Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଗଂଜାମ ଜିଲ୍ଲା ହେବ ସଶକ୍ତ

ବେଲଗୁଣ୍ଠା, 15/02, ବ୍ରହ୍ମପୁର ଗେଟବଜାର ସ୍ଥିତ ବୃହତ୍ତର ଗଞ୍ଜାମ ଗଜପତି ସମବାୟ ଦୁଗ୍ଧ ଉତ୍ପାଦକ ସଂଙ୍ଘ ବ୍ରହ୍ମପୁର କାର୍ଯ୍ୟାଳୟରେ ନାବାର୍ଡ ପକ୍ଷରୁ ଦୁଗ୍ଧ ଚାଷୀଙ୍କୁ ସ୍ୱାଭାଲମ୍ବୀ କରିବା ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ଏହି ଅବସରରେ ଅତିଥି ରୂପେ ନାବାର୍ଡ ସିଜିଏମ ଡ଼କ୍ଟର ସୁଧାଂଶୁ କେ.କେ ମିଶ୍ର,ବିସିସି ବ୍ୟାଙ୍କ ସଭାପତି ଶିବରାମ ପାତ୍ର,ଗଞ୍ଜାମ ଓ ଗଜପତି ଦୁଗ୍ଧ ଉତ୍ପାଦକ ସଂଙ୍ଘ ସଭାପତି ଏମ.ଗଣପତି, ଆସ୍କା ସମବାୟ ସମିତି ସଭାପତି ମାଙ୍ଗୁଲୁଧର ସାହୁ,ସହକାରୀ ନିବନ୍ଧକ ସମବାୟ ସମିତି ସମୂହ ବ୍ରହ୍ମପୁର ଭକ୍ତବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ.ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ଚାଷୀଙ୍କୁ ସଶକ୍ତ କରିବା ନାବାର୍ଡ ମୂଳ ଲକ୍ଷ୍ୟ ରହିଥିବା ନାବାର୍ଡ ସିଜିଏମ ଶ୍ରୀ ମିଶ୍ରା କହିଛନ୍ତି.ସେହିଭଳି ଗୋଟିଏ ଦିନରେ ଅମଳ ଯୋଗାଉ ଥିବା ଚାଷ ହେଉଛି ଗୋମାତା ପାଳନ.ଯାହାର ମଳ ମୂତ୍ର ଏବଂ କ୍ଷୀର ଚାଷୀଙ୍କୁ ସ୍ୱାଭାଲମ୍ବୀ କରିବା କ୍ଷେତ୍ରରେ ବେଶ ସହାୟକ ହୁଏ ବୋଲି ଉପସ୍ଥିତ ଅନ୍ୟତମ ଅତିଥି ମାନେ କହିଥିଲେ.ଗଞ୍ଜାମ ଜିଲ୍ଲାରେ ଅଧିକରୁ ଅଧିକ ଦୁଗ୍ଧ ଚାଷୀଙ୍କୁ ଏଥିରେ ସହଯୋଗ ଯୋଗାଇବା ପାଇଁ ଉତ୍କଳ ଗ୍ରାମୀଣ ବ୍ୟାଙ୍କ,ବ୍ରହ୍ମପୁର ଓ ଆସ୍କା ସମବାୟ ବ୍ୟାଙ୍କ ଆୟୋଜିତ କାର୍ଯ୍ୟକ୍ରମ କହିଛନ୍ତି.ଏଥିରେ ପାଞ୍ଚଜଣ ଚାଷୀଙ୍କୁ ଚାଷ କରିବାକୁ ଲାଭଜନକ ଗାଈ ଯୋଗାଇ ଦିଆଯାଇଛି.ଶେଷରେ ହିଞ୍ଜିଳିରେ 500 ଲିଟର ଏକ ଦୁଗ୍ଧ ଏଟିଏମ ଗଞ୍ଜାମ ଓ ଗଜପତି ଉତ୍ପାଦକ ସଂଙ୍ଘକୁ ପ୍ରଦାନ କରାଯାଇଛି.ଆୟୋଜିତ କାର୍ଯ୍ୟକ୍ରମକୁ ନାବାର୍ଡ ଗଞ୍ଜାମ ଡ଼ିଡ଼ିଏମ ସଞ୍ଜୀବ ମିଶ୍ର ପରିଚାଳନା କରିଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories