Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତର ଝିଅ ସବୁକ୍ଷେତ୍ରରେ ଆଗୁଆ; ରାଜ୍ୟପାଳ

ବରଗଡ: ବରଗଡ଼ ଜିଲ୍ଲା ପାଇକମାଳ ଯମୁନା କନ୍ଧୁଣୀ ଉଚ୍ଚ ବାଳିକା ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ମଙ୍ଗଳବାର ଅନୁଷ୍ଠିତ ହୋଇଛି। ରାଜ୍ୟପାଳ ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବରେ ସମାରୋହରେ ଯୋଗ ଦେଇଥିଲେ। ପ୍ରଥମେ ସେ ଭଗବାନ ନୃସିଂହନାଥଙ୍କ ଫଟୋଚିତ୍ରରେ ପୁଜାର୍ଚ୍ଚନା କରିଥିଲେ। ସ୍ବାଗତ ସଙ୍ଗୀତ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ରାଜ୍ୟପାଳ ରାମାୟଣ, ମହାଭାରତରୁ ଅନେକ ଶିକ୍ଷଣୀୟ, ଉପାଦେୟ କଥା ଉପସ୍ଥିତ ଛାତ୍ରୀଙ୍କୁ କହିଥିଲେ। ଭାରତର ଝିଅ ଦୁନିଆଁର ସବୁକିଛି କରିପାରିବ ବୋଲି ସେ କହିବା ସହିତ ‘ହମ୍‌ ଭାରତ ମାତା କି ବେଟି ହେ ହମ୍‌ କିସୀ କୋ ନହିଁ ଡରେଙ୍ଗେ, ହମ ସବ କୁଛ କରେଁଗେ’ ବୋଲି କହିଥିଲେ। ଏହି ଅବସରରେ ସ୍ଥାନୀୟ କସ୍ତୁରବା ଗାନ୍ଧୀ ମାତୃନିକେତନର ନିରୁପମା ମହାପାତ୍ରଙ୍କୁ ରାଜ୍ୟପାଳ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟତନ ଅତିଥି ଭାବେ ମଞ୍ଚରେ ବରଗଡ଼ ଏମ୍‌ପି ସୁରେଶ ପୂଝାରୀ, ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜିଲା ପରିଷଦ ସଭ୍ୟ ସୁରେନ୍ଦ୍ର ପ୍ରତାପ ସିଂ, ସମିତିସଭ୍ୟା ନିରୁପମା ନାଗ, ପ୍ରଧାନ ଶିକ୍ଷକ ସୁଶାନ୍ତ ପଣ୍ଡା, କମିଟି ସଭାପତି ସସ୍ମିତା ମେହେରଙ୍କ ସହ ସମସ୍ତ ଛାତ୍ରୀ ତଥା ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ