Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବନାଗ୍ନି ନିୟନ୍ତ୍ରଣ ସଚେତନତା ଶିବିର

ସମ୍ବଲପୁର :ସଦର ବନାଞ୍ଚଳ,ଗଇଲଗୁଡି ବନସୁରକ୍ଷା ସମିତି ଓ ଦେବଝରଣ ବିକାଶ ମଞ୍ଚ ମିଳିତ ଉଦ୍ୟମରେ ବନ୍ୟଜନ୍ତୁ ଙ୍କ ସୁରକ୍ଷା ତଥା ଜନ ଜୀବନ ରକ୍ଷା ଓ ବନାଗ୍ନି ନିୟନ୍ତ୍ରଣ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ବନ ସୁରକ୍ଷା ସମିତିର ସଭ୍ୟ,ସଭ୍ୟା,ଗ୍ରାମବାସୀ, ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା,ଦେବଝରଣ ବିକାଶ ମଞ୍ଚର କାର୍ଯ୍ୟକର୍ତ୍ତା ସଦର ବନାଞ୍ଚଳ ତରଫରୁ ବନାଞ୍ଚଳ ଅଧିକାରୀ ଶ୍ରୀ ହରିଶଙ୍କର ନାଏକ,ଦେବଝରଣ ବିକାଶ ମଞ୍ଚର ଆବାହକ ଅରୁଣ ଦେହୁରୀ,ସଭାପତି ବିରେନ୍ଦ୍ର ଭୋଇ, ସଂପାଦକ ଗୈ।ତମ ପ୍ରଧାନ ବନପାଳ ରବିନ୍ଦ୍ର ବେହେରା ପ୍ରଣତି ମିଶ୍ର,ବନରକ୍ଷୀ ଲୀନା ଦାସ, ଭାଗ୍ୟ ଶ୍ରୀ ଦୀପ ,କ୍ଷେତ୍ରସଂଯୋଜକ ବୃନ୍ଦାବନ ପ୍ରଧାନ, ଦଳପତି ପଙ୍କଜିନୀ ସାହୁ,ଉନ୍ନୟନ ଅଧିକାରୀ ଦେବେନ୍ଦ୍ର କୁମାର ନାୟକ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ବନାଗ୍ନି ସଚେତନତା ପାଇଁ ପ୍ରଥମେ ଗଇଲଗୁଡି ଗ୍ରାମରେ ଶୋଭାଯାତ୍ରାବାହାରିଥିଲେ । ବନାଗ୍ନି ନିୟନ୍ତ୍ରଣ ନିଜେ ସଚେତନ ରହିବା ସହିତ ଅନ୍ୟ ମାନଙ୍କୁ ସଚେତନତା ସୃଷ୍ଟି କରିବା ପାଇଁ ମୁଖ୍ୟ ଅତିଥି ବନାଞ୍ଚଳ ଅଧିକାରୀ ଶ୍ରୀ ହରିଶଙ୍କର ନାଏକ ପରାମର୍ଶ ଦେଇଥିଲେ । ସମ୍ବଲପୁର ଜିଲ୍ଲାର ପର୍ଯ୍ୟଟନସ୍ଥଳୀ ତଥା ଦେବଝରଣ ଜଳପ୍ରପାତ ର ବିକାଶ ଏବଂ ଜଙ୍ଗଲ ନିଆଁ ନିର୍ବାପନର ସଚେତନତା ସୃଷ୍ଟି କରିବା ପାଇଁ ଦେବଝରଣ ବିକାଶ ମଞ୍ଚର ଆବାହକ ଶ୍ରୀ ଦେହୁରୀ ନିଜର ଅଭିଭାଷଣ ରେ କହିଥିଲେ । ଏହି ସଚେତନତା ଶିବିରକୁ ଗଇଲଗୁଡି ବନସୁରକ୍ଷା ସଭାପତି ଶ୍ରୀଯୁକ୍ତ ରମଣୀ ଭୋଇ ପରିଚାଳନା କରିଥିବାବେଳେ କ୍ଷେତ୍ର ସଂଯୋଜକ ବୃନ୍ଦାବନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।