Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବରଗଡ଼ ଗସ୍ତରେ ରାଜ୍ୟପାଳ

ବରଗଡ଼ /ଅତାବିରା: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମଙ୍ଗଳବାର ବରଗଡ଼ ଗସ୍ତରେ କିଛି କାର୍ଯ୍ୟକ୍ରମରେ ଯୋଗ ଦେବାଲାଗି ଆସିଛନ୍ତି । ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟପାଳ ସ୍ୱତନ୍ତ୍ର ବିମାନ ଯୋଗେ ଆସି ସକାଳ ୯ଟା ୪୫ମିନିଟ୍‌ରେ ପାଇକମାଳ ଅସ୍ଥାୟୀ ହେଲିପ୍ୟାଡ୍‌ରେ ପହଞ୍ଚିଛନ୍ତି । ୯ଟା ୫୦ ମିନିଟ୍‌ରେ ସେଠାରୁ କାର୍ ଯୋଗେ ବାହାରି ଦିନ ୧୦ଟାରେ ହାଇସ୍କୁଲକୁ ଯାଇ ଯମୁନା କନ୍ଧୁଣୀ ରୌପ୍ୟ ଜୟନ୍ତୀ ପାଳନ ସମାରୋହରେ ଯୋଗଦେଇଛନ୍ତି । ସେଠାରେ କାର୍ଯ୍ୟକ୍ରମ ସରିବା ପରେ ୧୦ଟା ୪୫ମିନିଟ୍‌ରେ ପୁଣି ସେଠାକାର ହେଲିପ୍ୟାଡ୍‌ରେ ୧୦ଟା ୫୫ମିନିଟ୍‌ରେ ପହଞ୍ଚିବେ। ସେଠାରୁ ଦିନ ୧୧ଟାରେ ସ୍ୱତନ୍ତ୍ର ବିମାନ ଯୋଗେ ବିଜେପୁର ଅଭିମୁଖେ ବାହାରିବେ ଏବଂ ଦିନ ୧୧ଟା ୪୦ମିନିଟ୍‌ରେ ବିଜେପୁର ଅସ୍ଥାୟୀ ହେଲିପ୍ୟାଡ୍‌ରେ ଓହ୍ଲାଇବେ। ୧୧ଟା ୪୫ମିନିଟ୍‌ରେ ବିଜେପୁର ହେଲିପ୍ୟାଡ୍‌ରୁ କାର୍ ଯୋଗେ ବାହାରି ସମଲେଇପଦର ସରକାରୀ ୟୁ.ଜି. ହାଇସ୍କୁଲର ଶତବାର୍ଷିକୀ ସମାରୋହରେ ଯୋଗଦେବେ l ସେଠାକାର କାର୍ଯ୍ୟକ୍ରମ ସରିବା ପରେ ମଧ୍ୟାହ୍ନ ୧୨ଟା ୩୫ମିନିଟ୍‌ରେ ରାଜ୍ୟପାଳ ତୁଲଣ୍ଡି ସରକାରୀ ପ୍ରାଥମିକ ବିଦ୍ୟାଳୟ ଅଭିମୁଖେ ଯାଇ ଦିନ ୧ଟା ୧୦ମିନିଟ୍‌ରେ ସେଠାକାର ସମାରୋହରେ ଯୋଗଦେବେ। ସେଠାରେ ରାଜ୍ୟପାଳ କାର୍ଯ୍ୟକ୍ରମ ସାରି କାର୍ ଯୋଗେ ବାହାରି ୨ଟା ୩୦ମିନିଟ୍‌ରେ ବିଜେପୁର ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିବେ। ସେଠାରୁ ସ୍ୱତନ୍ତ୍ର ବିମାନ ଯୋଗେ ଦିନ ୨ଟା ୩୫ମିନିଟ୍‌ରେ ବାହାରି ୨ଟା ୫୫ମିନିଟ୍‌ରେ ବରଗଡ଼ର ବିକାଶ ଶିକ୍ଷାନୁଷ୍ଠାନରେ ପହଞ୍ଚି ବିକାଶ ସୋସିଆଲ ୱେଲଫେୟାର ଆଣ୍ଡ କମ୍ୟୁନିଟି ସ୍କୁଲ ବିଲ୍‌ଡିଂ ଉଦ୍‌ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ସେଠାରେ କାର୍ଯ୍ୟକ୍ରମ ସାରି ଅପରାହ୍ନ ୪ଟା ୧୫ମିନିଟ୍‌ରେ ସ୍ୱତନ୍ତ୍ର ବିମାନ ଯୋଗେ ବୁର୍ଲା ହେଲିପ୍ୟାଡ୍‌କୁ ଯିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ଦିଆଯାଇଛି।