Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛିଣ୍ଡୁନି ଅଙ୍କ, ଭୁବନେଶ୍ଵର-ପୁରୀ ଚାହୁଁଛି ବିଜେଡି; ବିଧାନସଭାରେ ବି ରହିଛି ପେଞ୍ଚ

ଭୁବନେଶ୍ଵର: ବିଜେଡି-ବିଜେପି ମେଣ୍ଟ ଚିତ୍ର ସ୍ପଷ୍ଟ ହେବା ପରେ ଏବେ ସିଟ୍ ସେୟାରିଂକୁ ନେଇ ଜୋର ଧରିଛି ଚର୍ଚ୍ଚା। କାହା ଭାଗରେ କେତେ ସିଟ୍ ପଡ଼ିବ ତାକୁ ନେଇ ଚାଲିଛି ଅଙ୍କକଷା। ବିଜେପିକୁ କେତୋଟି ଲୋକସଭା ଓ ବିଧାନସଭା ସିଟ୍ ମିଳିବ ସେ ନେଇ ଅଙ୍କ ଛିଣ୍ଡୁ ନଥବିା କୁହାଯାଉଛି। ବିଜେପି ଲୋକସଭା ସିଟ୍ ଉପରେ ଅଧିକ ଫୋକସ କରୁଥିବା ବେଳେ ବିଜେଡି ବିଧାନସଭା ସିଟକୁ ଫୋକସ କରୁଥିବା ଜଣାଯାଇଛି। ତେବେ ମେଣ୍ଟ ନେଇ ରୂପ ରେଖା ପ୍ରସ୍ତୁତ କରାଯାଉଥିବା ଦୁଇ ଦଳର ନେତା କହିଛନ୍ତି। ଅମିତ୍ ଶାହଙ୍କ ୧୨ ତାରିଖ ଗସ୍ତ ଉପରେ ଏବେ ସଭିଙ୍କ ନଜର ରହିଛି। ସେହି ଦିନ ମେଣ୍ଟ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି।

ସୂତ୍ରରୁ ମିଳିଥବା ସୂଚନା ଅନୁସାରେ ବିଜେପି ଅଧିକ ଲୋକସଭା ସିଟ୍ ଅର୍ଥାତ ୧୫ରୁ ଅଧିକ ଚାହୁଁଥିବା  ବେଳେ  ବିଜେଡି ନିଜ ପାଖରେ ଅତି କମରେ ୫ ସିଟ୍ ରଖିବାକୁ ଚାହୁଁଛି। ତେବେ ବିଧାନସଭା ସିଟ୍‌କୁ ନେଇ ଅଙ୍କ ଛିଣ୍ଡୁ ନ ଥିବା ଜଣା ପଡ଼ିଛି।  ରାଜ୍ୟରେ ୧୪୭ ସିଟିରୁ ବିଜେପି ୫୬ ସିଟ୍ ଦାବି କରୁଥିବା ବେଳେ । ବିଜେଡି ୪୫ ସିଟ୍ ଦେବାକୁ ପ୍ରସ୍ତୁତ। କିନ୍ତୁ ବିଜେଡିର ଏହି ପ୍ରସ୍ତାବରେ  ବିଜେପି ଅରାଜି । ଯାହାକୁ ନେଇ ସିଟ ସେୟାରିଂ ଅଙ୍କ ଛିଣ୍ଡି ପାରୁନି ବୋଲି କୁହାଯାଉଛି। ସବୁଠୁ ବଡ଼ କଥା ଭୁବନେଶ୍ଵର ଓ ପୁରୀ ଲୋକସଭା ସିଟ୍ ନିଜ ପାଖରେ ରଖିବାକୁ ଚାହୁଁଛି। ଭୁବନେଶ୍ଵର ସଂସଦୀୟ କ୍ଷେତ୍ର ବିଜେପି କବଜାରେ ରହିଥିବା ବେଳେ ଏଥର ନିର୍ବାଚନରେ ପୁରୀରେ ବିଜେପିର ପଲ୍ଲା ଭାରି ରହିଛି। ଏମିତି ସ୍ଥିତିରେ ବିଜେପି ଉକ୍ତ ଲୋକସଭା ସିଟ୍ ଛାଡିବାକୁ ଚାହୁଁନି। ବିଶେଷ କରି ସମ୍ବିତ ପାତ୍ର ଏ ନେଇ ରାଜି ହେଉନଥିବାରୁ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର ତାଙ୍କୁ ଡକାଇ ଆଲୋଚନା କରୁଥିବା ଜଣାଯାଇଛି।   

୨୦୧୯ ନିର୍ବାଚନରେ ୧୪୭ ବିଧାନସଭାରୁ ବିଜେଡି ୧୨୩ ଏବଂ  ବିଜେପି ୨୨ ଟି ଆସନରେ ଜିତିଥିଲେ। ହେଲେ ମେଣ୍ଟ ହେଲେ ଚିତ୍ର ବଦଳିବ। ଆଜି ଦିଲ୍ଲରେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂହ ତୋମାରଙ୍କ ଘରେ ବସିଥିଲା ରାଜ୍ୟ ବିଜେପି ନେତାଙ୍କ ବୈଠକ। ବୈଠକରେ ବହୁ ବରିଷ୍ଠ ନେତା ସାମିଲ ହୋଇଥିବା କୁହାଯାଉଛି।  ମେଣ୍ଟ ଆଲୋଚନା ଆଗକୁ ବଢ଼ୁଛି। ରାଜ୍ୟ ହିତ ପାଇଁ କେନ୍ଦ୍ରୀୟ ନେତୃତ୍ବ ଯାହା କିଛି ନିଷ୍ପତ୍ତି ନେବେ ବୋଲି କହିଛନ୍ତି ରାଜ୍ୟ ବିଜେପି ନେତା। ସିଟ୍ ସେୟାରିଂ ଅଙ୍କ ଛିଣ୍ଡିବା ପରେ ମେଣ୍ଟ ନେଇ ଉଭୟ ବିଜେଡି-ବିଜେପି ବିଧିବିଦ୍ଧ ଭାବେ ଘୋଷଣା କରିବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସନ୍ତା ୧୨ ତାରିଖରେ ଓଡିଶା ଗସ୍ତରେ ଆସୁ ଥିବାରୁ ତା ପୂର୍ବରୁ ସବୁ ଅଙ୍କ ଛିଡିବ ଏବଂ ୧୩ରେ ମେଣ୍ଟ ସଂପର୍କରେ ହୋଇପାରେ ଘୋଷଣା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ