Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଅବସରପ୍ରାପ୍ତ ପୋଷ୍ଟ ମାଷ୍ଟରଙ୍କ ପରଲୋକ

ବେଲଗୁଣ୍ଠା,07/02, କମାଗଡ଼ ଗ୍ରାମର ଅବସରପ୍ରାପ୍ତ ପୋଷ୍ଟ୍ ମାଷ୍ଟର ସୀମାଞ୍ଚଳ ନାହାକଙ୍କ ଆଜି ସକାଳ ଛଅ ଘଣ୍ଟା ପାଞ୍ଚ ମିନିଟ୍ ସମୟରେ ହୃଦଘାତରେ ପରଲୋକ ଘଟିଛି I ମୃତ୍ୟୁ ବେଳକୁ ତାଙ୍କୁ 74 ବର୍ଷ ବୟସ ହୋଇଥିଲା I ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ସମସ୍ତ ପରିବାର ସଦସ୍ୟ ଓ ବନ୍ଧୁ ବର୍ଗ ଉପସ୍ଥିତ ଥିଲେ I ଶ୍ରୀ ନାହାକଙ୍କ ମୃତ୍ୟୁ ଖବର ଶୁଣି ଅଞ୍ଚଳର ବହୁ ବୁଦ୍ଧିଜୀବୀ ତଥା ବଂଶୀଧର ଗୌଡ଼, ସୁନୀଲ କୁମାର ବିଶ୍ୱାଳ, ଶରତଚନ୍ଦ୍ର ମହାନ୍ତି, ସୁବ୍ରତ କୁମାର ପାତ୍ର,ସାଧୁ ବେହେରା ପ୍ରମୁଖ ସୀମାଞ୍ଚଳଙ୍କ ଅନ୍ତିମ ଦର୍ଶନ କରିବା ସହିତ ଗଭୀର ଶୋକ ବ୍ୟକ୍ତ କରିଥିଲେ I ସୀମାଞ୍ଚଳଙ୍କ ବିୟୋଗରେ ନିମିନା ଡାକ ବିଭାଗ ଦ୍ବାରା ଶୋକ ସଭା ପାଳନ କରାଯାଇଛି I ସୀମାଞ୍ଚଳ ଜଣେ ପରୋପକାରୀ, ମିଷ୍ଠଭାଷୀ ଏବଂ ଧର୍ମ ପରାୟଣ ବ୍ୟକ୍ତି ଭାବେ ଅଞ୍ଚଳରେ ବେଶ୍ ପରିଚିତ ଥିଲେ I ତାଙ୍କ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I