Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେସିଙ୍ଗା କ୍ରିକେଟ ପ୍ରିମିୟର ଲିଗ୍ ଫାଇନାଲ୍ ରେ ୱାର୍ଡ ନମ୍ବର 9 ବିଜୟୀ

ଭବାନୀପାଟଣା, ୨୬/୦୨ (ଜଗନ୍ନାଥ ନାଏକ) : ଯୁବ ନେତା ସାଗର ଚରଣ ଦାସ ଙ୍କ ନେତୃତ୍ଵରେ କେସିଙ୍ଗା ସହରାଞ୍ଚଳ ସ୍ତରୀୟ କ୍ରିକେଟ ପ୍ରିମିୟର ଲିଗ୍ 2024 ର ଟୁର୍ନାମେଣ୍ଟ ଅନୁଷ୍ଟିତ ହୋଇଯାଇଛି. ଏହି ଟୁର୍ନାମେଣ୍ଟ ରେ କେସିଙ୍ଗା ସହର୍ ର 12 ଗୋଟି ୱାର୍ଡ ର ଯୁବ ଖେଳାଳୀ ମାନେ ଅଂଶଗ୍ରହଣ କରି ଥିଲେ. ଯୁବ ନେତା ଶ୍ରୀ ଦାସ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ କେସିଙ୍ଗା ସହର ର ଯୁବକ ମାନଙ୍କୁ ଏକଜୁଟ କରାଯାଇ ଭାଇଚାରା ରଖି ଆଗକୁ ଖେଳାଳୀ ମାନଙ୍କର କିପରି ବିକାଶ ହୋଇ ପାରିବ ସେ ନେଇ ଏକ ପ୍ରୟାସ କରି ଖେଳାଳି ମାନଙ୍କୁ ଉତ୍ସାହିତ କରିଛନ୍ତି। ଗତ 6 ଦିନ ଧରି ଚାଲିଥିବା ଟୁର୍ଣ୍ଣାମେଣ୍ଟ ର ଫାଇନାଲ୍ ମ୍ଯାଚ ରେ ୱାର୍ଡ ନମ୍ବର 9 ଓ ୱାର୍ଡ ନମ୍ବର 6 ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିଲା । ୱାର୍ଡ ନମ୍ବର 9 ଫାଇନାଲ କପ ବିଜୟୀ ହୋଇଥିବା ବେଳେ ୱାର୍ଡ଼ ନମ୍ବର 6 ରନର୍ସ କପ ପାଇଥିଲେ. ବିଜୟୀ ଦଳ କୁ କପ ସହ 50 ହଜାର ଟଙ୍କା , ରନର୍ସ ଟିମ କୁ କପ୍ ସହ 25 ହଜାର ଟଙ୍କା ଏବଂ ମେନ ଅଫ୍ ଦି ସିରିଜ୍ ପାଇଥିବା ମନୋଜ୍ ଅଗ୍ରୱାଲ ଙ୍କୁ ଏକ ହିରୋ ବାଇସାଇକେଲ ପ୍ରଦାନ କରାଯାଇଥିଲା. ଏହି ପ୍ରିମିୟର୍ ଲିଗ୍ ରେ ସବୁଠାରୁ ବିଶେଷ ଆକର୍ଷଣ ଥିଲା ରୁକୁ ସୁନା ମେଲୋଡି କାର୍ଯ୍ୟକ୍ରମ. ସାଗର ଦାସ ଖେଳାଳି ଙ୍କୁ କରମର୍ଦ୍ଦନ କରି ଉତ୍ସାହିତ କରିଥିଲେ।
ଏହି କାର୍ଯ୍ୟକ୍ରମରେ ଜିଲା କଂଗ୍ରେସ ଉପ ସଭାପତି ଧନୁର୍ଦ୍ଧର ଗହୀର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖେଳାଳୀ ମାନଙ୍କୁ ପୁରସ୍କୃତ କରିଥିଲେ । ଦୟା ସାଗର ସାହା, ବିଜୟ ଦୀପ,ରୋହିତ ଜୈନ ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରତନ ଦୀପ, ଟୁନା ନାୟକ, ଗଜିନ୍ଦ୍ର ମାଝୀ, ମାଧବ ବଜରଙ୍ଗ, ସୂରଜ, ହେମନ୍ତ, ହୀରା ନବୀନ୍, ଉଦ୍ଧବ ଓ କାହ୍ନୁ ପ୍ରମୂଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ