Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିଳାଙ୍କ ପ୍ରତି ଯଦି ଏତେ ଦରଦ ୧୫ ଲକ୍ଷ ଦିଅ ରାଜ୍ୟ ସରକାର, କାହିଁକି ଭଣ୍ଡଉଛନ୍ତି: ଅପରାଜିତା ଷଡ଼ଙ୍ଗୀ

ଜଟଣୀ: ନିର୍ବାଚନ ପାଖେଇବା ସହ ବିଭିନ୍ନ ଲୋକସଭା ଓ ବିଧାନସଭା ଆସନରେ ଆଶାୟୀ ପ୍ରାର୍ଥୀମାନେ ନିଜର ପ୍ରଚାର ଜୋରଦାର କଲେଣି। ଏହି କ୍ରମରେ ଭୁବନେଶ୍ଵର ସାଂସଦ ତଥା ବିଜେପି ନେତ୍ରୀ ପୂର୍ବତନ ପ୍ରଶାସନିକ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଭୋଟ୍ ହାତେଇବା ପାଇଁ ରାଜ୍ୟ ସରକାର ମହିଳାମାନଙ୍କୁ ଭଣ୍ଡାଉଥିବା ସେ କହିଛନ୍ତି।

ଆଜି ଜଟଣୀ ସଭାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ଭୁବନେଶ୍ଵର ସାଂସଦ ଅପରାଜିତା ଷଡ଼ଙ୍ଗୀ। ସେ ମିଶନ ଶକ୍ତି ମହିଳାଙ୍କୁ ଟଙ୍କା ବଣ୍ଟାଯିବାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ମହିଳାମାନଙ୍କୁ ହଜାରେ ୧୫୦୦ ଟଙ୍କା ଦେଇ ଭୋଟ୍ ହାତେଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟ ସରକାର। ଏମିତି କରି ମହିଳାଙ୍କୁ ଧୋକା ଦେଉଛନ୍ତି ଏବଂ ସେମାନଙ୍କୁ ଭଣ୍ଡଉଛନ୍ତି। ଯଦି ମହିଳାଙ୍କ ପ୍ରତି ଏତେ ଦରଦ ତେବେ ଜଣିକିଆ ୧୫ ଲକ୍ଷ ଟଙ୍କା ଦିଅନ୍ତୁ। ଯଦି ପ୍ରତି ମହିଳାଙ୍କୁ ୧୫ ଲକ୍ଷ ଦିଅନ୍ତି ତେବେ ମୁଁ କହିବି ସରକାରଙ୍କ ପ୍ରାର୍ଥୀଙ୍କୁ ଭୋଟ୍ ଦିଅ। ପ୍ରତି ମହିଳାଙ୍କୁ ୧୫ ଲକ୍ଷ ଦିଅନ୍ତୁ, ବିଜେଡିକୁ ଭୋଟ୍ ଦେବାକୁ ମୁଁ କହିବି ବୋଲି ଅପରାଜିତା ଷଡ଼ଙ୍ଗୀ କହିଛନ୍ତି।

ସୂଚନାଯୋଗ୍ୟ, ଗତ କିଛି ଦିନ ହେବ ରାଜ୍ୟ ସରକାର ଭୋଟ୍ ହାତେଇବା ପାଇଁ ମାଳମାଳ ଲୋଭନୀୟ ଘୋଷଣା କରି ଚାଲିଛନ୍ତି। ଏହିକ୍ରମରେ ମିଶନ ଶକ୍ତିର ମହିଳାମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲୋନ ମିଳିବ ବୋଲି ରାଜ୍ୟ ସରକାର ଘୋଷଣା କରି ସାରିଛନ୍ତି। ଆଉ ଏହାକୁ ସମାଲୋଚନା କରିଛନ୍ତି ଅପରାଜିତା ଷଡ଼ଙ୍ଗୀ। ଏଥର ଭୁବନେଶ୍ଵର ଲୋକସଭା ନିର୍ବାଚନରେ ଅପରାଜିତାଙ୍କ ବିରୋଧରେ ବିଜେଡି ଶ୍ରୀମୟୀ ମିଶ୍ରଙ୍କୁ ପ୍ରାର୍ଥୀ କରିପାରେ। ଆଉ ଶ୍ରୀମୟୀ ମଧ୍ୟ ଭୁବନେଶ୍ଵର ସଂସଦୀୟ କ୍ଷେତ୍ରରେ ନିଜର ପ୍ରଚାର ଜୋରଦାର କଲେଣି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ