Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯାତ୍ରାଟିକିରା ଧୂନୀମନ୍ଦିର ପ୍ରତିଷ୍ଠାତ୍ସବ ଉଦଯାପିତ

ବରପାଲି: ବରପାଲି ବ୍ଳକ ଖେମେଶରା ପଚାଂୟତ ଯାତ୍ରାଟିକିରା ଦ୍ବିଦିବସୀୟ ନବନିର୍ମିତ ମହିମା ଧୂନୀମନ୍ଦିର ପ୍ରତିଷ୍ଠାଉତ୍ସବ ସମାପନ ହୋଇଯାଇଛି। ବୁଧବାର ପୁର୍ବାହ୍ନରେ ବକଳ୍ଳଧାରୀ ଉଦ୍ଧବ ବାବାଙ୍କ ତତ୍ବାବଧାନରେ ପରିଚାଳିତ ଯଜ୍ଞ କାର୍ଯ୍ୟକ୍ରମ ଆହୂତୀ ପର୍ବ ସମାପନ ହୋଇଥିଲା। ବାବା ରାମାନନ୍ଦ ଦାସଙ୍କ ସହଯୋଗରେ କାଲିଆ ଭକ୍ତ,ରାଧାକାନ୍ତ ଭକ୍ତ,ଉସତ ଭକ୍ତ,ଶ୍ରୀଧର ଭକ୍ତ, ନାରାୟଣ ଭକ୍ତଙ୍କ ସମେତ ବହୁ ମହିମା ଧର୍ମାବଳମ୍ବୀ ସାଧୁ ମାନେ ସମ୍ମିଳିତ ହୋଇ ପ୍ରତିଷ୍ଠା ଉତ୍ସବରେ ସହାୟତା କରିଥିଲେ। ପୁଜାକର୍ତ୍ତା ଭାବରେ ମଜ୍ଞଡ ମଣ୍ତା ନିର୍ବାହ କରିଥିଲେ। ଗତ ମଙ୍ଗଳବାର ଆଖପାଖ ଅଚଂଳର ମହିଳା ଯୁବତୀ ମାନଙ୍କ ଦ୍ବାରା କଳସ ଶୋଭାଯାତ୍ରା ମାଧ୍ୟମରେ ମନ୍ଦିର ବେଢାରେ ପୂର୍ଣ୍ଣକୂମ୍ଭ ମାନ ସ୍ଥାପନ କରିଥିଲେ। ଏହି ଅବସରରେ ମହିମା ଗୋସାଁଇଙ୍କ ଭଜନ ଓ ନାମ ସଂକିର୍ତ୍ତନ କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ ହୋଇଥିଲା। ଅଚଂଳର ବହୁ ଭକ୍ତ ଉତ୍ସବରେ ମନୋକାମନା ପୂରଣ ନିମନ୍ତେ ଆଶିର୍ବାଦ କାମନା କରିଥିଲେ।