କଦଳୀ ପାଲି ରେ ଚାଲିଥିବା ବିଶ୍ଵ ଶାନ୍ତିଯଜ୍ଞ ସହିତ ସାଂସ୍କୁତିକ କାର୍ଯ୍ୟକ୍ରମ ଜଳନ୍ଧର ଦରବାର ଉଦଯାପିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ବିଶ୍ଵ ଶାନ୍ତି ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ମହାକୁମ୍ଭ ଏକତା ମହୋତ୍ସବ 4 ଦିନ ଧରି ଅନୁଷ୍ଠିତ ହୋଇଥିଲା l ଏହା ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝିରିଆପାଲି ପଞ୍ଚାୟତ ର କଦଳିପାଲି ଛକ ରେ ବିଶ୍ଵ ଶାନ୍ତି ଯଜ୍ଞ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ର ମହାକୁମ୍ଭ ଦ୍ଵିତୀୟ ଏକତା ମହୋତ୍ସବ ଗୁରୁବାର ସଂଧ୍ୟାରେ ଉଦଯାପିତ ହୋଇଯାଇଛି । ଏହା ସହିତ ଉକ୍ତ ମହୋତ୍ସବ ଅବସର ରେ ହେଉଥିବା ଜଳନ୍ଧର ଦରବାର ମଧ୍ୟ ଜଳନ୍ଧର ବଧ ସହିତ ଶେଷ ହୋଇଛି । ଉଦଯାପନୀ ସନ୍ଧ୍ୟାରେ ଆୟୋଜକ ସଭାପତି ପଣିନୀ ପ୍ରାଜ୍ଞ ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଟ ଶିଳ୍ପପତି ନାରାୟଣ ଅଗ୍ରୱାଲା , ସୁମନ ମିଶ୍ର , ଲୋକପ୍ରିୟ ଆଲବମ ନିର୍ଦ୍ଦେଶକ ତଥା ଅଭିନେତା ପ୍ରମୋଦ ମହାପାତ୍ର, ଚର୍ଚ୍ଚିତ ୟୁଟୁବର ଅନୁ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ । ବାଦଲ ହୋତା ଓ ଇରାଦତ ଖାନ ମଞ୍ଚ ପରିଚାଳନା କରିଥିବା ବେଳେ ପବିତ୍ର କମ୍ପ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରତ୍ୟହ ମୁକ୍ତାକାଶ ରଙ୍ଗ ମଞ୍ଚରେ ପରିବେଷଣ ହେଉଥିବା ଜଳନ୍ଧର ଦରବାର ରେ ଲୀଳା ନାଟକ ପରିବେଷଣ ହୋଇଥିଲା । ନାଟ୍ୟାଭିକ୍ରମ ରେ ବୃନ୍ଦାବତି ଙ୍କ ଲକ୍ଷ୍ମୀନାରାୟଣ ଙ୍କୁ ପୂଜାର୍ଚ୍ଚନା , ମର୍ତ୍ତ୍ୟ , ବୈକୁଣ୍ଠ ପ୍ରତିଷ୍ଠା , ଦେବର୍ଷି ନାରଦ ଙ୍କ ପରାମର୍ଶ କ୍ରମେ ଜଳନ୍ଧର ଙ୍କ କୈଳାସପୁର ଆକ୍ରମଣ , ଜଳନ୍ଧର ବଧ ଆଦି ପରିବେଷଣ ହୋଇଥିଲା। ବରଗଡ ର ବଟକୃଷ୍ଣ ସାହୁ ଜଳନ୍ଧର ଭୂମିକାରେ ଅଭିନୟ କରୁଥିଲେ । ଏହା ସହିତ ଶୁକ୍ରାଚାର୍ଯ୍ୟ ଭୂମିକାରେ ସୁଶିଲ ନାଏକ, ଶମ୍ଭୁଦୈତ୍ୟ ଭୂମିକାରେ ବିପ୍ଳବ ପ୍ରଧାନ, ଭଷ୍ମର ଦୈତ୍ୟ – ପିଣ୍ଟୁ ସାହୁ , ବଜ୍ରାଙ୍ଗ ଦୈତ୍ୟ – ଗୋଲ ବଦନ ସେଠ , କାଳନେମି – ବିଜୟ ପଣ୍ଡା , ଦେବର୍ଶି ନାରଦ – ଲିଙ୍ଗରାଜ ଦାସ , ମନ୍ତ୍ରୀ – ଶିବ ଦାସ , ସେନାପତି – ବିମଳ ମହାପାତ୍ର , ବୃନ୍ଦାବତୀ ଭୂମିକାରେ ମୁନୁ ମେହେର ପ୍ରମୁଖ ଅଭିନୟ କରୁଥିଲେ। ସେମାନଙ୍କ ବଳିଷ୍ଠ ଅଭିନୟ ସାଙ୍ଗକୁ ସ୍ଥାନୀୟ କଳାକାର ଙ୍କ ଆଧୁନିକ ଓ ସମ୍ବଲପୁରୀ ନୃତ୍ୟ ପରିବେଷଣ ଦର୍ଶକଙ୍କୁ ବିଲମ୍ୱିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା। ପ୍ରସିଦ୍ଧ ସମ୍ବଲପୁରୀ କଣ୍ଠଶିଳ୍ପୀ ଶାନ୍ତନୁ ସାହୁ ଓ ଶୀତଳ ସାହୁ ଙ୍କ ଲୋକପ୍ରିୟ ସମ୍ବଲପୁରୀ ସଙ୍ଗୀତ ପରିବେଷଣ କରିଥିଲେ । ଏହା ସହିତ ସମ୍ବଲପୁର ସ୍ଥିତ ପାଣିନି ପ୍ରାଜ୍ଞ ସାଂସ୍କୃତିକ ଏକାଡେମୀ ର କଳାକାର ଙ୍କ ଦ୍ଵାରା ସମ୍ବଲପୁରୀ ଓ ଆଧୁନିକ ନୃତ୍ୟ ପରିବେଷଣ କରାଯାଇଥିଲା । ଏହା ଦର୍ଶକଙ୍କୁ ଭରପୂର ମନରଞ୍ଜନ ଯୋଗାଇଥିଲା । ଚାରି ଦିନ ଧରି ହୋଇଥିବା ଉକ୍ତ ମହୋତ୍ସବ ର ପ୍ରାରମ୍ଭରେ କଳସ ଶୋଭାଯାତ୍ରା କରି କଳସ ସ୍ଥାପନ କରା ଯାଇ
ଥିବା ବେଳେ ପ୍ରତ୍ୟହ ବିଶ୍ଵ ଶାନ୍ତି ଯଜ୍ଞ ଓ ହୋମ କରାଯାଉଥିଲା। ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଜଳନ୍ଧର ଦରବାର ରେ ଲୀଳା ନାଟକ ପରିବେଷଣ ସହିତ ବିଭିନ୍ନ ଲୋକପ୍ରିୟ ଗାୟିକା ଓ ଗାୟକ ଙ୍କ ସମେତ ବିଭିନ୍ନ ସାଂସ୍କୃତିକ ଦଳ ଦ୍ବାରା ନୃତ୍ୟ ଗୀତ ପରିବେଷଣ କରାଯାଇଥିଲା । ଏହା ଦେଖିବାକୁ ଅଞ୍ଚଳର ହଜାର ହଜାର ଦର୍ଶକଙ୍କ ସମାଗମ ହେଉଥିଲା ।