Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ବାର୍ଷିକ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ରେ ଆଜି ଅପରାହ୍ନରେ ବିଜୁ ପଟ୍ଟନାୟକ ଅଡିଟୋରିୟମ ଠାରେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ଙ୍କ ଅଧ୍ୟକ୍ଷତାରେ ବାର୍ଷିକ ସାଂସ୍କୃତିକ ଓ ସାହିତ୍ୟିକ ଉତ୍ସବ ୨୩ ଅନୁଷ୍ଟିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇ. ରୋହିତ ପୂଜାରୀ ଯୋଗ ଦେଇ ପାଠ ପଢା,ଖେଳ କୁଦ, ନାଚ ଗୀତରେ ଧ୍ୟାନ ଦେବା ସହ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ମୋବାଇଲ ରେ ଫେସ୍ ବୁକ୍ ଆପକ୍ଷା ଖବର କାଗଜ ପଡ଼ିବାକୁ କହିଥିଲେ। ଭବିଷ୍ୟତରେ ଭଲ ନାଗରିକ ହୋଇ ଜନ ସମାଜରେ ସାହାଯ୍ୟ ସହଯୋଗ କରିବାକୁ କହିଥିଲେ।ସମସ୍ତେ ସାଙ୍ଗ ସାଥୀ ଜୀବନ ସାରା ରହୁ ମନାନ୍ତର ନ ରହୁ।ବିଶ୍ଵବିଦ୍ୟାଳୟ କୁ ସଫା ସୁତାରl ରଖିବା ସହ ପ୍ଲାଷ୍ଟିକ ମୁକ୍ତ ରଖିବାକୁ କହିଥିଲେ। ତାହା ସହ ମୋ କଲେଜ୍ ଅଭିଯାନ ରେ ସାମିଲ ହୋଇ ବିଶ୍ଵବିଦ୍ୟାଳୟର ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ। ସଭା ପୂର୍ବରୁ ବିଶ୍ଵବିଦ୍ୟାଳୟ ର ଶିକ୍ଷକ ଓ ଅଣ ଶିକ୍ଷକ କ୍ଵlଟ ର ଓ ନୂତନ ଛାତ୍ରାବାସ ଉଦଘାଟନ କରିଥିଲେ।ସମ୍ମାନୀତ ଅତିଥି ଭାବେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ,ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା,ମୁଖ୍ୟ ମନ୍ତ୍ରୀ ଙ୍କ ରାଜନୈତିକ ସଚିବ ଡଃ ଗୋପବନ୍ଧୁ ଦାଶ, ଉରଣୟନ୍ ପରିଷଦର ସଦସ୍ୟ ଡ଼ଃ ରମେଶ ଚନ୍ଦ୍ର ଚ୍ୟlଉ ପଟନାୟକ, ଚଳଚ୍ଚିତ୍ର ର ଅଧକ୍ଷ କୁନା ତ୍ରିପାଠୀ,କୁଳସଚିବ ସଚ୍ଚିଦାନନ୍ଦ ନାୟକ ପ୍ରମୁଖ ମଞ୍ଚlଷିନ ଥିଲେ। ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତି ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।ସାଂସ୍କୃତିକ ଓ ସାହିତ୍ୟିକ ର ସଂଜୋଜିକା ଡ଼ଃ ସରିତା ଦାଶ ସଭା ପରିଚାଳନା କରିଥିଲେ। ଏହି ଅବସରରେ ଏକ ପୁସ୍ତିକା ଉନ୍ମୋଚନ କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ର କୃତି ଛାତ୍ର ଛାତ୍ରୀ ଙ୍କୁ ପ୍ରମାଣ ପତ୍ର ସହ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଡ଼ଃ ମିହିର କୁମାର ତ୍ରିପାଠୀ, ଡ଼ଃ ବନ୍ଦିତା ପଣ୍ଡା, ଡ଼ଃ ସରୋଜ କୁମାର ଦାଶ,ଡ଼ଃ ଇତିଶ୍ରୀ ଗୀତା କୁମାରୀ ପ୍ରମୁଖ ସହଯୋଗ କରିଥିଲେ। ଏହି କରଜ୍ୟକ୍ରମରେ ଉପ କୂଳ ସଚିବ ଡଃ ବାବୁଜୀ ସାମଲ, ଉଚ୍ଚ ଶିକ୍ଷା ବିଭାଗର ଆଞ୍ଚଳିକ ନିର୍ଦ୍ଦେଶକ ଡ଼ଃ ଲକ୍ଷ୍ମୀ କାନ୍ତ ତ୍ରିପାଠୀ ଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ରହି ନାଚ ଗୀତରେ ଝୂମିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories