Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରାଥମିକ ସ୍କୁଲ ଶତବାର୍ଷିକୀ ମହାମହିମ ରାଜ୍ୟପାଳଙ୍କ କରକମଳରେ ଉଦଘାଟିତ

ବରପାଲି: ଜଗନ୍ନାଥ ଚେତନା, ତତ୍ବ ରହିତ ପ୍ରକୃତିର ଅନ୍ୟତମ ଅବଦାନ ଓଡିଶା ପ୍ରଦେଶ। ଏହି ମାଟି ପାଣି ପବନର ଗୁଣଗାନ ମାଧ୍ୟମରେ ପ୍ରକୃତିରେ ଗଢା ପ୍ରତିଟି ଜିବାତ୍ମାର ପରିଚୟ ମହାପ୍ରଭୁ ଜଗନ୍ନାଥଙ୍କ ଦ୍ବାରା ରଚିତ। ଏଇ ସୁନ୍ଦର ପ୍ରଦେଶର ମାଟି ହେଉଛି ସତ୍ୟ ଶିବ ଓ ସୁନ୍ଦରଙ୍କ ଏକ ଅପରୂପା ଅଭିନବ ପ୍ରତିଛବି। ଏହି ମାଟିର ଶିଶୁ ମାନଙ୍କ ସମାଜରେ ଏକ ଗୁରୁତ୍ଵ ସ୍ଥାନ ରହିଥିବା ବେଳେ ରାଜ୍ୟ ର ରାଜ୍ୟପାଳ ଭାବେ ଦାୟୀତ୍ବ ବହନ କରିଥିବାରୁ ମୁଁ ବହୁ ମାତ୍ରରେ ଗର୍ବିତ ଏବଂ ପ୍ରଫୁଲ୍ଲିତ ଜଗନ୍ନାଥ ଧାମକୁ ମୋର ଶତକୋଟି ପ୍ରଣାମ ବୋଲି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବ୍ୟକ୍ତ କରିଥିଲେ। ବରଗଡ ଜିଲ୍ଲା ବରପାଲି ବ୍ଲକ ତୁଲଣ୍ତି ପ୍ରାଥମିକ ବିଦ୍ୟାଳୟ ଏକଶତ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଦ୍ବିଦିବସୀୟ ସମାରୋହକୁ ମୁଖ୍ୟ ଅତିଥି ଭାବେ ମହାମହିମ ରାଜ୍ୟପାଳ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ମଙ୍ଗଳବାର ମଧ୍ୟାହ୍ନ ସମୟରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍କୁଲ ପରିସରରେ ପହଞ୍ଚିଲା ପରେ ସମାରୋହ ସଭିପତି ପ୍ରାକ୍ତନଃ ମହାବିଦ୍ୟାଳୟ ଅଧ୍ୟକ୍ଷ ଅଶୋକ ସାହୁଙ୍କ ସଭାପତିତ୍ୱରେ ପରିଚାଳିତ ସଭାକାର୍ଯ୍ୟକୁ ଶିକ୍ଷୟତ୍ରୀ ସଙ୍ଗିତା ଷଢଙ୍ଗୀ ସଂଯୋଜନା କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରିତା ସାହୁ,ଲୋକସଭା ସଂସଦ ସୁରେଶ ପୂଝାରୀ ପ୍ରମୁଖ ଯୋଗ ଦେଇଥିଲେ । ଉତ୍ସବ ପରିଚାଳନାରେ ସ୍କୁଲର ପୁର୍ବତନ ଓ ବର୍ତ୍ତମାନ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ ମଣ୍ତଳି ତଥା ସ୍କୁଲର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନେ ସହଯୋଗ କରିଥିଲେ ।