Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ରାଷ୍ଟ୍ରର ପ୍ରଗତିରେ ମହିଳାଙ୍କ ସ୍ଥାନ ଶୀର୍ଷରେ

ବେଲଗୁଣ୍ଠା, 12/03, ମହିଳା ସ୍ୱାଭାଲମ୍ବୀ ହେଲେ ରାଷ୍ଟ୍ର ପ୍ରଗତି ସମ୍ଭବ ହୋଇ ପାରିବ ବୋଲି ନାବାର୍ଡ ପକ୍ଷରୁ ଆୟୋଜିତ ମହିଳା ଦିବସ ଉପଲକ୍ଷେ ମତ ପ୍ରକାଶିତ ହୋଇଛି.ସ୍ଥାନୀୟ ରାଜସ୍ବ ଡାକ ବଙ୍ଗଳା ସଭାଗୃହରେ ନାବାର୍ଡ ଡ଼ିଡ଼ିଏମ ସଞ୍ଜୀବ ମିଶ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା.ଏହି ଅବସରରେ ମୁଖ୍ୟଅତିଥି ରୂପେ ଗଞ୍ଜାମ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ୱରୀ ଦୋରା ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ରଙ୍ଗେଈଲୁଣ୍ଡା ବ୍ଲକ ଅଧ୍ୟକ୍ଷା ସି.ଏଚ ଉଷାରାଣୀ,ବୟନଶିଳ୍ପ ବିଭାଗ ଯୁଗ୍ମ ନିର୍ଦ୍ଧେଶିକା ଗୋଲାପୀ ଗୋପାରାଣୀ ମୁର୍ମୁ ଏବଂ ଗଞ୍ଜାମ ଏଲଡିଏମ କିଶୋର ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ.ଆୟୋଜିତ କାର୍ଯ୍ୟକ୍ରମରେ ନିଜେ ରୋଜଗାରକ୍ଷମ ହୋଇ ଅନ୍ୟକୁ ରୋଜଗାର ରାସ୍ତା ଦେଖାଉ ଥିବା ଗଞ୍ଜାମ ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ କୃଷକ ଉତ୍ପାଦ ସଂଙ୍ଘଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା.ସମସ୍ତ କାର୍ଯ୍ୟକ୍ରମକୁ ବିସ୍ମୟ ସଭାପତି ବିମଳ ପଟ୍ଟନାୟକ ପରିଚାଳନା କରିଥିଲେ.ଶେଷରେ ନିଗମାନନ୍ଦ ଏଜୁକେସନ ସେଣ୍ଟର ସମ୍ପାଦକ ସତ୍ୟନାରାୟଣ ମିଶ୍ର ନାବାର୍ଡ ସହିତ ଅନୁବନ୍ଧିତ ଏସଏଚଜିଙ୍କ ସାମଗ୍ରୀ ଅଧିକ ଅଧିକ ବଜାରୀକରଣ ବ୍ରହ୍ମପୁରରେ ପ୍ରଶାସନ ପକ୍ଷରୁ ସ୍ଥାନ ଯୋଗାଇ ଦେବାକୁ ମୁଖ୍ୟଅତିଥିଙ୍କ ନିକଟରେ ଦାବି ଉପସ୍ଥାପନା କରିଥିଲେ.ତୁରନ୍ତ ମହାନଗର ନିଗମ ସହିତ ଆଲୋଚନା କରି ସହଯୋଗ କରିବେ ବୋଲି ଶ୍ରୀମତୀ ଦୋରା ପ୍ରତିଶୃତି ଦେଇଥିଲେ.