Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାନ୍ଦୋଲ୍ ଡାଇମଣ୍ଡ କପ୍ ରେ କେନ୍ଦୁପାଟି କୁ ପରାସ୍ତ କରି ବିଜୟଲାଭ କଲା ନାନ୍ଦୋଲ୍ ଡାଇମଣ୍ଡ କ୍ଳବ

କଳାହାଣ୍ଡି, ୧୮/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ଜୁନାଗଡ ବ୍ଲକ ଅନ୍ତର୍ଗତ ନାନ୍ଦୋଲ ଡାଇମଣ୍ଡ କ୍ଳବ୍ ଦ୍ଵାରା ୧୬ ଗୋଟି ଦଳ କୁ ନେଇ ଆୟୋଜିତ ନାନ୍ଦୋଲ୍ ଜୟଦୂର୍ଗା ଖେଳ ପଡ଼ିଆରେ ହୋଇଥିଲା । ଫାଇନାଲ ମ୍ୟାଚ୍ ରେ ନାନ୍ଦୋଲ ଡାଇମଣ୍ଡ କ୍ଳବ୍ ଏବଂ କେନ୍ଦୁପାଟି ଦଳ ମଧ୍ୟରେ ଫାଇନାଲ ମ୍ୟାଚରେ ପ୍ରବେଶ କରିଥିଲେ , ପ୍ରଥମେ ଟଚ୍ ଜିତି ନାନ୍ଦୋଲ ଦଳ ବ୍ୟାଟିଂ କରିବା ନିଷ୍ପତି ନେଇଥିଲା । ନାନ୍ଦୋଲ ଦଳ ପ୍ରଥମେ ବ୍ୟାଟିଂ କରି ୧୨ ଓଭର ବିନିମୟରେ 7 ୱିକେଟ ହରାଇ ୧୦୦ ରନ୍ ସଂଗ୍ରହ କରିଥିବାବେଳେ କେନ୍ଦୂପାଟି ଦଳ ୧୨ ଓଭର ବିନିମୟରେ ୯ ୱିକେଟ୍ ହରାଇ ୮୧ ରନ୍ ସଂଗ୍ରହ କରି ୧୯ ରନରେ ପରାଜୟ ହୋଇଥିଲେ । ଉକ୍ତ ମ୍ୟାଚ୍ ରେ ମୁଖ୍ୟ ଅତିଥି ରୁପେ ସ୍ଥାନୀୟ ନାନ୍ଦୋଲ୍ ସରପଞ୍ଚ ଶ୍ରୀଯୁକ୍ତ ନିରଞ୍ଜନ ମାଝୀ ଏବଂ ସମ୍ମାନିତ ଅତିଥି ସ୍ଥାନୀୟ ଜାରୀଙ୍ଗ ସରପଞ୍ଚ କେ. ସୁନିଲ ନାଇଡୁ ଯୋଗ ଦେଇ ଖେଳାଳି ମାନଙ୍କୁ ପୁରସ୍କୃତ ରାଶି ଏବଂ ଟ୍ରଫି ପ୍ରଦାନ କରି ଉତ୍ସାହିତ କରିଥିଲେ । ଉକ୍ତ ମ୍ୟାଚ୍ ରେ ମେନ୍ ଅଫ ଦି ମ୍ୟାଚ୍ ଦୟା ଶବର , ମେନ୍ ଅଫ ଦି ସିରିଜ ଅମନ ବିଶ୍ଵାଳ , ବେଷ୍ଟ୍ ବୋଲର ସୁବ୍ରତ ବିଶ୍ଵାଳ ଏବଂ ବେଷ୍ଟ କେଚର୍ ଅଫ ଦି ଟୁର୍ଣ୍ଣାମେଣ୍ଟ ଆକାଶ ବିଶ୍ଵାଳ କୁ ଦିଆଯାଇଥିଲା । ଉକ୍ତ ମ୍ୟାଚ୍ ରେ ଦୀପକ ସାହୁ ଏବଂ ଦିନେଶ ପ୍ରଧାନ ଖେଳ ପରିଚାଳନା କରିଥିବାବେଳେ ସାର୍ ବୋର୍ଡ ଦାୟିତ୍ଵରେ ରାଜେଶ ସାହୁ, ବଣ୍ଟି ସାହୁ ଥିବାବେଳେ , କମେଣ୍ଟଟ୍ରେଟର ଦାୟିତ୍ୱରେ ଧୀରେନ୍ଦ୍ର ସୁନାନି ଏବଂ ରମେଶ ଗୁଆ ଖେଳାଳି ଏବଂ ଦର୍ଶକ ମାନଙ୍କୁ ଉତ୍ସାହିତ କରିଥିଲେ ।