Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଜପତି ଜିଲ୍ଲା ମୋହନା ବ୍ଲକର ଚନ୍ଦ୍ରଗିରି ଠାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବରଯାତ୍ରୀ ରେ ଛୁରା ମାଡ଼, ଜଣେ ମୃତ

ପାରଳାଖେମୁଣ୍ଡି:୧୩/୩(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଚନ୍ଦ୍ରଗିରି ଫାଣ୍ଡି ଅଂଚଳ ରେ ଗତ ମଙ୍ଗଳବାର ରାତି 10ଟା ବେଳେ ଏକ ବିବାହ ର ବରଯାତ୍ରୀ ଚାଲିଥିବା ବେଳେ ହଠାତ ଚନ୍ଦ୍ରଗିରି ଗ୍ରାମର ଜଣେ ବ୍ୟକ୍ତି ପ୍ରଶାନ୍ତ ପ୍ରଧାନ କୁ ଛୁରା ମାଡ଼ କରିଥିଲେ । ସମସ୍ତେ ନାଚଗୀତରେ ମଜି ଥିବା ବେଳେ ଏହି ଆକ୍ରମଣ କରାଯାଇଥିଲା ।ଉପସ୍ଥିତ ଲୋକେ ପ୍ରଶାନ୍ତ ଙ୍କୁ ତାଙ୍କୁ ଚନ୍ଦ୍ରଗିରି ମେଡିକାଲ ରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ହେଲେ ଏହି ହତ୍ୟା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତେଜନା ଦେଖା ଦେଇଛି। ଚନ୍ଦ୍ରଗିରି ଗ୍ରାମବାସୀ ନ୍ୟାୟ ଦାବୀ କରି ରାସ୍ତାରୋକ କରିଥିବା ଯୋଗୁ ପାରଳାଖେମୁଣ୍ଡି ଠାରୁ ମୋହନା, ବ୍ରହ୍ମପୁର କୁ କରୁଥିବା ଗାଡ଼ି ଚଳା ଚଳ ବାଧାପ୍ରାପ୍ତ ହୋଇଛି l ଉଭୟ ପାର୍ଶ୍ଵରେ ଶତାଧିକ ଗାଡ଼ି ରାସ୍ତା ଉପରେ ଠିଆ ହୋଇ ରହି ଥିବା ଦେଖିବାକୁ ମିଳିଛି l ଘଟଣା ସ୍ଥଳରେ ମୋହନା ପୋଲିସ ପହଞ୍ଚି ରାସ୍ତା ଅବରୋଧ ପ୍ରତ୍ୟାହାର କରିବା ପାଇଁ ଲୋକମାନଙ୍କୁ ବୁଝା ସୁଝା କରୁଛନ୍ତି

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories