Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲକ୍ଷ୍ମୀପୁର ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ..୮୬ଟି ବିଭିନ୍ନ ପ୍ରକାର ଅଭିଯୋଗ ପହଁଚିଲା…

ଲକ୍ଷ୍ମୀପୁର ୧୯/୦୨ … କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଅଛି।ଏହି ଶିବିରରେ ପ୍ରଥମ ଥର ସକାଶେ ନୂତନ ଜିଲ୍ଲାପାଳ କୀର୍ତ୍ତି ଭାସନ. ଭି ଉପସ୍ଥିତ ରହି ବ୍ଲକର ପ୍ରତ୍ୟେକ ପଞ୍ଚାୟତ ରୁ ଆସିଥିବା ଲୋକଙ୍କ ଅଭିଯୋଗ ଗ୍ରହଣ କରିଥିଲେ।
ସମୁଦାୟ ୮୬ଟି ଅଭିଯୋଗ ମଧ୍ୟରେ ୭୪ଟି ଗୋଷ୍ଠୀ ଗତ ଓ ୧୨ଟି ବ୍ୟକ୍ତିଗତ ଅଭିଯୋଗ  ପହଞ୍ଚିଥିଲା।  ସ୍ବାସ୍ଥ୍ୟ,ଶିକ୍ଷ୍ୟା,ପାନୀୟ ଜଳ,କୃଷି,ଆବାସ ଯୋଜନା,ସ୍ଵାସ୍ଥ୍ୟ, ରାସ୍ତା, ଡ୍ରେନ,ମିଶନ ଶକ୍ତି ମନରେଗା ଉପରେ ଅଭିଯୋଗ ହୋଇଥିଲା।ଏଥିସହ ବଜାର ଠାରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ ପାଇଁ ମଧ୍ୟ ଅଭିଯୋଗ କରା ଯାଇ ଥିଲା ।ଗୌଡ଼ ଗୁଡା ସରପଞ୍ଚ ପଞ୍ଚାୟତ ସଦର ଠାରୁ ବଡ ନେର୍କା ଗ୍ରାମ ପର୍ଯ୍ୟନ୍ତ ଛଅ କିଲୋମିଟର ପିଚୁରାସ୍ତା ସମେତ  ତିନୋଟି ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଖେଳୁଥିବା ଗୋଟିଏ ମାତ୍ର ପଡିଆକୁ ରାସ୍ତା କରାଯିବା ସକାଶେ ଅଭିଯୋଗ କରିଥିବା ବେଳେ ଓଡ଼ିଆ ପେଣ୍ଠ ସରପଞ୍ଚ ବଂଶୀଧର ମାଣ୍ଡୀଙ୍ଗା ପଞ୍ଚାୟତରେ ଥିବା ସମସ୍ତ ଖଣି ପ୍ରଭାବିତ ଅଞ୍ଚଳରେ ସୌର ଜଳ ପ୍ରକଳ୍ପ  ନିର୍ମାଣ ସହ ଲକ୍ଷ୍ମୀ ବସ୍ ସେବା ମିଳୁ ନଥିବା ଅଭିଯୋଗ କରିଥିଲେ।ସେହିପରି କେଲାର୍ ଗ୍ରାମ ଠାରୁ ସାନ କେଲାର ଗ୍ରାମ ଦେଇ ମହୁଲକଣା ଗ୍ରାମ ପର୍ଯ୍ୟନ୍ତ ପିଚୁରାସ୍ତା ନିର୍ମାଣ ପାଇଁ ଉପାଧ୍ୟକ୍ଷା ଆରତୀ କୁଲଦୀପ ଅଭିଯୋଗ କରିଥିଲେ। ପିପଳପଦର ପଞ୍ଚାୟତକୁ ରାସ୍ତା ନଥିବା କାରଣରୁ ଲକ୍ଷ୍ମୀ ବସ୍ ସେବା ମିଳୁ ନଥିବା ଓ କେସକାପାଡି ଗ୍ରାମ ଠାରେ ଏକ ମୋବାଇଲ ଟାୱାର ନିର୍ମାଣ କରିବାକୁ ସରପଞ୍ଚ ଙ୍କ ସ୍ୱାମୀ ନାମ ମାଣ୍ଡିଙ୍ଗା ଲିଖିତ ଭାବେ ଜଣାଇଥିଲେ।
ଲକ୍ଷ୍ମୀପୁର ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଆଇ କୁଲେଶିକା,
ପ୍ରକଳ୍ପ ନିର୍ଦ୍ଦେଶକ ଦୟାନିଧି ମିଶ୍ର,ପ୍ରୋଭିଜନାଲ ଆଇଏସ ସୌମ୍ୟ ରଞ୍ଜନ ପ୍ରଧାନ,ଉପଜିଲ୍ଲାପାଳ ବେଣୁଧର ଶବର,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଳଭଦ୍ର ଦୀପ, ପିଡିଡିଆରଡିଏ ସୌମ୍ୟ ସାର୍ଥକ ମିଶ୍ର  ପ୍ରମୁଖ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସହ ଯୋଗ ଦେଇଥିବା ବେଳେ  ପ୍ରାୟ ସମସ୍ତ ସରକାରୀ କାର୍ଯ୍ୟାଳୟର ଅଧିକାରୀ ମାନେ ଉପସ୍ଥିତ ଥିଲେ। ମତ୍ସ୍ୟ ବିଭାଗର  ଅଧିକାରୀଙ୍କ  ସମେତ ଆଇଟିଡିଏ ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀ କେହି ହେଲେ ଉପସ୍ଥିତ ନଥିଲେ ।ଲକ୍ଷ୍ମୀପୁର ବିଡ଼ିଓ ଗୁରେଶ୍ୱର ଭୋଇ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବ୍ଲକ୍ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହୋଯୋଗ କରିଥିଲେ। ଗତ ଜିଲ୍ଲାପାଳଙ୍କ ପାଖରେ ଲକ୍ଷ୍ମୀପୁର ବ୍ଲକର ମାଳ ମାଳ ଅଭିଯୋଗ ହେଉଥିଲା କିନ୍ତୁ ମାତ୍ର ହାତ ଗଣତି କେତୋଟି ଅଭିଯୋଗ ସମାଧାନ ହେଉଥିଲା ବେଳେ ବାକି ସବୁ ନାଲି ଫିତା ତଳେ ରହି ଯାଉଥିଲା।ତେଣୁ ଆଜିର ଅଭିଯୋଗ ଶୁଣାଣିରେ ନୂତନ ଜିଲ୍ଲାପାଳ ଯୋଗ ଦେଇଥିବାରୁ ସମସ୍ତ ଅଭିଯୋଗର ସମାଧାନ ହେବ ବୋଲି ଅଭିଯୋଗକାରୀ ମାନେ ଆଶା ବାନ୍ଧିଥିବା ବେଳେ କେତେ ଦିନ ଭିତରେ ସମସ୍ତ ଅଭିଯୋଗର ସମାଧାନ ହେଉଚି ତାହା ଦେଖିବାକୁ ବାକି ରହିଲା।ଶାନ୍ତି ଶୃଙ୍ଖଳା ପାଇଁ ଲକ୍ଷ୍ମୀପୁର ଥାନା ଆଇଆଇସି ସୁଜ୍ଞାନୀ ସାହୁ ଙ୍କ ସମେତ ବ୍ୟାପକ ପୋଲିସ କର୍ମୀ ମୃତାୟନ କରା ଯାଇଥିଲା।