ମୁଖ୍ୟମନ୍ତ୍ରୀ ଭରଚୁଆଲ ରେ ଉଦଘାଟନ କଲେ ଲକ୍ଷ୍ମୀପୁର  ସମେତ ଜିଲ୍ଲା ର ୫ଟି ଡାକ୍ତରଖାନା..


ଲକ୍ଷ୍ମୀପୁର ୨୬:୦୨ …କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମେତ ଜିଲ୍ଲା ର ୫ଟି ଡାକ୍ତରଖାନା କୁ  ୫ଟି ମାଧ୍ୟମରେ ରୂପାନ୍ତରିତ କରାଯାଇ ଆମହସ୍ପିଟାଲ ରେ ରୂପାନ୍ତରିତ କରାଯାଇଛି ।ଲକ୍ଷ୍ମୀପୁର ଡାକ୍ତରଖାନା କୁ ଚାରି କୋଟି ଟଙ୍କା ବ୍ୟୟ ରେ ନୂଆ ରୂପ ରେଖ ଦିଆଯାଇ ସଜେଇ ହେଇଚି । ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି।ମୁଖ୍ୟମନ୍ତ୍ରୀ ଙ୍କ ସହ ୫ଟି ଅଧକ୍ଷ ଭିକେ ପାଣ୍ଡିଆନ ମଧ୍ୟ କାର୍ଯ୍ୟକ୍ରମ ରେ ଭରଚୁଆଲ ମାଧ୍ୟମରେ ଉପସ୍ଥିତ ରହିଥିଲେ। ଭରଚୁଆଲ ମାଧ୍ୟମରେ କୋରାପୁଟ ଜିଲ୍ଲାପାଳ ସୌମ୍ୟକ ସୂଚନା ପ୍ରଦାନ କରିବା ପରେ ବ୍ଳକ ଉପାଧ୍ୟାକ୍ଷା ଆରତୀ କୁଲଦୀପ ଭିସି ଜରିଆରେ ଭାଷଣ ଦେବା ସହ ରାଜ୍ୟ ସରକାର ଙ୍କ ଏପରି କାର୍ଯ୍ୟ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭୁୟସୀ ପ୍ରଶଂସା କରିଥିଲେ।ଏନେଇଁ ସ୍ଥାନୀୟ ମିନି ଷ୍ଟାଡିୟମରେ ଏକ ଜନ ସଭାର ଆୟୋଜନ କରାଯାଇଥିଲା ।୧୫ ଜିଲ୍ଲା ର ୬୭ ଟି ଡାକ୍ତରଖାନା ର ଲୋକାର୍ପିତ ଉତ୍ସବ ମଧ୍ୟରେ କୋରାପୁଟ ଜିଲ୍ଲା ର  ୫ଟି ଡାକ୍ତଖାନା ର ଲୋକାର୍ପଣ କରାଯାଇଛି।ଲକ୍ଷ୍ମୀପୁର ସମେତ ପଟାଙ୍ଗୀ, ବୈପାରୀଗୁଡା କୋଟପାଡ଼ ଓ ଜୟପୁର ଡାକ୍ତଖାନା ର ଲୋକାର୍ପଣ କରାଯାଇଛି। ସ୍ଵାସ୍ଚ୍ୟ କ୍ଷେତ୍ର ରେ ଉନତି ସକାଶେ ସରକାର ଙ୍କ ଏହା ଗୁରୁତ୍ୱ ପୁର୍ଣ ପଦକ୍ଷେପ ବୋଲି ଶ୍ରୀ ପାଣ୍ଡିଆନ ପ୍ରକାଶ କରିଛନ୍ତି। ଲକ୍ଷ୍ମୀପୁର ବିଧାୟକ ପ୍ରଭୁଜାନି, ପଟାଙ୍ଗୀ ବିଧାୟକ ପ୍ରିତମ ପାଢ଼ୀ,ଜିଲ୍ଲା ବିଜେଡ଼ି ସଭାପତି ଝିନ ହିକକା, ରାଜ୍ୟ ସାଧାରଣ ସମ୍ପାଦକ କୈଳାଶ ଚନ୍ଦ୍ର କୁଲେଶିକା, ଅଧ୍ୟକ୍ଷା ଶୁଆଇ କୁଲେଶିକା ଙ୍କ ସମେତ  ସରପଞ୍ଚ, ଲୋକ ପ୍ରତିନିଧି କିଛି ଦଳୀୟ ନେତା ଉପସ୍ଥିତ ରହିଥିଲେ।କୋରାପୁଟ ଜିଲ୍ଲାପାଳ କିର୍ତିଭାସନ୍ ଭି  ଙ୍କ ସମେତ ଉପଜିଲ୍ଲାପାଳ ବେଣୁଧର ଶବର, ସିଡିଏମଓ ଅରୁଣ ପାଢ଼ୀ, ପିଡିଡିଆରଡିଏ  ଦୟାମୟ ପାଢ଼ୀ,
ଲକ୍ଷ୍ମୀପୁର ବିଡ଼ିଓ ଗୁରେଶ୍ୱର ଭୋଇ, ଡାକ୍ତରଖାନା ଇନଚାର୍ଜ ନବକିଶୋର କୁଣ୍ଡୁ  ପ୍ରମୁଖ ଉପସ୍ଥିତ ରହିଥିଲେ। ବ୍ଳକ ର ସହକାରୀ ଯନ୍ତ୍ରୀ  ଏମ ପବନ କୁମାର ଙ୍କ ସମସ୍ତ କନିଷ୍ଠ ଯନ୍ତ୍ରୀ, ଯୋଗାଣ ଅଧିକାରୀ ଓ  ବ୍ଳକ କର୍ମଚାରୀ ମିଳି ମିଶି କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।ମିଶନ ଶକ୍ତି ମହିଳା, ଆଶା, ଅଙ୍ଗନବାଡି କର୍ମୀ, ଏସଏଚଜି ମହିଳା  ଙ୍କ ସମେତ ସ୍ଥାନୀୟ ଲୋକେ ପ୍ରମୁଖ ଉଦଘାଟନ ଉତ୍ସବ ରେ ଯୋଗଦେଇ କାର୍ଯ୍ୟକ୍ରମ ର ଉପଭୋଗ କରିଥିଲେ।