Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବିବିଧ ସମସ୍ୟାର ସମାଧାନ ପାଇଁ ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକଙ୍କୁ ସ୍ମାରକପତ୍ର ପ୍ରଦାନ

ବରଗଡ଼: ବରଗଡ ରୋଡ ରେଳଷ୍ଟେସନର ବିଭିନ୍ନ ଯାତ୍ରୀ ସମସ୍ୟାକୁ ସମ୍ବଲପୁର ରେଳମଣ୍ଡଳ ପ୍ରବନ୍ଧକଙ୍କୁ ଅବଗତ କରାଇ ଏହାର ସମାଧାନ କରିବାକୁ ତା.୧୧/୪/୨୩ ରେ ବରଗଡ ଜିଲ୍ଲା ରେଳ ଉପଭୋକ୍ତା ସଂଘର ଏକ ପ୍ରତିନିଧିଦଳ ସାକ୍ଷାତ ଆଲୋଚନା କରିଥିଲେ। ସମ୍ବଲପୁର-ପୁରୀ ଇଣ୍ଟରସିଟିକୁ ଦୁଇ ଟ୍ରେନ ବିଶିଷ୍ଟ କରି ତଥା ପୁରୀରେ ରକ୍ଷଣାବେକ୍ଷଣ କରି ବଲାଙ୍ଗିର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବାକୁ ସଂଘ ଦାବି ଜଣାଇଥିଲା। ଏହି ଅଞ୍ଚଳର ଲୋକଙ୍କୁ ସୁବିଧା ଯୋଗାଇଦେବାକୁ ଏହାକୁ କାର୍ଯ୍ୟକାରୀ କରିବାରେ ଆସୁଥିବା ବାଧାଗୁଡିକୁ ଦୂର କରିବାକୁ ଜଣାଯାଇଥିଲା। ଅନ୍ୟଥା, ବରଗଡ ଜନସାଧାରଣ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି ସୂଚାଇ ଦିଆଯାଇଥିଲା।
ଅନ୍ୟାନ୍ୟ ସ୍ଥାନୀୟ ସମସ୍ୟାଉପରେ ମଧ୍ୟ ଆଲୋଚନା ହୋଇଥିଲା। ପ୍ଲାଟଫର୍ମ ବରପାଲି ଦିଗକୁ ବହୁତ ଲମ୍ବି ଯାଇଥିବାରୁ ଯାତ୍ରୀମାନେ ଖରାବର୍ଷାରୁ ରକ୍ଷା ପାଇବା ପାଇଁ ଉକ୍ତ ଖାଲିଜାଗାରେ ସେଡ ନିର୍ମାଣ, ବରିଷ୍ଠ ନାଗରିକ, ରୋଗୀ ଇତ୍ୟାଦି ଲୋକଙ୍କ ସୁବିଧା ପାଇଁ ରେମ୍ପ ସହ ଆଊ ଏକ ଫୁଟ ଓଭରବ୍ରିଜ ନିର୍ମାଣ ତଥା ଲିଫ୍ଟ ବ୍ୟବସ୍ଥା, ଦ୍ୱିତୀୟ ଓ ତୃତୀୟ ପ୍ଲାଟଫର୍ମରେ ସିସିଟିଭି ତଥା ଜିପିଏସ ଘଣ୍ଟା ପୁନଃସ୍ଥାପନ, ସର୍କୁଲେଟିଂ ଓ ବାହନ ଷ୍ଟେଣ୍ଡ ଅଞ୍ଚଳରେ ଉଜ୍ୱଳ ଆଲୋକ ବ୍ୟବସ୍ଥା, ରିଜର୍ଭେସନ ହଲରୁ ପ୍ଲାଟଫର୍ମକୁ ଆସିବାକୁ ସେଡ ଯୁକ୍ତ ଏକ ରାସ୍ତା ନିର୍ମାଣ, ପ୍ଲାଟଫର୍ମରେ ମିଷ୍ଟ କୁଲିଂ ସୁବିଧା, ଷ୍ଟେସନରେ ଦ୍ୱିତୀୟ ପ୍ରବେଶଦ୍ୱାର ନିର୍ମାଣ, ଷ୍ଟେସନର ନବୀକରଣ ସମୟରେ ଏହାକୁ ଧନୁଯାତ୍ରା ରାଜଦରବାର ଢାଞ୍ଚାରେ ନିର୍ମାଣ ତଥା ସୌନ୍ଦର୍ଯ୍ୟକରଣ, ବରଗଡ-ସମ୍ବଲପୁର ରାସ୍ତାରେ ଥିବା ଓଭରବ୍ରିଜର ମରାମତି ଇତ୍ୟାଦି ପ୍ରସଙ୍ଗରେ ମଧ୍ୟ ସକାରାତ୍ମକ ଆଲୋଚନା ହୋଇଥିଲା। ଉଜ୍ତ ପ୍ରତିନିଧିଦଳରେ ସଭାପତି ପ୍ରଦୀପ ଦେବତା, ଉପସଭାପତି କୃଷ୍ଣ ଚନ୍ଦ୍ର ପଣ୍ଡା ଓ ସର୍ଦ୍ଦାର ପ୍ରିତମ ସିଂହ, ସମ୍ପାଦକ କମଳ ଯୋଷୀ, ଯୁଗ୍ମ ସମ୍ପାଦଜ କିଶୋର କୁମାର ରଥ ଏବଂ କୋଷାଧ୍ୟକ୍ଷ ଅଭିଜିତ ପ୍ରତିହାର ଅଂଶଗ୍ରହଣ କରିଥିଲେ।