Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗ୍ଲେମର ମୋଟରସାଇକେଲ ଚୋରି ମାମଲା….ତିନି ଜଣଙ୍କୁ କୋର୍ଟ ଚାଲାଣ…

ଲକ୍ଷ୍ମୀପୁର ୨୨/୦୨ ଗ୍ଲେମର ମୋଟରସାଇକେଲ ଚୋରି ଘଟଣାରେ ତିନି ଜଣଙ୍କୁ ଗିରଫ କରିଛି ଲକ୍ଷ୍ମୀପୁର ପୋଲିସ।ସେମାନଙ୍କ ମଧ୍ୟରେ ଦୁଇଜଣ ନାବାଳକ ଥିବା ବେଳେ ଅନ୍ୟ  ଜଣେ ସାବାଳକ । ଗିରଫ ତିନିଜଣଙ୍କ ଘର ରାୟଗଡା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଭାକୁର ଗୁଡା ଗ୍ରାମ। ଗତ ବର୍ଷ ମେ ମାସ ୨୭ ତାରିଖ ଦିନ ଲକ୍ଷ୍ମୀପୁର ଥାନା ବୁର୍ଜା ଗ୍ରାମରୁ ଏକ ବାଇକ୍ ଚୋରି ହୋଇଥିଲା । ବାଇକ୍ କେହି ଚୋରି କରିଥିବା ନେଇ ବୁର୍ଜା ଗ୍ରାମର ପବନ ବାଘ ଲକ୍ଷ୍ମୀପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ।ଏନେଇ ଲକ୍ଷ୍ମୀପୁର ଥାନାରେ ୨୭/୨୩ ରେ ଏକ ମାମଲା ରୁଜୁ କରାଯାଇଥିଲା।ଅଭିଯୋଗ ର କିଛି ଦିନ ପରେ ଉକ୍ତ ବାଇକ୍ କୁ ଚାନ୍ଦିଲି ଥାନା କର୍ମଚାରୀ ଙ୍କ ଦ୍ୱାରା ଧରା ପଡିଥିଲା। ପରେ ୨୦୨୩ ଜୁନ ୨୩ ତାରିଖରେ ଚାନ୍ଦିଲି ଥାନାରୁ ପୋଲିସ ମୋଟରସାଇକେଲ ଆଣି ପବନ କୁ ଜିମା  ଦେଇଥିଲେ ।ସେ ସମୟରେ ଚୋରିରେ ସମ୍ପୃକ୍ତ କାହାରିକୁ ଗିରଫ କରାଯାଇନଥିଲା ।ଆଜି  ସାବାଳକ ଶିରିହରି ଙ୍କ ସହ ଅନ୍ୟ ଦୁଇ ନାବାଳକ ଙ୍କୁ ଭାକୂର ଗୁଡା ଗ୍ରାମରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ