Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ଉପନିର୍ବାଚନ; ୧୮ରେ ନାମାଙ୍କନ ଭରିବେ ଦୀପାଳି

ଝାରସୁଗୁଡ଼ା: ମେ ୧୦ରେ ଝାରସୁଗୁଡା ଉପନିର୍ବାଚନ। ନାମାଙ୍କନ ଭରିବେ ପ୍ରାର୍ଥୀ। ସେହିପରି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ମଧ୍ୟ ୧୮ ତାରିଖରେ ନାମାଙ୍କନ ଭରିବେ। ଏନେଇ ବିଜେଡି ଉପନିର୍ବାଚନ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ର ସୂଚନା ଦେଇଛନ୍ତି। ସେପଟେ ଆସନ୍ତା ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ଭରିବେ।

କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏନେଇ ସୂଚନା ଦେଇଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ଓ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜେପି ଏପର୍ଯ୍ୟନ୍ତ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି। ବିଜେପି ପ୍ରାର୍ଥୀ ଚୟନକୁ ନେଇ ଦ୍ବନ୍ଦ୍ବରେ ରହିଥିବା ଜଣାପଡିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ