Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅତାବିରା ଅଞ୍ଚଳରେ ଧାନ ଚାଷରେ ଅଜଣା ରୋଗ

ଅତାବିରା: ଓଡ଼ିଶାର ଭାତ ହାଣ୍ଡି କୁହାଯାଉଥିବା ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଅଞ୍ଚଳରେ ଚାଷୀ କ୍ଷେତରେ ଅଜଣା ରୋଗପୋକର ସାମ୍ନା କରିବାକୁ ପଡୁଛି l ଚଳିତ ରବି ଋତୁରେ ଚାଷୀ ବହୁ ଦୁଃଖକଷ୍ଟରେ କାର୍ଯ୍ୟ କରିଥିବା ବେଳେ ଧାନ କୃଷି କେଣ୍ଡା ବାହାରିବା ସମୟରେ ଅଜଣା ପୋକ ଲାଗିଛି । ପୋକ ପ୍ରାଦୁର୍ଭାବରେ ଶହ ଶହ ଏକର ଫସଲ ନଷ୍ଟ ହେବା ଆଶଙ୍କାରେ ରହିଛନ୍ତି ଚାଷୀ। ସମ୍ଭାବ୍ୟ କ୍ଷତି ଭିତରକୁ ଠେଲି ଦେଇଛି। ଅତାବିରା ବ୍ଲକ୍ କୁଲୁଣ୍ଡା, ଟାମ୍ପରସରା, କାଦୋବାହାଲ ପଞ୍ଚାୟତର ବିଭିନ୍ନ ଗ୍ରାମର ୫୦ରୁ ଅଧିକ ଚାଷୀଙ୍କ ଶହ ଶହ ଏକର ଜମିରେ ଅଜଣା ରୋଗ ଲାଗିଛି। ଚାଷୀମାନେ ପ୍ରତିକାର ପାଇଁ ବ୍ଲକ୍ କୃଷି ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଉପଯୁକ୍ତ ଭାବରେ ସାର, କୀଟନାଶକ, ଔଷଧ ଆଦି ପ୍ରୟୋଗ କରାଯାଇଥିଲେ ସୁଦ୍ଧା ଧାନ ବାହାରିବା ସମୟରେ ସମସ୍ତ ଧାନକେଣ୍ଡା ଶୁଖି ଯାଉଛି । କ୍ଷତିପୂରଣ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚାଷୀମାନେ ନିବେଦନ କରିଛନ୍ତି।
ଏନେଇ ଆଜି ଓଡିଶା ରାଜ୍ୟ କୃଷକ ଅତାବିରା ସଭାପତି ବୀରେନ୍ଦ୍ର କରଙ୍କ ନେତୃତତ୍ୱରେ ଚାଷୀମାନେ ଅତାବିରା ତହସିଲଦାର ଓ ବ୍ଲକ କୃଷି ଅଧିକାରୀଙ୍କୁ ଦାବି ପତ୍ର ଦେଇ ଆଲୋଚନା କରିଛନ୍ତି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ