Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ରେ ପ୍ରାବନ୍ଧିକଶ୍ୟାମସୁନ୍ଦର ରାଜଗୁରୁଙ୍କ ୧୫୯ ତମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି:୧୫(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ର ସଦର ମହକୁମା ପାରଳାଖେମୁଣ୍ଡି ଓଡ଼ିଆ ଭଣ୍ଡାରି ସାହି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଭୁବନେଶ୍ବର ଏବଂ ଉତ୍କଳ ହିତୈଷିଣୀ ସମାଜ ପାରଳାଖେମୁଣ୍ଡି ମିଳିତ ସହଯୋଗରେ ପ୍ରାବନ୍ଧିକ ପ୍ରବାଦ ପୁରୁଷ ଓଡ଼ିଆ ସ୍ଵାଭିମାନୀ *ଶ୍ୟାମସୁନ୍ଦର* *ରାଜଗୁରୁ* ଙ୍କ ୧୫୯ତମ ଜୟନ୍ତୀ ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଉପାନ୍ତପ୍ରହରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ମନୋଜକୁମାର ପଟ୍ଟନାୟକ, ସମ୍ମାନନୀୟ ବକ୍ତା ବିଚିତ୍ରାନନ୍ଦ ବେବର୍ତ୍ତା , ସମ୍ମାନନୀୟ ଅତିଥି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ମଞ୍ଚାସିନ ହୋଇ ଓଡ଼ିଆ ଭାଷା ଓ ସାହିତ୍ୟର ଏକନିଷ୍ଠ ସାଧକ ଶ୍ୟାମସୁନ୍ଦର ରାଯୁଗୁରୁଙ୍କ ବହୁମୁଖି ସାହିତ୍ୟ ସର୍ଜନା ,ଲୋକହିତକର କାର୍ଯ୍ୟ, ଲୁପ୍ତ ସୁପ୍ତ ସାରସ୍ଵତ ବିଭବର ରାଜଗୁରୁ ମହାଶୟ ଗବେଷଣା କରି ଖ୍ୟାତି ଅର୍ଜନ କରିଥିବା ବିଷୟ ସମ୍ପର୍କରେ ଆଲୋଚକ ଗଣ ପୁଙ୍ଖାନୁୁପୁଙ୍ଖ ଆଲୋଚନା କରିଥିଲେ। ଅଶାଲତା ପାଣିଗ୍ରାହୀ ସ୍ବାଗତ ସମ୍ଭାଷଣ ଓ ପରିଚୟ ପ୍ରଦାନ କରିଥିଲେ।ପ୍ରାରମ୍ଭିକ ସଙ୍ଗୀତ କଣ୍ଠ ଶିଳ୍ପୀ ବି.କୋମଲାଙ୍ଗୀ ଗାନ କରିଥିଲେ।ସ୍ୱର୍ଣ୍ଣପ୍ରଭା ପାଠୀ ଧନ୍ୟବାଦ ଅର୍ପଣ କରିଥିବାବେଳେ , ଶଶିଭୂଷଣ ପଟ୍ଟନାୟକ,ଶରତ ଚନ୍ଦ୍ର ସାହୁ,ମୁରଲୀଧର ପରିଚ୍ଛା, ବିଷ୍ଣୁ ଚରଣ ପଣ୍ଡା,ସିତାନଥ ପ୍ରଧାନ, ତ୍ରିପତି ପଣ୍ଡା, ନରସି°ହ ଗୌଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories

ରାଜ୍ୟ ସରକାରଙ୍କ ବ୍ୟାନ ପରେ ଗଜପତି ଜିଲ୍ଲାରେ ତମାଖୁ, ଗୁଟଖା, ସିଗାରେଟ ଆଦିର ଦର ୩ ଗୁଣ ବୃଦ୍ଧି ପାରଳାଖେମୁଣ୍ଡି:୨୫/୧(ଗରୁଡ ଧ୍ଵଜ ଚୌଧୁରୀ)ରାଜ୍ୟ ସରକାର ସମସ୍ତ ଗୁଟ୍ଟୋ, ପାନମସଲା, ସିଗାରେଟ, ଜଦ୍ଦା, ଖଇନି ଏବଂ ତମାଖୁ ତଥା ନିକୋଟିନଯୁକ୍ତ ସମସ୍ତ ଉତ୍ପାଦର ବିକ୍ରି ଉପରେ ସମ୍ପୂର୍ଣ ବ୍ୟାନ ନିଷେଧାଦେଶ ଜାରି କରିଛନ୍ତି। ଏହାର ସୁଯୋଗ ନେଇ ପୂର୍ବରୁ ଯେଉଁମାନେ ଏହି ଵ୍ୟବସାୟ କରୁଥିଲେ ସେମାନେ ଗୁଟଖା, ଖଇନି, ସିଗାରେଟ ଆଦିର ଦର 3 ଗୁଣରୁ ଅଧିକ କରି କଳା ବଜାରରେ ବିକ୍ରି କରି ମାଲାମାଲ ହେଉଛନ୍ତି. ବର୍ତ୍ତମାନ ଦୋକାନ ଗୁଡ଼ିକରେ ଖୋଲାଖୋଲି ତମାଖୁ ବିକ୍ରି ହେଉ ନଥିବା ବେଳେ ତମାଖୁ ସେବନରେ ଅଭ୍ୟସ୍ତ ଗ୍ରାହକଏବେ ବିକଳ୍ପ ଖୋଜୁଥିବାରୁ ଏହାର ସୁଯୋଗ ନେଇ ଦୋକାନୀ କଳାବଜାର ଆରମ୍ଭ କରିଦେଇଛନ୍ତି । ତିନି ଗୁଣା ଚଢ଼ାଦରରେ ଲୋକଙ୍କୁ ତମାଖୁ ବିକ୍ରି କରାଯାଉଛି। କାରଣ ଆଗରୁ କେବଳ ଗୁଟଖା ଉପରେ ନିଷେଧାଦେଶ ଜାରି ହୋଇଥିଲା। ଏବେ ନିକୋଟିନଯୁକ୍ତ ସମସ୍ତ ପଦାର୍ଥକୁ ନିଷିଦ୍ଧ କରିବା ଫଳରେ କଳାବଜାରରେ ଅଧିକ ଭାବେ ବଢ଼ିଛି। ଯେଉଁ ହୋଲସେଲ୍ ବ୍ୟବସାୟୀମାନେ ଏସବୁ ସାମଗ୍ରୀକୁ ଗଚ୍ଛିତ ରଖିଥିଲେ ସେମାନେ ଦରକୁ ବଢ଼ାଇ ଦେଇଛନ୍ତି। ଆଉ ଲାଭବାନ୍ ହେଉଛନ୍ତି । ଦୋକାନୀମାନେ ବି ଲୁଚାଛପାରେ ଏହାକୁ ବିକ୍ରି କରୁଛନ୍ତି । ବିଭିନ୍ନ ନାମୀ ଓ ବେନାମୀ କମ୍ପାନିର ତମାଖୁ ବିକ୍ରି ହେଉଛି। ଫଳରେ ଧରପଗଡ଼ର ଏବେ ଆବଶ୍ୟକ‌ତା ରହିଛି।