ ରେ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ ମାନଙ୍କରେ ଅର୍ଥ ରାଶି ମଧ୍ୟ ପ୍ରଦାନ କରୁଛନ୍ତି।ନିର୍ବାଚନ ଯେତେ ପାଖେଇ ଆସୁଛି  ଲକ୍ଷ୍ମୀପୁର ରାଜନୀତି ସେତେ ସରଗରମ ହେଉଛି । ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଏବେ ବିଜେଡ଼ି ଦଳରେ ପ୍ରାର୍ଥୀ ହେବାକୁ ଅନେକ ଆଶାୟୀ ଥିବା ବେଳେ ଶିକ୍ଷା ବିଭାଗ ରେ କାର୍ଯ୍ୟରତ ଶିକ୍ଷକ  ଶଙ୍କର ବାବୁ ବିଦ୍ୟାଳୟ ଯିବା ପରିବର୍ତ୍ତେ ଦିନ ରାତି ବିଜେଡ଼ି ଦଳର ପ୍ରଚାରରେ ଲାଗି ପଡିବା ଘଟଣା ସାଧରଣ ରେ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ପାଲଟିଛି । ଶାସକ ଦଳ ର କିଛି ନେତା ଙ୍କ ଠାରୁ ଆରମ୍ଭ କରି ବିରୋଧୀ ଗୋଷ୍ଟି ମଧ୍ୟ କହିଛନ୍ତି କି ରାଜନୀତି କରିବାକୁ କାହାକୁ ମନା ନାହିଁ, କିନ୍ତୁ ସରକାରୀ ଚାକିରି ରେ ରହି ଦଳ ତରଫରୁ ରାଜନୀତି କରିବା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ ବୋଲି ପ୍ରକାଶ କରିଛନ୍ତି, କିଛି ବିରୋଧୀ ଦଳ ର ବ୍ଲକ ସ୍ତରୀୟ ନେତା କହିଛନ୍ତି ଶାସକ ଦଳ ର ପ୍ରଚାର କରୁଛନ୍ତି ବୋଲି ପ୍ରଶାସନ ବି ନିଦାବିଷ୍ଣୁ ପାଲଟି ଯାଇଛନ୍ତି  ।ଯଦି ଶାସକ ଦଳ ପରିବର୍ତ୍ତେ ଅନ୍ୟ ଦଳ ରେ ଯଦି କେହି ସରକାରୀ କର୍ମଚାରୀ ଏପରି ନିର୍ବାଚନୀ ପ୍ରଚାର କରିଥାନ୍ତା ତାହେଲେ ସେ ଆଉ ଚାକିରି ରେ ରହିନଥାନ୍ତେ, ବରଂ କେବେଠାରୁ ବିଦାୟୀ ହୋଇଥାନ୍ତା ବୋଲି ମଧ୍ୟ କହିଛନ୍ତି। ଏନେଇ ବ୍ଲକ ଶିକ୍ଷଧିକାରୀ କୈଳାଶ ଚନ୍ଦ୍ର ବେହେରା କହିଛନ୍ତି କି ଗତ ସେପ୍ଟେମ୍ବର ମାସରେ ଶିକ୍ଷକ ଶଙ୍କର ସାଉଁତା କୌଣସି କାରଣ ଦର୍ଶାଇ  ଜୁଲାଇ ମାସରେ ମାସକ ପାଇଁ ଇଏଲ ରେ ଥିଲେ, ମାସେ ପୁରିବା ପରେ ସେ ଆଉ ଇଏଲ ଏକ୍ସଟେନସନ କରିନାହାନ୍ତି, ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି ରହିଯାଇ ଥିବା କାରଣରୁ ଗତ କିଛି ଦିନ ତଳେ ଏକ ତଦନ୍ତ କାରି ଟିମ ଗଠନ କରାଯାଇ ସବିଶେଷ ତଥ୍ୟ ପ୍ରଦାନ କରିବା ସକାଶେ କୁହାଯାଇଛି, ତଦନ୍ତ ଟିମ ରିପୋର୍ଟ ପ୍ରଦାନ କରିବା ପରେ କଣ ହୋଇଛି ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି। ଗତ କିଛି ଦିନ ତଳେ  ମହାବିଦ୍ୟାଳୟ ରେ ନୂଆ ଓ ଯୁବ ଓଡିଶା, ନବୀନ ଓଡିଶା କାର୍ଯ୍ୟକ୍ରମ ରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟକ୍ରମ ରେ ଅତିଥି ଭାବେ ଯୋଗଦେଇ ଥିଲେ, ମଞ୍ଚ ଉପରେ ତାଙ୍କ କଡ଼ ରେ ଶିକ୍ଷକ ଶଙ୍କର ସାଉଁତା ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ, ଏପରି ସ୍ଥିତି ହୋଇଥିଲା ଜେ କିଛି ସମୟ ପରେ କିଛି କହି ନ ପାରି ବ୍ଲକ ଶିକ୍ଷାଧିକାରୀ କାମ ଅଛି କହି ଚାଲିଯାଇଥିଲେ, ସାମ୍ବାଦିକ ମାନେ ପଚାରିବା ରୁ ଆପଣ ମାନେ ଜାଣିକି କାହିଁକି ପଚାରୁଛନ୍ତି କହିକି ଚାଲିଯାଇଥିଲେ।ଏପଟେ କହୁଛନ୍ତି ତଦନ୍ତ ଟିମ ଗଠନ କରାଯାଇ ରିପୋର୍ଟ ମଗାଯାଇଛି ବୋଲି, ବିଇଓ ମହାଶୟ ସବୁ ଦେଖି ବି ନିଦାବିଷ୍ଣୁ, କାରଣ ଶାସକ ଦଳ। କେବଳ ବିଇଓ ନୁହଁନ୍ତି ବରଂ ବିଡ଼ିଓ ମହାଶୟ ମଧ୍ୟ ସବୁ ଅବଗତ ଅଛନ୍ତି କିନ୍ତୁ କିନ୍ତୁ ସବୁଜାଣି ଅଜଣା ଭାବେ ରହିଯାଇଛନ୍ତି। ଏନେଇ ଶିକ୍ଷକ ଶଙ୍କର ସାଉଁତା କହିଛନ୍ତି କି ତାଙ୍କ ବାପାଙ୍କ ଦେହ ଖରାପ ଯୋଗୁଁ ଗତ ଜୁଲାଇ ୫ତାରିଖରୁ  ସେ ଇଏଲ ରେ ଅଛନ୍ତି, ବାପା ଜଣେ ବିଜେଡ଼ି ସମର୍ଥିତ ଲେମ୍ପସ ସଭାପତି  ଅଛନ୍ତି , ତାଙ୍କର ଦଳ ପ୍ରତି ଦୁର୍ବଳତା ଥିବା କାରଣରୁ ମୋତେ ଦଳ ର କାର୍ଯ୍ୟ କରିବାକୁ କହିଛନ୍ତି, ବାପା ଙ୍କ କଥା ଅନୁଯାୟୀ ମୁଁ ବର୍ତ୍ତମାନ ଶାସକ ଦଳ ପାଇଁ କାର୍ଯ୍ୟ କରୁଥିବା ସେ କହିଛନ୍ତି,ବିନା କାର୍ଯ୍ୟ କୁ ବିନା ଦରମା ସକାଶେ ସେ ଆବେଦନ କରିଥିବା କହିଛନ୍ତି।ଶିକ୍ଷକ ଙ୍କ ଏପରି ରାଜନୀତି କୁ ନେଇଁ ଏବେ ଖୁବ ଚର୍ଚ୍ଚା।ଏପରି ସ୍ଥିତି ରେ କଣ କାର୍ଯ୍ୟାନୁଷ୍ଠାନ ହଉଛି ନା ୨୪ ଇଲେକସନ ପର୍ଯ୍ୟନ୍ତ ଏମିତି ଖୁଲମଖୁଲା ରାଜନୀତି ହଉଛି ତାହା ଦେଖିବାକୁ ବାକି ରହିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ