Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଦିବାସୀ ପରମ୍ପରା ରେ  ବିଜେପି ବିଜେଡି ର ବାହାଘର ସମ୍ପନ୍ନ…ଲକ୍ଷ୍ମୀପୁର ରେ ଶକ୍ତି ପ୍ରଦର୍ଶନ କଲେ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳି,ସାଂସଦ ଆସିଲେ ,ଆସିଲେନି ୪ସଭାପତି ୫ ଜିଲ୍ଲାପରିଷଦ,୫୧ ପଞ୍ଚାୟତ ସଭାପତି।

ଲକ୍ଷ୍ମୀପୁର ୧୭/୨କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମାର ଆମ୍ବେଦକର ଛକ ଠାରେ ଆଦିବାସୀଙ୍କ ରୀତିନୀତି ଅନୁଯାୟୀ ନିଆରା ଢଙ୍ଗରେ ସମ୍ପନ୍ନ ହେଲା ବିଜେଡ଼ି ଓ ବିଜେପି ର ବାହାଘର। ଏହି ବାହାଘର ରେ ଉପସ୍ଥିତ ରହିଥିଲେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲ୍ଲାକା, କୋରାପୁଟ ଜିଲ୍ଲା କଙ୍ଗ୍ରେସ କାର୍ଯ୍ୟକାରୀ ସଭାପତି ମନୋଜ ଆଚାର୍ଯ୍ୟ,ପିସିସି ସଭ୍ୟ ଅଜିତ ଦାସ,ବରିଷ୍ଠ ନେତ୍ରୀ ରତ୍ନମଣି ଉଲାକା ,ବରିଷ୍ଠ ନେତା ହବିକା ରବି,ଦଶମନ୍ତପୁର ବ୍ଲକ ସାଂସଦ ପ୍ରତିନିଧି ରାଜେନ୍ଦ୍ର ହୁଇକା,ରୂପକ ତୁରୁକ,ରମେଶ ଖରା , ନାରାୟଣପାଟଣା ସାଂସଦ ପ୍ରତିନିଧି ସପନ ସରିତ ତୁରୁକ ,ଅନୀଲ ସୁବୁଧି ଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ।  ଆୟୋଜିତ କାର୍ଯ୍ୟକ୍ରମରେ ଶକ୍ତି ପ୍ରଦର୍ଶନ କରିଛନ୍ତି ରାଜ୍ୟ ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ତଥା ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ପିଡିକା।ଶ୍ରୀମତୀ ପିଡିକା ଙ୍କ ନେତୃତ୍ବରେ ଆଜି ଓଏମ୍ ସି ନିକଟରୁ ଶତାଧିକ କର୍ମୀ ବିରାଟ ପଟୁଆରରେ ଏକ ଶୋଭାଯାତ୍ରା ରେ ବାହାରି ବସ୍ ଷ୍ଟାଣ୍ଡ ରେ ପହଂଚିଥିଲେ ସେଠାରେ ଏକ ଶୋଭା ଆୟୋଜନ କରାଯାଇ ବିଜେଡି କୁ କନ୍ୟା କରାଯାଇଥିବା ବେଳେ ବିଜେପି କୁ ବର ଭାବେ ସଜ୍ଜା ଯାଇଥିଲା।ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳି ର ଆଶାୟୀ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳି ପୀଡ଼ିକା ଙ୍କ ପରିଚାଳନାରେ ଅନୁଷ୍ଠିତ ହୋଇଥିବା ଏହି ନିଆରା ବାହାଘରରେ ବନ୍ଧୁଗାଁ ନାରାୟଣପାଟଣା ଦଶମନ୍ତପୁର ଓ ଲକ୍ଷ୍ମୀପୁର ବ୍ଲକ ର ଶତାଧିକ କଂଗ୍ରେସ କର୍ମୀଙ୍କ ସହ ବ୍ଳକ ସ୍ତରୀୟ ନେତା ଉପସ୍ଥିତ ରହିଥିଲେ। ସାଂସଦ ଶ୍ରୀ ଉଲ୍ଲାକା ଙ୍କୁ ଘୋଡ଼ାବନ୍ଧ ତୋଟା ଠାରୁ କଂଗ୍ରେସ କର୍ମୀ ବାଜା ଓ ଢେମସା ନାଚ ମାଧ୍ୟମରେ ସ୍ୱାଗତ କରି ଆଣିଥିଲେ, ବାହାଘରରେ ବାଜା ବାଣ ଦ୍ୱାରା ରୋଷାନି କରାଯାଇଥିବା ବେଳେ କନ୍ୟା ପୁଟୁଳି ଧରି ବେଦିରେ ପହଂଚିଥିଲେ ବର ପାର୍ଟି।
ଏହା  ଏକ ରାଜନୈତିକ ବାହା ଘର ହୋଇଥିବା ବେଳେ ସାଂସଦ ଶ୍ରୀ ଉଲ୍ଲାକା କହିଛନ୍ତି କି କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କୁ ବିଜେଡି ସମର୍ଥନ ଜଣାଇବା ପରେ ଏମାନଙ୍କର ସମ୍ପର୍କ ବର୍ତ୍ତମାନ ପଦାରେ ପଡିଛି, ଆଗରୁ ଏମାନେ ଲିଭ ଇନ ରିଲେସନ ସିପ ରେ ରହୁଥିଲେ, ବର୍ତ୍ତମାନ କିନ୍ତୁ ବାହା ହୋଇ ବୈବାହିକ ଜୀବନ ଆରମ୍ଭ କରିବା ଭଳି ୨୦୦୯ ରୁ ହିଁ ମିଳିତ ସରକାର ଏଯାବତ ରହି ଆସିଥିବା ସେ କହିଛନ୍ତି। ଏହି ବିବାହରେ ଆଶାୟୀ ପ୍ରାର୍ଥୀ ପବିତ୍ର ସାଉଁନ୍ତା ସମେତ ନିର୍ବାଚନ ମଣ୍ଡଳୀ ର ଚାରୋଟି ବ୍ଲକ କଙ୍ଗ୍ରେସ ସଭାପତି ,୫ ଜିଲ୍ଲା ପରିଷଦ ସଭ୍ୟ ୫୧ ପଞ୍ଚାୟତ  ର ସଭାପତି    ଓ ତାଙ୍କର ସମର୍ଥକ ମାନେ ଯୋଗ ଦେଇନ ଥିବାର ଦେଖିବାକୁ ମିଳିନ ଥିଲା ।ଯାହାକୁ ନେଇ ଦଳରେ ଏକ ପ୍ରକାର ଗୋଷ୍ଠୀ କନ୍ଦଳ ଓ ନିର୍ବାଚନ ପୂର୍ବରୁ କଂଗ୍ରେସ ଦୁଇ ଫାଳ ହୋଇ ପ୍ରଚାର କରାଯାଉଥିବା ସ୍ପଷ୍ଟ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ