Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଡ଼ିଓ ପରିଦର୍ଶନ ସମୟରେ ମଧ୍ୟ ଅନୁପସ୍ଥିତ ଥିଲେ ଯାନିଗୁଡା ଅଙ୍ଗନବାଡି କର୍ମୀ…ଅଙ୍ଗନବାଡି କର୍ମୀ ଙ୍କ ଦରମା ବନ୍ଦ ନିର୍ଦେଶ…

ଲକ୍ଷ୍ମୀପୁର ୧୭/୦୨ ..ଚଳିତ ମାସ ୧୦ତାରିଖ ଦିନ ଯାନିଗୁଡା ଗାଁ ରେ ରହିଥିବା ସମସ୍ୟା ପ୍ରତି ଆମ ଲକ୍ଷ୍ମୀପୁର ପ୍ରତିନିଧି ଙ୍କୁ ଗ୍ରାମବାସୀ ଫୋନ ମାଧ୍ୟମରେ ଜଣାଇବା ପରେ ଗାଁ କୁ ପହଂଚିଥିଲେ ଆମ ପ୍ରତିନିଧି। ଗାଁ ରେ ଅନେକ ସମସ୍ୟା ଲାଗିରହିଥିବା ବେଳେ ଗାଁ ର ଅଙ୍ଗନବାଡି କର୍ମୀ ଙ୍କ ଉପରେ ଗ୍ରାମବାସୀ ସମସ୍ତ ବିଷୟ ରେ ଜଣାଇଥିଲେ। ଏପରିକି ସେହିଦିନ ଅଙ୍ଗନବାଡି କର୍ମୀ ଅନୁପସ୍ଥିତ ଥିଲେ, ଏହାକୁ ନେଇଁ ୧୧ତାରିଖ ଦିନ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ ପାଇଥିଲା। ରିପୋର୍ଟ ପ୍ରକାଶିତ ହେବାପରେ ଅଙ୍ଗନବାଡି କର୍ମୀ ଓ ସୁପରଭାଇଜର ଙ୍କୁ ସ୍ଥାନୀୟ ବିଡ଼ିଓ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ, କାରଣ ଦର୍ଶାଅ ନୋଟିସ ରେ ସାମ୍ବାଦିକ ଜଣକ ଛୁଟିଦିନ ରେ ଅଙ୍ଗନବାଡି ସେଣ୍ଟର ଆସିଥିବା ନେଇଁ ବିଡ଼ିଓ ଙ୍କୁ ପ୍ରକାଶ କରିଥିବାରୁ ବିଡ଼ିଓ ମହାଶୟ ଆମ ପ୍ରତିନିଧିଙ୍କ ଭିଡିଓ ଓ ଫୋଟ ଯାଞ୍ଚ କରି ଶୁକ୍ରବାର ଦିନ ନିଜେ ବ୍ଲକ କର୍ମଚାରୀ ଙ୍କ ସହ ପ୍ରକୃତ ତଥ୍ୟ ଅନୁସନ୍ଧାନ କରିବାକୁ ଯାନିଗୁଡା ପହଂଚିଥିଲେ। ଯାନିଗୁଡା ପହଞ୍ଚି ଦେଖିବା ବେଳକୁ ଅଙ୍ଗନବାଡି ସେଣ୍ଟର ଖୋଲା ରହିଥିବା ଦେଖିବାକୁ ପାଇଥିଲେ,  କିନ୍ତୁ ଅଙ୍ଗନବାଡି କର୍ମୀ ଅନୁପସ୍ଥିତ ଥିବା ଦେଖିବାକୁ ପାଇଥିଲେ।ପରେ ଗାଁ ଲୋକଙ୍କ ସହ ଆଲୋଚନା କରି ସବିଶେଷ ତଥ୍ୟ ଜାଣିଥିଲେ।ଗ୍ରାମବାସୀ ମାନେ ସିଡିପିଓ ଓ ସୁପରଭାଇଜର କେବେ ବି ଆସୁନଥିବା କାରଣରୁ ଏପରି ଅବସ୍ଥା ବୋଲି ଖୋଲା ଖୋଲି କହିଥିଲେ।ସେଣ୍ଟର ରେ ପାଚିକା ଓ କୁନି କୁନି ପିଲାମାନଙ୍କ ସହ ବିଡ଼ିଓ କିଛି ସମୟ ସକାଶେ ବାର୍ତାଳପ କରିଥିଲେ। ସେଠାରୁ ଲକ୍ଷ୍ମୀପୁର ଫେରି ଅଙ୍ଗନବାଡି କର୍ମୀ ଙ୍କ ଦରମା ବନ୍ଦ ରଖାଯିବାକୁ ନିର୍ଦେଶ ଦିଆଯାଇଥିବା ବିଡ଼ିଓ ଗୁରେଶ୍ୱର ଭୋଇ ପ୍ରକାଶ କରିଛନ୍ତି ଓ ସୁପରଭାଇଜର ଙ୍କୁ ମଧ୍ୟ କାହିଁକି ଅଞ୍ଚଳ ପରିଭ୍ରମଣ କରୁନାହାନ୍ତି ତାଙ୍କୁ ମଧ୍ୟ କାରଣ ଦର୍ଶାଅ ମଗାଯାଇଥିବା କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ