Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୃଢ ଇଛାଶକ୍ତି ଦ୍ଵାରା ମହିଳା ସଶକ୍ତିକରଣ ସମ୍ଭବ

ବେଲଗୁଣ୍ଠା, 23/02,କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ କଙ୍କିଆ ପଂଚାୟତ ପୁରୁଣା ପାଟଣା ଗ୍ରାମରେ ନାବାର୍ଡ ସହଯୋଗରେ ନିଗମାନନ୍ଦ ଏଜୁକେସନ ସେଣ୍ଟର ପକ୍ଷରୁ ତୃଣମୂଳ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି.ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ଥିବା ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସଚେତନ କରାଯାଇ ଥିଲା.ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲା ନାବାର୍ଡ ଡ଼ିଡ଼ିଏମ ସଞ୍ଜୀବ ମିଶ୍ର ଯୋଗ ଦେଇ ଦୃଢ଼ ଇଚ୍ଛାଶକ୍ତି ରହିଲେ ମହିଳା ମାନେ ସଶକ୍ତ ହେବା ସହିତ ଦେଶର ଆର୍ଥିକ ଅଭିବୃଦ୍ଧିରେ ସହାୟକ ହେବେ ବୋଲି କହିଥିଲେ.ସେହିଭଳି ସମ୍ମାନିତ ଅତିଥି ରୂପେ କୁକୁଡାଖଣ୍ଡି ବ୍ଲକ ବିପିଏମ ଦୟାନିଧି ବେହେରା,ଟାମଣା ବନପାଳ ସୋମନାଥ ମଲ୍ଲିକ,ସିଏଫଆଇ କାଉଁସିଲର ବିପିନି ବିହାରୀ ବିଷୋୟୀ ଓ ସମୀର କୁମାର ସାହୁ,ଟାମଣା ପଶୁ ଚିକିତ୍ସକ ଲଳିତ କୁମାର ନାୟକ ପ୍ରମୁଖ ଯୋଗ ଦେଇଥିଲେ.ଆୟୋଜିତ କାର୍ଯ୍ୟକ୍ରମକୁ ନିଗମାନନ୍ଦ ଏଜୁକେସନ ସେଣ୍ଟର ସମ୍ପାଦକ ସତ୍ୟନାରାୟଣ ମିଶ୍ର ସଂଯୋଜନା କରିଥିଲେ.ଏଥିରେ କୁକୁଡାଖଣ୍ଡି ବ୍ଲକର 14ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଏବଂ ଟାମଣା ବନ ସୁରକ୍ଷା ସମିତି କର୍ମକର୍ତ୍ତା ଉପସ୍ଥିତ ଥିଲେ.

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ