ଆଭାସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଙ୍କ ଦ୍ଵାରା ବେଲଗୁଣ୍ଠା ବିଜୁ ପଟନାୟକ ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ


ବେଲଗୁଣ୍ଠା, 23/02,ଦୁକ୍ରବାର ସନ୍ଧ୍ୟା ପାଞ୍ଚ ଘଣ୍ଟା ସମୟରେ ବେଲଗୁଣ୍ଠାରେ ଛଅ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ମୂଲ୍ୟର ଅଟକଳରେ ନିର୍ମିତ ହୋଇଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍ ଡୋର୍ ଷ୍ଟାଡିୟମ୍ କୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଛନ୍ତି I ଏହି ଇନ୍ ଡୋର୍ ଷ୍ଟାଡିୟମ୍ ରେ ଜିମ୍, ଯୋଗ କୋଠରୀ,ସ୍ପୋର୍ଟ୍ସ ଏରିଆ, ପୁରୁଷ ଓ ମହିଳା ଶୌଚାଳୟ,ପୁରୁଷ ଓ ମହିଳା ଲକର୍,ପ୍ରାଥମିକ ଚିକିତ୍ସା କୋଠରୀ, ଷ୍ଟୋର୍ ରୁମ ରହିଛି I ଆଜି ରାଜ୍ୟ ସରକାରଙ୍କ କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜୟ ଜଗନ୍ନାଥ କହି ନିଜର ବକ୍ତବ୍ଯ ଆରମ୍ଭ କରିଥିଲେ I ଯୁବକ ଯୁବତୀ ମାନଙ୍କ ପାଇଁ ନିର୍ମିତ ଏହି ଷ୍ଟାଡିୟମ୍ ପାଇଁ ଆପଣମାନେ ଖୁସି ତ, ମୁଁ ବି ଖୁସି କହି ମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟ ଶେଷ କରିଥିଲେ I କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରଥମେ ଅଭିଭାଷଣ ରଖିଥିବା ବେଳେ ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମନ୍ତ୍ରୀ ଅଶୋକ କୁମାର ପଣ୍ଡା, 5T ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ଭୁବନେଶ୍ୱର ମେୟର ସୁଲୋଚନା ଦାସ, କ୍ରୀଡ଼ା ଓ ଯୁବ ବ୍ୟାପାର ସଚିବ ଅନୁ ଗର୍ଗ, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭିନିଲ୍ କ୍ରିଷ୍ଣା, ସଚିବ ଦୀପଙ୍କର ମହାପାତ୍ର ପ୍ରମୁଖ ମଞ୍ଚାସୀନ ରହିଥିଲେ I ସେହିପରି ସ୍ଥାନୀୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ,ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାରତୀ ଦେବୀ, ତହସିଲଦାର କଳା କୃଷ୍ଣ ପ୍ରଧାନ, କାର୍ଯ୍ୟ ନିର୍ବାହି ଅଧିକାରୀ ସାମନ୍ତ ବିଶ୍ୱମ୍ବର ମହାପାତ୍ର,ରାସ୍ତାଘାଟ ଓ କୋଠାବାଡ଼ି ସହକାରୀ ଯନ୍ତ୍ରୀ ପ୍ରକାଶ ବାରିକ,ବ୍ଳକ୍ ଅଧ୍ୟକ୍ଷ ପ୍ରତିନିଧି ଉମା ନାୟକ, ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ବିଜ୍ଞାପିତ ଅଞ୍ଚଳ ପରିଷଦ ଉପାଧ୍ୟକ୍ଷା ଟି ବବିତା କୁମାରୀ, ପ୍ରେସକ୍ଳବ ସଭାପତି ପ୍ରଦ୍ୟୁମ୍ନ ପାତ୍ର, ସମସ୍ତ କାଉନସିଲର୍ ପ୍ରମୁଖ ଉପସ୍ଥିତ ଥିଲେ I ଏନେଇ ବିଧାୟକଙ୍କ ସମେତ ସମସ୍ତ ଅତିଥି ଇନ୍ ଡୋର୍ ଷ୍ଟାଡିୟମ୍ ବୁଲି ଦେଖି ଖୁସି ପ୍ରକଟ କରିବା ସହିତ ଅଞ୍ଚଳର ଯୁବଗୋଷ୍ଠୀଙ୍କ ପାଇଁ ଏହା ବେଶ୍ ସହାୟକ ହେବ ବୋଲି ପ୍ରକାଶ କରିଥିଲେ I