Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଞ୍ଚାୟତିରାଜ ଓ ଲୋକସେବା ଦିବସରେ ଇତିହାସ ରଚିଲା ଲାଞ୍ଜିଗଡ଼ ବ୍ଲକ : ବ୍ଲକ ସହିତ ପୁରସ୍କାର ପାଇଲେ ଜଗନ୍ନାଥପୁର ଓ ତ୍ରିଲୋଚନପୁର ପଞ୍ଚାୟତ : ବିଶ୍ୱନାଥପୁରଠାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

କଳାହାଣ୍ଡି,୦୬/୦୩-ପଞ୍ଚାୟତିରାଜ ଓ ଲୋକସେବା ଦିବସ ଅବସରରେ କଳାହାଣ୍ଡି ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣାଠାରେ ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ଲାଞ୍ଜିଗଡ ବ୍ଲକ ଇତିହାସ ସୃଷ୍ଟି କରିଛି । ବିଭିନ୍ନ ସରକାରୀ ଯୋଜନାର ଭିଡିଓ ଡକୁମେଣ୍ଟେସନରେ ଲାଞ୍ଜିଗଡ ବ୍ଲକ ଜିଲ୍ଲାସ୍ତରୀୟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବାବେଳେ ଜିଲ୍ଲାର ପ୍ରଥମ ପଞ୍ଚାୟତ ଭାବେ ବିଜୁ ପଟ୍ଟନାୟକ ପଞ୍ଚାୟତ ସଶକ୍ତିକରଣ ପୁରସ୍କାର ପାଇଛି ଜଗନ୍ନାଥପୁର ପଞ୍ଚାୟତ । ସେହିପରି ପଞ୍ଚାୟତସ୍ତରୀୟ ଯୋଜନାର ସଫଳ ରୂପାୟନ ପୁସ୍ତିକା ପାଇଁ ପୁରସ୍କୃତ ହୋଇଛି ଦୁର୍ଗମ ତ୍ରିଲୋଚନପୁର ଗ୍ରାମପଞ୍ଚାୟତ । କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ମଧୁଛନ୍ଦା ସାହୁ, ଅତିରିକ୍ତ ନିର୍ବାହୀ ଅଧିକାରୀ ଦିଲିପ ମହାରଣା ପ୍ରମୁଖ ଯୋଗ ଦେଇଥିଲେ । ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ବିଡିଓ ଶଶାଙ୍କ ପାତ୍ର ଉପସ୍ଥିତ ରହି ପୁରସ୍କାର, ଟ୍ରଫି ଓ ମାନପତ୍ର ଗ୍ରହଣ କରିଥିଲେ । ଜଗନ୍ନାଥପୁର ସରପଞ୍ଚ ମୁଗାନା ମାଝୀ, ନିର୍ବାହୀ ଅଧିକାରୀ ତାପସ କୁମାର ସାହୁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧ ଲକ୍ଷ ୫୦ ହଜାର ଟଙ୍କାର ଚେକ୍ ଗ୍ରହଣ କରିଥିଲେ । ସେହିପରି ତ୍ରିଲୋଚନପୁର ପଞ୍ଚାୟତ ତରଫରୁ ନାଏବ ସରପଞ୍ଚ ତରଣୀସେନ ବାଗ ମାନପତ୍ର ଗ୍ରହଣ କରିଥିଲେ । ତିନୋଟି ବର୍ଗରେ ପୁରସ୍କାର ହାସଲ କରି ଫେରିବା ପରେ ଏଇ ଟିମକୁ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ କୁମାର ଘଡେଇ, ବ୍ଲକ ବିଜେଡି ସଭାପତି ହିମାଦ୍ରୀ ପେସନିଆ ପ୍ରମୁଖ ସମ୍ବର୍ଦ୍ଧନା ଜଣାଇଥିଲେ ।