Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅବେବସ୍ଥା ଘେରରେ ପଶୁ ସମ୍ପଦ, ଇନ୍ଧନ ଅଭାବରୁ ଗଡିପାରୁନି ଆମ୍ବୁଲାନ୍ସ

ବେଲଗୁଣ୍ଠା ;୨୬/୦୨ ପଶୁ ଆମ୍ବୁଲାନ୍ସ ସହାୟକ ନଂ ୧୯୬୨କୁ ସରକାର ପଶୁ ଧନ ସେବାରେ ଉତ୍ସର୍ଗ କଲେ, ହେଲେ ଉକ୍ତ ନମ୍ବରକୁ ଫୋନ୍ କଲେ କେହି ଉଠାଉ ନାହାନ୍ତି ଏବଂ ତାକୁ କର୍ମଚାରୀଙ୍କ ଖାତିର ନାହିଁ ଏପରିକି ବ୍ରହ୍ମପୁର ପ୍ରାଣୀ ଧନ ଆମ୍ବୁଲାନ୍ସ ସେବାରେ ନିୟୋଜିତ ଥିବା ନୋଡାଲ ଅଫିସରଙ୍କ ଦାୟିତ୍ବହୀନତା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣାରେ ଆହତ ପଶୁ, ଚିକିତ୍ସା ସେବାରୁ ବଞ୍ଚିତ ହେଉଛନ୍ତି ।
ସୂଚନା ଥାଉ କି, ଗତ ଦୁଇଦିନ ତଳେ ବ୍ରହ୍ମା ନଗର ହନୁମାନ ମନ୍ଦିର ସମ୍ମୁଖରେ ଏକ ଗାଈ କୌଣସି ଏକ ଅଜଣା ଗାଡ଼ି ଧକ୍କାରେ ଶିକାର ହୋଇ ପଡିରହିଥିବା ଦେଖି ସ୍ଥାନୀୟ ଲୋକେ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପଶୁ ସହାୟକ ନଂ ୧୯୬୨କୁ ଜଣାଇଥିଲେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ମିଳିନଥିଲା। ଫଳରେ ସ୍ଥାନୀୟ ଲୋକେ ପଶୁ ଚିକିତ୍ସାଳୟ କର୍ମଚାରୀଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ସେମାନେ ବି ସେହି ପନ୍ଥା ଧରିଥିଲେ। କେତେବେଳେ ଆମ୍ବୁଲାନ୍ସ ସହାୟକ ନମ୍ବର ୧୯୬୨ ରେ କଲ ଆସିଲେ ଯିବୁ ବୋଲି କହିଥିଲେ ତ ଆଉ କେତେବେଳେ ଆମ୍ବୁଲାନ୍ସରେ ଇନ୍ଧନ ନାହିଁ ଏବଂ ଆପଣ ମାନେ ଇନ୍ଧନ ଭରିଲେ ଗାଡ଼ି ଯିବ ବୋଲି କହିଥିଲେ ।
ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କ ପକ୍ଷରୁ ପଶୁଙ୍କ ଚିକିତ୍ସା ନିମନ୍ତେ ଦିଆଯାଇଥିବା ଆମ୍ବୁଲାନ୍ସ ସେବା କାହାପାଇଁ ?। ପଶୁଙ୍କ ଚିକିତ୍ସା ନିମନ୍ତେ ଆସୁଥିବା ଟଙ୍କା ଯାଉଛି କୁଆଡେ ବୋଲି ପ୍ରଶ୍ନ କରିବା ସହ ଏହାର ଭିଜିଲାନ୍ସ ତଦନ୍ତ ପାଇଁ ଦାବୀ କରାଯାଇଛି ।
ଦୁର୍ଭାଗ୍ୟ ଏଠାରେ ମୁଖ୍ୟମନ୍ତ୍ରୀ ମଧ୍ୟ ଗଞ୍ଜାମ ଜିଲ୍ଲାରୁ ପ୍ରତିନିଧିତ୍ଵ କରୁଛନ୍ତି ଏବଂ ମୁଖ୍ୟମନ୍ତ୍ରୀ ପଶୁଙ୍କ ଉନ୍ନତମାନର ସେବା ପାଇଁ ଦୃଢ଼ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି। ସେହିପରି ସ୍ଥଳେ ଗଞ୍ଜାମ ଜିଲ୍ଲାର ଭାତ ହାଣ୍ଡି କୁହାଯାଉଥିବା ବ୍ରହ୍ମପୁର ପଶୁ ଚିକିତ୍ସାଳୟର ଯଦି ଏଭଳି ଦହନୀୟ ଅବସ୍ଥା ତାହେଲେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଥିବା ପ୍ରାଣୀ ଚିକିତ୍ସାଳୟର ଅବସ୍ଥା ବେହାଲ୍।