Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସତଲମା ମନୋହରପଡାରେ ୨୪ ପ୍ରହରି ନାମଯଜ୍ଞ

ବରପାଲି: ବରପାଲି ବ୍ଳକ ସତଲମା ମନୋହର ପଡାବାସୀଙ୍କ ପକ୍ଷରୁ ଆୟୋଜିତ ୨୪ ପ୍ରହରି ନାମଯଜ୍ଞ ଉତ୍ସବ ଆଗେଇ ଚାଲିଛି। ଆସନ୍ତା ବୁଧବାର ଅପରାହ୍ନରେ ଯଜ୍ଞ ଅନୁଷ୍ଠାନର ପୂର୍ଣ୍ଣାହୁତୀ ପର୍ବ ପାଳିତ ହେବା ସହିତ ନଗର ସଂକୀର୍ତ୍ତନ ପରିକ୍ରମାରେ ବାହାରିବ ବୋଲି ଜଣାପଡିଥିଲା। ମଙ୍ଗଳବାର ପୂଜାକର୍ତ୍ତା ସରୋଜ କୁମାର ପଧାନ ଧର୍ମପତ୍ନୀ ବିଶାଖା ପଧାନ ପଣ୍ତିତ ସୀତାରାମ ତ୍ରିପାଠୀଙ୍କ ସମେତ ଆଚାର୍ଯ୍ୟ ଶାନ୍ତି ସତପଥି, ରୋସନ ତ୍ରିପାଠୀ ଓ ସାନ୍ତନୁ ଦାଶ ପ୍ରମୁଖଙ୍କ ସହାୟତାରେ ଯଜ୍ଞ କାର୍ଯ୍ୟରେ ଆହୂତୀ ପ୍ରଦାନ ସହ ପୂଜାର୍ଚ୍ଚନାରେ ସାମିଲ ହୋଇଥିଲେ।
ଯଜ୍ଞ କାର୍ଯ୍ୟକ୍ରମରେ ସାହାଜବାହାଲ, ଲିଙ୍ଗମାର୍ଣ୍ଣି,କତୁରକଟାହଲଦିପାଲି,ବିଶିପାଲି,କଦଲିପାଲି, ପଧାନ ପାଲି,ଭଟିଗାଁ,ଚରଦା,ଭଟିଗାଁ,ଖଲିଆପାଲି,କୁର୍କୁଟା,ବଡଟିକା ଦଳ ମାନଙ୍କ ସହ ସ୍ଥାନୀୟ ସଂକୀର୍ତ୍ତନ ଦଳମାନେ ସାମିଲ ହୋଇଛନ୍ତି। ଗତ ୯ତାରିଖ ପୂଜାକର୍ତ୍ତା ଦମ୍ପତ୍ତିଙ୍କ ସହିତ ଗ୍ରାମର ଶତାଧିକ ପୁରୁଷ ମହିଳା ନଗର ପରିକ୍ରମା ମାଧ୍ୟମରେ କଳସ ଶୋଭାଯାତ୍ରାରେ ବାହାରିଥିଲେ। ପୂର୍ଣ୍ଣକଳସ ମାନ ପଣ୍ତିତ ଓ ଆଚାର୍ଯ୍ୟ ମାନଙ୍କ ଦ୍ବାରା ସିଦ୍ଧିକାର୍ଯ୍ୟ ସମ୍ପର୍ଣ୍ଣ ପରେ ପୂଜାମଣ୍ତପ ସମ୍ମୁଖରେ ସ୍ଥାପନ କରାଯାଇଥିଲା। ବିଧି ବିଧାନ ଅନୁଯାୟୀ ପଣ୍ଡିତ ଓ ଆଚାର୍ଯ୍ୟ ମାନଙ୍କ ସହାୟତାରେ ପୂଜାକାର୍ଯ୍ୟ ଆରମ୍ଭ ହୋଇ ନାମ ସଂକୀର୍ତ୍ତନ ପର୍ବର ସୂଭାରମ୍ଭ କରାଯାଇଥିଲା। ପରିଚାଳନାରେ ମନୋହର ପଡାବାସୀଙ୍କ ସମେତ ଭକ୍ତ ଓ କମିଟି କାର୍ଯ୍ୟକର୍ତ୍ତା ମାନେ ସହାୟତା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ