Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୁପ୍ରା ଷ୍ଟେଟ ବ୍ୟାଙ୍କ ଶାଖା ରେ ରିକୋଭରି ଏଜେଣ୍ଟ ଙ୍କ ଦ୍ଵାରା ଲକ୍ଷ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ ତଦନ୍ତ ଦାବି

କଳାହାଣ୍ଡି, ୨୯/୦୨ (ଜଗନ୍ନାଥ ନାଏକ) : କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୂପ୍ରା ଷ୍ଟେଟ ବ୍ୟାଙ୍କ ଶାଖାରେ ରୁପ୍ରା ଗ୍ରାମର ଜଣେ ଅସାଧୁ ରିକୋଭରି ଏଜେଣ୍ଟ ଆଜକୁ ପ୍ରାୟ ତିନିବର୍ଷ ଧରି ନିରନ୍ତର ଭାବରେ ଉକ୍ତ ବ୍ୟାଙ୍କ୍ ଶାଖା ସେବାଞ୍ଚଳ ର ଗ୍ରାହକ ମାନଙ୍କ ଠାରୁ ନୂତନ ଋଣ କରାଇବା, ପୁରୁଣା ଋଣ ପରିଶୋଧ କରିବା,ଋଣ ନବୀକରଣ କରିବା, ଏବଂ ଋଣ ଛାଡ କରିବା, ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କୁ ଋଣ ରାଶି ଦୁଇ ଗୁଣ କରାଇବା ଭଳି ବିଭିନ୍ନ ପ୍ରଲୋଭନ ଦେଖାଇ ଠକ ସୋମନାଥ ସାହୁ ନିରୀହ ଜନତା ଙ୍କ ଠାରୁ ବ୍ୟାଙ୍କ ମ୍ୟାନେଜର କହିଛନ୍ତି ବୋଲି କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ଅଭିଯୋଗ କାରୀ ମାନେ ହେଲେ ଗୁଡ଼ିପଟା ଗ୍ରାମର ଅନିରୁଦ୍ଧ ପୁଟେଲ କାରୁଙ୍ଗପଦର ଗ୍ରାମର ଜଗବନ୍ଧୁ ଧାରୁଆ ସରୋଜ ପାତ୍ର , ଦାସ ଧାରୁଆ, କର୍ମେ ଗାଁ ର କପିଳ ମହାନନ୍ଦ ଦୋଲମଣୀ ମହାନନ୍ଦ, ସୁରପଦର୍ ଗ୍ରାମର, ଧନନ୍ତରି ଏସ, ଏଚ୍,ଜୀ, ଙ୍କ ଲିଖିତ ଅଭିଯୋଗ ମୁତାବକ ଦୀର୍ଘ ଏକ ମାସ ତଳେ କିଛି ଗଣମାଧ୍ୟମ ପ୍ରତିନିଧି ସଂପୃକ୍ତ ଶାଖା ପରିଚାଳକ ଙ୍କୁ ଏ ବିଷୟରେ ଅବଗତ କରାଇ ଏହାର ଅନୁସନ୍ଧାନ କରି କାର୍ଯ୍ୟନୁଷ୍ଠାନ ପାଇଁ ଜଣାଇଥିଲେ ସଂପୃକ୍ତ ବ୍ୟାଙ୍କ୍ ମ୍ୟାନେଜର ଗମାମଧ୍ୟାମ ପ୍ରତିନିଧି ମାନଙ୍କୁ ଏହାର ତୁରନ୍ତ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ କିନ୍ତୁ ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ସଂପୃକ୍ତ ଠକ ଇଜେଣ୍ଟ ଙ୍କ ବିରୋଧରେ ନା ହେଲା କାର୍ଯ୍ୟନୁଷ୍ଠାନ ନା ହେଲା ତଦନ୍ତ କୌଣସି ପ୍ରକାର ତଦନ୍ତ କିମ୍ବା କାର୍ଯ୍ୟନୁଷ୍ଠାନ ନ ହେବାରୁ ଅଭିଯୋଗକାରୀ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ଏହି ଶାଖାରେ ଦିନକୁ ଦିନ ଏଭଳି ଠକ ଙ୍କ ପ୍ରାଦୁର୍ଭାବ ବଢୁଥିବାରୁ ସାଧାରଣ ଜନତା ଙ୍କ ଭରସା ବ୍ୟାଙ୍କ୍ ପ୍ରତି ଦିନକୁ ଦିନ ହ୍ରାସ ପାଉଛି ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଏଭଳି ଦୁର୍ନୀତି ରେ ଲିପ୍ତ ଥିବା ଦଲାଲ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ