Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦୁର୍ଘଟଣାରେ ଆହତ ଦଶମ ଶ୍ରେଣୀ ଛାତ୍ରଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ l

ଗୋପାଳପୁର,୨୯/୦୨
ବୁଧବାର ଦିନ ଗୋଳନ୍ଥରା ଥାନା ଅର୍ନ୍ତଗତ ହରଡ଼ଙ୍ଗ ଗ୍ରାମର ସିଦ୍ଧଭୈରବୀ ହାଇସ୍କୁଲ ର ତିନି ଦଶମ ଶ୍ରେଣୀ ଛାତ୍ର ବାଇକରେ ପରୀକ୍ଷା ଦେବା ପାଇଁ ଗୋଳନ୍ଥରା ଯାଉଥିବାଇକ୍ ଦୁର୍ଘଟଣା ଘାଟି ତିନି ଗୁରୁତର ହୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଆଜି ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି l ମୃତ୍ୟୁ ବରଣ କରିଥିବା ଛାତ୍ର ଜଣଙ୍କ ହେଲେ ହରଡ଼ଙ୍ଗ ଗାଁର ଜି. ଡିଲେଶ୍ୱର ରେଡ୍ଡୀ ବୋଲି ଜଣା ପଡିଛି l ସୂଚନା ଅନୁଯାଇ ଗତକାଲି ସକାଳ ୭ବେଳେ ହରଡଙ୍ଗ ଗ୍ରାମର ବି. ଅନିଲ ପାତ୍ର, ସିଏଚ. ଦିଲୀପ ପାତ୍ର, ଜି. ଦିଲେଶ୍ୱର ରେଡ୍ଡୀ ବାଇକରେ ଦଶମ ଶ୍ରେଣୀ ପରୀକ୍ଷା ଦେବାପାଇଁ ଗୋଳନ୍ଥରା ସ୍ଥିତ ବିଶ୍ଵନାଥ ଉଚ୍ଚ ବୈଷୟିକ ବିଦ୍ୟାଳୟକୁ ଯାଉଥିବା ବେଳେ ପାଲୁର ନିକଟ ରେ ଭାର ସମ୍ୟ ହରାଇ ଏକ ଗଛକୁ ପିଟିଥିଲେ। ଯାହା ଫଳରେ ଦୁର୍ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତି କରାଯାଇଥିଲା l ଡିଲେଶ୍ୱରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉତ୍ତମ ଚିକିତ୍ସା ପାଇଁ ବିଶାଖପାଟଣା ସ୍ଥାନାନ୍ତର କରାଯାଇଥିଲା l ଆଜି ଚିକିତ୍ସା ଧିନ ଅବସ୍ଥାରେ ତାଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏ ନେଇ ଗୋଳନ୍ଥରା ଥାନା କେଶ ନଂ ୯୩/୨୪ରେ ଏକ ମାମଲା ରୁଜୁ ହୋଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ