Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ମନୋମାଳିନ୍ୟ କାରଣରୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ

ଖଡ଼ିଆଳ : ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ମନୋମାଲିନ୍ୟ କାରଣରୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ ହେବା ପରି ରୋଚକ ଘଟଣା ଦେଖିବାକୁ ମିଳିଛି ଖଡ଼ିଆଳ ବ୍ଲକ ନେହେନା ପଞ୍ଚାୟତରେ। ଏହି କାର୍ଯ୍ୟକ୍ରମ ଶୁକ୍ରବାର ହେବା ପାଇଁ ପଞ୍ଚାୟତ ଲୋକଙ୍କୁ ଖବର ଦିଆଯାଇଥିଲା। ଆଜି ସକାଳୁ ଟେଣ୍ଟ ଲଗାଇବା କାର୍ଯ୍ୟ ମଧ୍ୟ ସରିଥିଲା। କିନ୍ତୁ ସମ୍ପୂର୍ଣ ଟଙ୍କା ମିଳି ନଥିବା ଅଭିଯୋଗ କରି ସରପଞ୍ଚ କାର୍ଯ୍ୟକ୍ରମକୁ ବାତିଲ କରି ଦେଇଥିଲେ। ଫଳରେ ଲୋକେ ଅସନ୍ତୋଷ ପ୍ରକାଶ କରି ଏହା ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ସୂଚନା ମୁତାବକ ପ୍ରତ୍ୟେକ ଗ୍ରାମ ପଞ୍ଚାୟତକୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ତିନି ଲକ୍ଷ ଟଙ୍କା ଦିଆ ଯାଉଛି। କିନ୍ତୁ ନେହେନା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ମାଧବ ହାତୀ ଦେଢ଼ ଲକ୍ଷ ଟଙ୍କା ଦେଇଥିବା ସରପଞ୍ଚ ଅଶୋକା ଦଣ୍ଡସେନା ଅଭିଯୋଗ କରିଛନ୍ତି। ଏନେଇ ସରପଞ୍ଚ ଖଡ଼ିଆଳ ବିଡ଼ିଓଙ୍କୁ ଲିଖିତ ଅଭିଯୋଗ କରିଛନ୍ତି ଓ ସମ୍ପୂର୍ଣ ଟଙ୍କା ମିଳିଲେ ପୁଣିଥରେ ଏହାର ଆୟୋଜନ କରାଯିବ ବୋଲି ସେ କହିଛନ୍ତି। ଏନେଇ ଖଡ଼ିଆଳ ବିଡ଼ିଓ ବିରସେନ ବେହେରାଙ୍କୁ ପଚାରିବାରୁ ଅଭିଯୋଗକୁ ଅସ୍ବୀକାର କରିବା ସହ ସରପଞ୍ଚଙ୍କ ଆକାଉଣ୍ଟରେ ତିନି ଲକ୍ଷ ଦିଆ ଯାଇଥିବା କହିଛନ୍ତି। ଆନୁଷଙ୍ଗିକ ସୁବିଧା କରି ନପାରି ସେମାନେ କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ଓ ସେମାନଙ୍କୁ ଏବିଷୟରେ କୈଫିୟତ ତଲବ କରାଯିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ପଞ୍ଚାୟତ କତୃପକ୍ଷଙ୍କୁ ଏଭଳି ଖାମଖିଆଲି ମନୋଭାବ ଆସିବକୁ ସାଧାରଣରେ ନିନ୍ଦା କରି ଜିଲ୍ଲା ପ୍ରଶାସନ ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ