Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାଟପୁରା ଉଚ୍ଚ ବିଦ୍ୟାଳୟରେ ମହାତ୍ମା ଫୁଲେଙ୍କ ଜୟନ୍ତୀ

ଜମନକିରା,୧୧/୪: ଜମନକିରା ବ୍ଲକ ଭାତପୁରା ଗ୍ରାମସ୍ଥ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସଭା କକ୍ଷରେ କୁଚିଣ୍ଡା ପ୍ରତିଭା ବିକାଶ ଅଭିଯାନର ସଭାପତି ତଥା ଅବସର ପ୍ରାପ୍ତ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାୟକଙ୍କ ସଭାପତିତ୍ବରେ ପୁରସ୍କାର ବିତରଣ ସହ ବିଶିଷ୍ଟ ସମାଜସେବୀ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ଜୟନ୍ତୀ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏଥିରେ କୁଚିଣ୍ଡାର ଆଦିବାସୀ ଉନ୍ନୟନ ସଂସ୍ଥା ଯୋଜନା ପ୍ରଶାସକ ହେମସାଗର ଭୋଇ ମୁଖ୍ୟଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ପରିପ୍ରକାଶ କରିବା ସହ ମହାତ୍ମା ଜ୍ୟୋତିରାଓ ଫୁଲେଙ୍କ ପରି ସମାଜ ସଂସ୍କାର କାର୍ଯ୍ୟକୁ ଆଗେଇ ନେବାକୁ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଞ୍ଚ ପ୍ରହଲ୍ଲାଦ ଧୁରୂଆ ଓ ଅବସର ପ୍ରାପ୍ତ ଶିକ୍ଷକ ରୁଦ୍ରନାରାୟଣ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ମହାତ୍ମା ଫୁଲେଙ୍କ ଜୀବନୀ ଉପରେ ଆଲୋଚନା କରିଥିଲେ। ଅତିଥିଗଣ ବିଗତ ଶିକ୍ଷା ବର୍ଷରେ ଅନୁଷ୍ଠିତ ଲିଖିତ କୁଇଜ ଓ ଡ୍ରଇଂ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ପ୍ରଧାନ ଶିକ୍ଷକ ରତନଲାଲ ସିଂ ସ୍ୱାଗତ ଭାଷଣ ଦେଇଥିବା ବେଳେ ସହକାରୀ ଶିକ୍ଷକ କୈଳାସ ଚନ୍ଦ୍ର ଗୌଡ଼ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅଭିଯାନର ସଂଯୋଜକ ରମେଶ ପଧାନ ବିବରଣୀ ପ୍ରଦାନ କରିଥିବା ବେଳେ ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ସୁମନ୍ତ ମହାକୁଳ ଓ ସୁବ୍ରତ ପଣ୍ଡା ପରିଚାଲନା କରିଥିଲେ।ଶେଷରେ ବରିଷ୍ଟ ଶିକ୍ଷକ ଖଗେଶ୍ବର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କ ଦ୍ବାରା ବହୁ ଆକର୍ଷଣୀୟ ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଉଦଯାପନୀ ସଙ୍ଗୀତ କାର୍ଯ୍ୟକ୍ରମକୁ ଅଭିଯାନର ସ୍ୱେଚ୍ଛାସେବୀ ମାନସୀ ବଗର୍ତ୍ତି, ସହକାରୀ ଶିକ୍ଷୟିତ୍ରୀ ମଧୁମିତା ବହିଦାର, ନମିତା ନାୟକ ଏବଂ ପ୍ରଦୀପ ବାରିକ ପ୍ରମୁଖ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ