Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁକୁର କାମୁଡ଼ା ରେ ୩୦ ରୁ ଉର୍ଦ୍ଧ୍ବ ଆହତ। କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁନି।

ରଙ୍ଗେଇଲୁଣ୍ଡା ବ୍ଳକ ଅନ୍ତର୍ଗତ ବିଶ୍ୱନାଥପୁର ପଞ୍ଚାୟତ ଅନ୍ତର୍ଗତ ହରଡଙ୍ଗ ‌‌ଗାଁ କୁକୁର କାମୁଡ଼ାରେ ୩ ଦିନ ମଧ୍ୟରେ ୩୦ ରୁ ଉର୍ଦ୍ଧ୍ବ ଆହାତ ହୋଇଥିବାବେଳେ ଲୋକେ ତାଟି କବାଟ ଦେଇ ଘର ମଧ୍ୟରେ ରହୁଥିବା ଦେଖିବାକୁ ମିଳିଛି। ଅନ୍ୟ ପଟେ ମନ୍ତ୍ରୀଡି ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ କେଲୁଆପଲ୍ଲୀ ଠାରେ ଥିବା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ କୁକୁର କାମୁଡ଼ା ଇଞ୍ଜେକ୍ସନ ମିଳୁ ନଥିବାରୁ ବ୍ରହ୍ମପୁର ବଡ ମେଡିକାଲ ଯାଇ ଇଞ୍ଜେକ୍ସନ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି। ତିନି ଦିନ ଧରି ଗୋଟିଏ କୁକୁର ରାସ୍ତା ରେ ଯାଆସ କରୁଥିବା ୩୦ରୁ ଊର୍ଦ୍ଧ୍ଵ ବ୍ୟକ୍ତିଙ୍କୁ କାମୁଡି ଆହତ କରିଥିବା ଜଣାଯାଇଛି। ହରଡଙ୍ଗ ଅଞ୍ଚଳରେ ଗୋଟିଏ ବୁଲା କୁକୁର ରାସ୍ତା ରେ ଯାହାକୁ ଦେଖିଲେ ତାକୁ କାମୁଡିବା ପାଇଁ ଗୋଡାଉ ଥିବା ଯୋଗୁଁ ଲୋକ ଆତଙ୍କିତ ହେବା ସହ କୁକୁର ଭୟରେ ଘରେ ତାଟି କବାଟ ଦେଇ ରହିବାକୁ ବାଧ୍ୟ ହେବା ସହ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ କୁ ଯିବାକୁ ଡରୁଛନ୍ତି ।ଆଜି ସକାଳେ ହରଡଙ୍ଗ ଗ୍ରାମରେ ଜଣେ ବ୍ୟକ୍ତି କୌଣସି କାମରେ ଯାଉଥିବା ବେଳେ ଏହି ବୁଲା କୁକୁର ଦଉଡି ଆସି ତାଙ୍କୁ କାମୁଡିବା ସହିତ ମାଂସ ପୁଳାଏ ନେଇ କ୍ଷତାକ୍ତ କରି ଦେଇଥିଲା। ଏହାକୁ ଦେଖି ଗ୍ରାମରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ଗ୍ରାମରେ କୁକୁରଙ୍କ ଏହି ଆତଙ୍କ ଦେଖି ଘରୁ କେହି ବାହାରୁ ନାହାନ୍ତି। ଅନେକ ଘରେ ତାଟି କବାଟ ପକାଇ ରହିଛନ୍ତି। ଯାହାର କିଛି ଜରୁରୀ କାମ ରହିଛି ସେହି ଲୋକମାନେ ହାତରେ ବାଡ଼ି ଧରି ଘରୁ ବାହାରକୁ ବାହାରୁଛନ୍ତି। କୁକୁର କାମୁଡ଼ା ରେ ହରଡଙ୍ଗ ଗ୍ରାମର ପି.ମୋହିନୀରେଡ୍ଡୀ,ଜେ.ଜୟନ୍ତୀ ରେଡ୍ଡୀ, ୟୁ. ଦମୟନ୍ତୀ ରେଡ୍ଡୀ,କେ.ଡମ୍ବୁରୁ ବେହେରା, ମନ୍ତ୍ରିଡି ଗ୍ରାମର ସୋନାଲି ପ୍ରଣତୀ, ବୁଲୁ ରଣା, ମହସାୟୀ ପେଣ୍ଠ ଗ୍ରାମର ରାଧାମୋହନ ନାୟକ,ଲକ୍ଷ୍ମୀପାତ୍ର,ସେହିପରି ସୁରଳ ଗ୍ରାମର ପିଲି ବେହେରା ପ୍ରମୁଖ ଙ୍କୁ କାମୁଡ଼ି ଥିବା ସ୍ଥାନୀୟ ବାସିନ୍ଦା ତାରିଣୀ ଦାସ ପ୍ରକାଶ କରିଛନ୍ତି। ମନ୍ତ୍ରିଡି ଗ୍ରାମରେ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଥିଲେ ମଧ୍ଯ ଚିକିତ୍ସାରେ ଅବହେଳା ଏବଂ ପ୍ରତିଶୋଧକ ଇଞ୍ଜେକସନ ନଥିବା ଯୋଗୁଁ ନାନା ଅସୁବିଧାର ସମ୍ମୁଖୀନ ହୋଇ ବ୍ରହ୍ମପୁର ଏମକେସିଜି ଉପରେ ନିର୍ଭର କରିବାକୁ ପଡ଼ଥିବା ଅଭିଯୋଗ କରିଛନ୍ତି। ଅନ୍ୟ ପଟେ ବ୍ରହ୍ମପୁର ବଡ ମେଡିକାଲ ରେ ଇଞ୍ଜେକ୍ସନ ନିମନ୍ତେ ଲମ୍ବା ଲାଇନରେ ଠିଆ ହେବା ଯୋଗୁଁ ଦିନ ତମାମ ବିତି ଯାଉଥିବା ପ୍ରକାଶ କରିଛନ୍ତି। ଏଣୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମନ୍ତ୍ରୀଡି ଠାରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ଇଞ୍ଜେକ୍ସନ ବ୍ୟବସ୍ଥା କରିବାକୁ ପୂର୍ବତନ ସରପଂଚ ମମତା ଦାସ କହିଛନ୍ତି। ଏହା ସହ ଆତଙ୍କ ସୃଷ୍ଟି କରୁଥିବା କୁକୁର କୁ କାବୁ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରିବାକୁ ଅଞ୍ଚଳ ବାସୀ ଦାବି ଜଣାଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ